ଅଶ୍ୱଗନ୍ଧାରେ ନାନା ଔଷଧୀୟ ଗୁଣ ଭରି ରହିଛି। ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ମଜଭୁତ କରିବାକୁ ଚାହୁଁଥିଲେ ଅଶ୍ବଗନ୍ଧା ବ୍ୟବହାର କରନ୍ତୁ। ଅଶ୍ୱଗନ୍ଧାର ଫଳ, ଫୁଲ ଏବଂ ଛେଲି ବିଭିନ୍ନ ରୋଗ ପାଇଁ ବ୍ୟବହାର କରାଯାଇଥାଏ। ବିଶେଷକରି ଏହାର ଚୂର୍ଣ୍ଣକୁ ସେବନ କରିବା ଦ୍ବାରା ରକ୍ତ ପ୍ରବାହ ଠିକ୍ ଭାବରେ ହୋଇଥାଏ।
ଅଶ୍ବଗନ୍ଧା କୋଲେଷ୍ଟରଲ ସ୍ତରକୁ ନିୟନ୍ତ୍ରଣ କରିବା ସହ ମାଂସପେଶୀକୁ ମଜଭୁତ କରିଥାଏ। ଫଳରେ ଶରୀରରେ ରକ୍ତ ଜମାଟ ବାନ୍ଧି ନ ଥାଏ। ଏହାକୁ ସେବନ କଲେ ହୃଦରୋଗ ଆଶଙ୍କା କମ୍ ଥାଏ। ସେହିପରି କ୍ୟାନସର ଭଳି ମାରାତ୍ମକ ରୋଗ ସହ ଲଢ଼ିବା ପାଇଁ ଅଶ୍ୱଗନ୍ଧା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଅଶ୍ବଗନ୍ଧା କ୍ୟାନସର ସୃଷ୍ଟି କରୁଥିବା ସେଲସ୍କୁ ନଷ୍ଟ କରି ଦେଇଥାଏ।
୧୯୯୫ରେ କରାଯାଇଥିବା ଅନ୍ୟ ଏକ ଗବେଷଣାରୁ ଜଣାଯାଇଛି ଯେ ନିୟମିତ ଅଶ୍ୱଗନ୍ଧା ସେବନ କରିଲେ ନିଶା ସେବନରୁ ମୁକ୍ତି ମିଳିଥାଏ । ସଂସ୍କୃତରେ ଅଶ୍ୱଗନ୍ଧାର ଅର୍ଥ ହେଲା ଘୋଡ଼ାର ବାସ୍ନା । ଏହା ମନୁଷ୍ୟର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାରେ ସହାୟକ ହୋଇଥାଏ । ବିଶେଷ କରି ଅସ୍ୁସ୍ଥ ହେବା ପରେ ଏହା ଭଲ କାମ କରିଥାଏ ।
ଅଶ୍ୱଗନ୍ଧା ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ବେଶ୍ ଲାଭକାରୀ । ନିୟମିତ ଭାବେ ଏହାର ସେବନ କରିଲେ ଯୌନ କ୍ଷମତା ବୃଦ୍ଧି ପାଇଥାଏ । କେତେକ ଗବେଷଣାରୁ ଜଣାଯାଇଛି ଯେ ମଣିଷ ଭିତରେ ଟ୍ୟୁମର୍ ହେଉଥିଲେ, ତାକୁ ପ୍ରତିହିତ କରିଥାଏ ଅଶ୍ୱଗନ୍ଧା ।