fbpx

‘‘ଦୁନିଆରେ କେହିପୁଅ ଜନ୍ମ ହୋଇ ନାହାଁନ୍ତି ଯିଏ ଅରବିନ୍ଦ କେଜରିଓ୍ଵାଲଙ୍କୁ ନୁଆଁଇ ଦେବ”

ନୂଆଦିଲ୍ଲୀ: ଗତ କିଛି ଦିନ ହେବ କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାରଙ୍କ ଭିତରେ ଏକ ଖଣ୍ଡଯୁଧ୍ୟ ଦେଖିବାକୁ ମିଳୁଛି । ଦିଲ୍ଲୀ ସର୍ଭିସ ବିଲକୁ ନେଇ ଉଭୟ କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାରଙ୍କ ଭିତରେ ବିବାଦ ଦେଖା ଦେଉଛି । ଯଦିଓ ଲୋକସଭା ଦିଲ୍ଲୀ ସର୍ଭିସ ବିଲ ଆଗତ ହୋଇସାରିଛି । କିନ୍ତୁ ଏହି ଦିଲ୍ଲୀ ସର୍ଭିସ ବିଲକୁ ନେଇ ଅସନ୍ତୋଷ ରହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ।

ସୂଚନାରୁ ପ୍ରକାଶ ଯେ, ଦିଲ୍ଲୀ ବିଧାନସଭାରେ ୩ ଦିନିଆ ବୈଠକର ଆୟୋଜନ କରାଯାଇଥିଲା । ବୈଠକର ତୃତୀୟ ବା ଶେଷ ଦିନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ଗୃହକୁ ସମ୍ବୋଧିତ କରିଛନ୍ତି । କେଜରିଓ୍ଵାଲ ଦିଲ୍ଳୀ ସର୍ଭିସ ବିଲ ସମ୍ପର୍କରେ ପୁଣି ବିଜେପିକୁ ସମାଲୋଚନା କରିଛନ୍ତି । ଏହି ଅବସରରେ କେଜରିଓ୍ଵାଲ କହିଥିଲେ ‘‘ ଦୁନିଆରେ କେହି ପୁଅ ଜନ୍ମ ହୋଇ ନାହାଁନ୍ତି ଯିଏ କେଜରିଓ୍ଵାଲଙ୍କୁ ନୁଆଇଁ ଦେବ ।

କେଜରିଓ୍ଵାଲ ଆହୁରି କହିଛନ୍ତି, ପୂର୍ବରୁ ଦିଲ୍ଲୀରେ ଦୁର୍ନୀତିକୁ ନେଇ ଆଲୋଚନା ହେଉଥିଲା । ହେଲେ ଏବେ ଦିଲ୍ଲୀରେ ବିକାଶ ନେଇ ଆଲୋଚନା ହେଉଛି । ଦିଲ୍ଲୀରେ ଶିକ୍ଷା ବ୍ୟବସ୍ଥା, ବସ ସର୍ଭିସ ଓ ଜିରୋ ବିଜୁଳି ବିଲ ନେଇ ଚର୍ଚ୍ଚା ହେଉଛି । ମାତ୍ର ୪୯ ଦିନରେ ଆମେ ଦୁର୍ନୀତି ଶେଷ କରିଛୁ । ହେଲେ ପ୍ରଧାନମନ୍ତ୍ରୀ ମୋଦି ଅଫିସରଙ୍କୁ ଡରାଇ ରଖିଛନ୍ତି । ସେ ଆମ ଆଦମି ପାର୍ଟିକୁ ଶେଷ କରିବାକୁ ଚେଷ୍ଟା କରୁଛନ୍ତି । ‘‘କେନ୍ଦ୍ରରେ ବଜେପି ସରକାର ନୂଆ ଆଇନ ତିଆରି କରି ଦିଲ୍ଲୀ ଲୋକଙ୍କ ଅଧିକାର ଛଡାଇବାକୁ ଚେଷ୍ଟାକରୁଛି । ହେଲେ ମୁଁ ଆପଣଙ୍କୁ କହି ରଖୁଛି କି ଆପଣଙ୍କ ଅଧିକାର ଫେରାଇ ଆଣିବି । କୌଣସି ବି ପରିସ୍ଥିତିରେ ଲୋକଙ୍କ କାମ ଅଟକାଇବାକୁ ଦେବିନି ବୋଲି ଏଭଳି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ । ’’

 

Get real time updates directly on you device, subscribe now.