fbpx

ୟୁପି ଲଖୀମପୁର ହିଂସାକାଣ୍ଡ ମାମଲା: ଜେଲରୁ ମୁକୁଳିଲେ ମୁଖ୍ୟ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀଙ୍କ ପୁଅ

Advertisement

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆଜି ମତଦାନ ଆରମ୍ଭ ହୋଇଥିବା ବେଳେ ଏହି ସମୟରେ ଏକ ନୂଆ ଅପଡେଟ୍ ଆସିଛି । ଲଖୀମପୁର ଖେରୀ ହିଂସାକାଣ୍ଡ ମାମଲାରେ ଗିରଫ ହୋଇଥିବା କେନ୍ଦ୍ରମନ୍ତ୍ରୀଙ୍କ ପୁଅଙ୍କୁ ଜାମିନ୍ ମିଳିଛି । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଆଜି କୋର୍ଟ ବେଲ୍ ପ୍ରଦାନ କରିଛନ୍ତି । ଆଜି ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୧ଟି ଜିଲ୍ଲାରେ ୫୮ଟି ସିଟରେ ଭୋଟ ଗ୍ରହଣ କରାଯାଉଛି । ଏହି ସମୟରେ ଆଶିଷର ଜାମିନ ମିଳିବାକୁ ନେଇ ନାନାବିଧ କଳ୍ପନାଜଳ୍ପନା ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ ଯେ, ଖେରି ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲେ ଆଶିଷ । ଗତବର୍ଷ ଅକ୍ଟୋବର ମାସରେ ପୋଲିସ ତାଙ୍କୁ ୩ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା । କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା କୃଷକଙ୍କ ଉପରେ ଗାଡ଼ି ଚଢ଼ାଇଥିବା ନେଇ ତାଙ୍କ ନାମରେ ଅଭିଯୋଗ ରହିଥିଲା । ଏହି ଘଟଣାରେ ଆନ୍ଦୋଳରତ ୮ ଜଣ ଚାଷୀଙ୍କ ପ୍ରାଣ ହାନୀ ଘଟିଥିବା ବେଳେ ଏହାକୁ ନେଇ ସମଗ୍ର ଦେଶରେ ତୁମ୍ବିତୋଫାନ୍ ଦେଖିବାକୁ ମିଳିଥିଲା । ବିଭିନ୍ନ ମହଲରୁ ବିରୋଧ ହେବା ପରେ ଗତ ଅକ୍ଟୋବର ୯ ତାରିଖରେ ମୁଖ୍ୟ ଅଭିଯୁକ୍ତ ଆଶିଷଙ୍କୁ ଗିରଫ କରାଯାଇଥିଲା । ଏହି ଘଟଣାକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିଜେପି ସରକାରକୁ ତୀବ୍ର ଭର୍ତ୍ସନା କରାଯାଇଥିବା ବେଳେ ବିଭିନ୍ନ କୃଷକ ସଂଗଠନମାନେ ଆଗକୁ ଆସିଥିଲେ ।

Get real time updates directly on you device, subscribe now.