fbpx

ଆଶୀଷ କୁମାର ଚୌହାନ ହେବେ NSEର ନୂଆ MD ଓ CEO, ମଞ୍ଜୁରୀ ପ୍ରଦାନ କଲା SEBI

ନୂଆଦିଲ୍ଲୀ: ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର ଦାୟିତ୍ୱ ଗ୍ରହଣ କରିବେ ଜଣେ ନୂଆ ଅଧିକାରୀ । ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ)ର ଏମଡି ଓ ସିଇଓ ଆଶୀଷ କୁମାର ଚୌହାନ ଏନଏସଇର ପରବର୍ତ୍ତୀ ଏମଡି ଓ ସିଇଓ ହେବେ । ଏନେଇ ସିକ୍ୟୁରିଟି ଓ ଏକ୍ସଚେଞ୍ଜନ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ପକ୍ଷରୁ ଆଶୀଷଙ୍କ ନିଯୁକ୍ତିକୁ ମଞ୍ଜୁରୀ ମିଳିଛି ।

ଏନେଇ ଏନଏସଇ ପକ୍ଷରୁ କୁହାଯାଇଛି, ଆଶୀଷଙ୍କ ନିଯୁକ୍ତି ଅବଧି ୫ ବର୍ଷ ପାଇଁ ହେବ । ଆଶୀଷ ବର୍ତ୍ତମାନ ବିଏସଇଇର ଏମଡି ଓ ସିଇଓ ପଦ ସମ୍ଭାଳୁଥିବା ବେଳେ ସେ ବିକ୍ରମ ଲିମୟେଙ୍କ ସ୍ଥାନ ନେବେ । ଲିମୟେଙ୍କ କାର୍ଯ୍ୟକାଳ ଗତ ୧୬ ତାରିଖ ଦିନ ସମାପ୍ତ ହୋଇଥିଲା । ନିଜର କାର୍ଯ୍ୟକାଳ ବୃଦ୍ଧି ନେଇ ଲିମେୟଙ୍କ ପକ୍ଷରୁ ଆବେଦନ କରାଯାଇ ନଥିଲା ।

ଆଶୀଷ ହେଉଛନ୍ତି ଏନଏସଇର ସଂସ୍ଥାପକଙ୍କ ମଧ୍ୟରୁ ଜଣେ । ବର୍ତ୍ତମାନ ସମୟରେ ଏନଏସଇର କାର୍ଯ୍ୟ ପରିଚାଳନାକୁ ନେଇ ଯାଞ୍ଚ ଚାଲିଥିବା ବେଳେ ଆଶୀଷ ନିଯୁକ୍ତି ପାଇଛନ୍ତି । ଏଥିସହିତ ଏକ୍ସଚେଞ୍ଜରେ କୋ-ଲୋକେସନ ସମ୍ବନ୍ଧିତ ଘୋଟାଲାର ଯାଞ୍ଚ ମଧ୍ୟ କରାଯାଉଛି । କୋ-ଲୋକେସନ ମାମଲାରେ ଏନଏସଇର ପୂର୍ବତନ ପ୍ରବନ୍ଧ ନିର୍ଦ୍ଦେଶକ ଓ ସିଇଓ ଚିତ୍ରା ରାମକୃଷ୍ଣଙ୍କୁ ପଦରୁ ହଟାଇ ଦିଆଯାଇଥିଲା ।

Get real time updates directly on you device, subscribe now.