fbpx

ନିୟମିତ ଡ୍ରଗ୍ସ ସେବନ କରନ୍ତି ଆର୍ଯ୍ୟନ୍ ଓ ଅରବାଜ; ହାଇକୋର୍ଟରେ ଜବାବ ରଖିଲା NCB

ନୂଆଦିଲ୍ଳୀ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନର ଶୁଣାଣି ଜାରି ରହିଛି । ହାଇକୋର୍ଟରେ ମାମଲାର ଶୁଣାଣି ଜାରି ରହିଥିବା ବେଳେ ଉଭୟ ଆର୍ଯ୍ୟନ ଓ ଅରବାଜ ନିୟମିତ ଭାବରେ ଡ୍ରଗ୍ସ ସେବନ କରନ୍ତି ବୋଲି ଏନସିବି ପକ୍ଷରୁ କୁହାଯାଇଛି । କ୍ରୁଜରେ ଚଢାଉ ବେଳେ ଧରା ପଡିଥିବା ଉଭୟଭ ପ୍ରଥମ ଥର ପାଇଁ ଡ୍ରଗ୍ସ ସେବନ କରୁନଥିଲେ । ଉଭୟ ପୂର୍ବରୁ ଅନେକ ଥର ଡ୍ରଗ୍ସ ସେବନ କରି ସାରିଛନ୍ତି । ବିଗତ କିଛି ବର୍ଷ ଧରି ଉଭୟ ନିୟମିତ ଭାବରେ ଡ୍ରଗ୍ସ ସେବନ କରି ଆସୁଛନ୍ତି । ଉଭୟ ନିୟମିତ ଭାବରେ ଡ୍ରଗ୍ସ ବେପାରୀଙ୍କ କଣ୍ଟାକ୍ଟରେ ରହିଥିବା ବେଳେ ବିପୁଳ ପରିମାଣରେ ଡ୍ରଗ୍ସ ମଧ୍ୟ କ୍ରୟ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଅକ୍ଟୋବର ୨ ତାରିଖରେ ଆର୍ଯ୍ୟନଙ୍କ ସମେତ ୮ ଜଣଙ୍କୁ ଡ୍ରଗ୍ସ ସେବନ ଅଭିଯୋଗରେ ଏନସିବି ଗିରଫ କରିଥିଲା । ଏହା ପରେ ଗିରଫ ଦାରୀ ସଂଖ୍ୟା ୨୦କୁ ପହଞ୍ଚିଥିଲା । ତେବେ ତଳ କୋର୍ଟରେ ଆର୍ଯ୍ୟନଙ୍କ ଜାମିନ ଆବେଦନ ଖାରଜ ହେବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ବୁଧବାର ହାଇକୋର୍ଟ ମୁଲତବୀ ହେବା ପରେ ଆଜି ପୁଣି ଥରେ ମାମଲାର ବିଚାର ଆରମ୍ଭ ହୋଇଛି ।

Get real time updates directly on you device, subscribe now.