fbpx

୪ ବର୍ଷ ହେଲା ଡ୍ରଗ୍ସ ସେବନ କରୁଛନ୍ତି ଆର୍ଯ୍ୟନ୍, ଏନସିବି ଜେରାରୁ ହେଲା ଖୁଲାସା

ମୁମ୍ବାଇ: ମାୟାନଗରୀ ମୁମ୍ବାଇରୁ ଗୋଆକୁ ଯାଉଥିବା କ୍ରୁଜ୍ ରେ ଚାଲଥିବା ଡ୍ରଗ୍ସ ପାର୍ଟି ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ୍ ଗିରଫ ହୋଇଛନ୍ତି । ଆର୍ଯ୍ୟନ୍ ଙ୍କୁ ଲଗାତର ଭାବରେ ଏନସିବି ପଚରାଉଚରା ଚଳାଇଛି । ଏହି ସମୟରେ ସେ ନିଜ କାନ୍ଦକୁ ରୋକିପାରୁନାହାନ୍ତି । ଜେରା ସମୟରେ ଅନେକ ସମୟ ଧରି କାନ୍ଦୁଥିବା ଜଣାପଡ଼ିଛି । ଏହି ସମୟରେ ସେ ମାନିଛନ୍ତି ଯେ, ୪ ବର୍ଷ ହେଲା ସେ ଡ୍ରଗ୍ସର ସେବନ କରି ଆସୁଛନ୍ତି ।

ସୂଚନାଯୋଗ୍ୟ, ଆର୍ଯ୍ୟନ୍ ଙ୍କ ସମେତ ତିନି ଜଣଙ୍କୁ ଏନସିବି ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ କରିଛି । ଡ୍ରଗ୍ସ କିଣାବିକାରେ ସାମିଲ ଥିବା ଅଭିଯୋଗ ଏହି ତିନି ଜଣଙ୍କ ଉପରେ ଲାଗିଛି । ଗତକାଲି ଏହି ମାମଲାରେ ୮ ଜଣଙ୍କୁ ଏନସିବି ହେପାଜତକୁ ନେଇଥିଲା । ପରେ ତିନି ଜଣଙ୍କୁ ଗିରଫ କରିଥିଲା । ଆର୍ଯ୍ୟନ୍ ଏବେ ଏନସିବି କଷ୍ଟଡିରେ ରହିଛନ୍ତି । ଲଗାତର ଭାବରେ ତାଙ୍କୁ ଏହି ମାମଲାରେ ପଚରାଉଚରା କରାଯାଉଛି ।

ତେବେ ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ, ବରିଷ୍ଠ ଓକିଲ ସତୀଶ ମାନେଶିନ୍ଦେଙ୍କୁ ନିଜ ପୁଅ ଆର୍ଯ୍ୟନଙ୍କ କେସ୍ ଲଢ଼ିବାକୁ ଚୟନ କରିଛନ୍ତି । ସତୀଶ ମାନେଶିନ୍ଦେ ଅନେକ ବଲିଉଡ୍ ସେଲେବ୍ ଙ୍କ ଓକିଲ ରହିଆସିଛନ୍ତି । ଏବେ ଅଦାଲତରେ ଆର୍ଯ୍ୟନଙ୍କ ପାଇଁ ଲଢ଼ିବେ । ତେବେ ଗତକାଲିର ଡ୍ରଗ୍ ପାର୍ଟି ପରଠାରୁ ମୁମ୍ବାଇର ଅନେକ ଜାଗାରେ ପୋଲିସ୍ ଚଢ଼ାଉ କରୁଛି । ଏହା ମଧ୍ୟରେ ଜଣେ ଡ୍ରଗ୍ସ ଡିଲର୍ ଙ୍କୁ ବି ଏନସିବି ଗିରଫ କରିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.