fbpx

ଅରବିନ୍ଦ କେଜ୍ର୍ରିିୱାଲଙ୍କ ସରେଣ୍ଡର ପରେ ୫ ଜୁନ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତ ବଢାଇଲେ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ଏକ କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କୁ ୫ ଜୁନ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ପଠାଇଛନ୍ତି । କୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଦାଖଲ କରାଯାଇଥିବା ଏକ ଆବେଦନକୁ ନେଇ ଶୁଣାଣି ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରବିବାର ଦିନ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଦିଆଯାଇଥିବା ଅନ୍ତରୀଣ ଜାମିନର ସମୟ ପୁରା ହେବା ପରେ ତିହାର ଜେଲରେ ସରେଣ୍ଡର କରିଛନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପାର୍ଟୀର ନେତା ସଞ୍ଜୟ ସିଂହ ଏବଂ ସୌରଭ ଭରଦ୍ୱାଜଙ୍କ ସମେତ କାର୍ଯ୍ୟକର୍ତ୍ତାମାନଙ୍କ ସହ ତିହାର ଜେଲକୁ ବାହାରିଥିଲେ । ସେଠାରେ କେଜ୍ରିୱାଲ ସରେଣ୍ଡର କରିବା ପରେ ସେ ଭର୍ଚୁଆଲ କନଫରେନ୍ସ ଜରିଆରେ ମାଜିଷ୍ଟ୍ରେଟ ସଞ୍ଜୀବ ଅଗ୍ରୱାଲଙ୍କ ସମକ୍ଷରେ ଦାଖଲ କରିଥିଲେ । ୨୦ ମେ ରେ ଇଡି ତାଙ୍କ ନ୍ୟାୟିକ ହେପାଜତକୁ ୧୪ ଦିନ ବଢାଇବା ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ । ଅରବିନ୍ଦ କେଜ୍ରିୱାଲଙ୍କ ଓକିଲ ଋଷିକେଶ କୁମାର ଏବଂ ବିବେକ ଜୈନ ଅବେଦନର ବିରୋଧ କରି କହିଥିଲେ ଯେ, ଏହି ମାମଲାରେ ତାଙ୍କ ଗିରଫଦାରୀକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ।

Get real time updates directly on you device, subscribe now.