fbpx

5Gକୁ ନେଇ ଏମିତି କହିଲେ ଅଶ୍ୱିନୀ ବୈଷ୍ଣବ: ଗ୍ରାହକଙ୍କୁ ମିଳିପାରେ ଏହି ବଡ ସୁବିଧା

Advertisement

ନୂଆଦିଲ୍ଲୀ: ଦେଶରେ ଏବେ 5G ର ଆବଣ୍ଟନ ପ୍ରକ୍ରିୟା ଜାରି ରହିଛି । ଏଥିପାଇଁ ନିଲାମ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି । ସେହିପରି ନିଲାମୀ ପ୍ରକ୍ରିୟାର ପଞ୍ଚମ ଦିନରେ ଶନିବାର ସ୍ପେକ୍ଟ୍ରମ ବିକ୍ରି ମୂଲ୍ୟ ୧.୫ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି । ଏହାରି ମଧ୍ୟରେ ଏକ ଗୁଗୁମନ୍ତ୍ର ଦେଇଛନ୍ତି ଦୂର ସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହା ଲୋକମାନଙ୍କ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ ହେବା ସହ ଏକ ବଡ ଫାଇଦା ମଧ୍ୟ ମିଳିପାରିବ ।

ମୁମ୍ବାଇର ଏକ କାର୍ଯ୍ୟକ୍ରମରେ ଏହି 5G ସ୍ପେକ୍ଟ୍ରମକୁ ନେଇ ବଡ ସୂଚନା ଦେଇଛନ୍ତି ଅଶ୍ୱିନୀ ବୈଷ୍ଣବ । ନିଲାମୀର ପଞ୍ଚମ ଦିନରେ ମୋଟ ବିଡ୍ ମୂଲ୍ୟ ୧,୪୯,୯୬୬ କୋଟି ଟଙ୍କାରେ ପହଞ୍ଚିଛି । 5G ସ୍ପେକ୍ଟ୍ରମ ପାଇଁ ନିଲାମୀ ପ୍ରକ୍ରିୟାରୁ ଜଣାଯାଇଛି ଯେ, ଦୂରସଞ୍ଚାର କମ୍ପାନୀ ନିଜ ବିସ୍ତାର ବଢାଇବା ପାଇଁ ଚାହୁଁଛନ୍ତି । ବିଭିନ୍ନ ସମସ୍ୟାରୁ ବାହାରି ଆସିବା ପରେ ଏବେ ଏହା ଅଭିବୃଦ୍ଧିର ରାସ୍ତାରେ ଯାଉଥିବା କହିଛନ୍ତି ଅଶ୍ୱିନୀ ବୈଷ୍ଣବ । ତେବେ ନିଲାମୀର ପରିଣାମ ଖୁବ ସୁନ୍ଦର ରହିଛି ମଧ୍ୟ ସେ ସୂଚନା ଦେଇଛନ୍ତି ।

ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଏହି ସ୍ପେକ୍ଟ୍ରମ ନିଲାମରେ କମ୍ପାନୀମାନଙ୍କ ପ୍ରତିକ୍ରିୟା ଏହାର ପରିପକ୍ୱତାକୁ ଦର୍ଶାଉଛି । ଏହି ନିଲାମୀରେ Relience Jio, Bharti Airtel ଏବଂ Vodafone Idea ସମେତ ଅଦାନୀ ଗ୍ରୁପ ଏଣ୍ଟରପ୍ରାଇଜର୍ସ ନିଜ ଇଚ୍ଛା ଜାହିର କରିଛନ୍ତି । ସେପଟେ ଦୂରସଞ୍ଚାର ମନ୍ତ୍ରୀ ତଥା ଟେକ୍ନୋଲୋଜି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଆସନ୍ତା ଅକ୍ଟୋବର ସୁଦ୍ଧା ଦେଶରେ 5G ସୁବିଧା ଉପଲବ୍ଧ ହୋଇପାରେ ।

ତେବେ ସ୍ପେକ୍ଟ୍ରମର ନିଲାମୀ ଶେଷ ହେବା ପରେ ଯଥାଶୀଘ୍ର ଏହାର ଆବଣ୍ଟନ ମଧ୍ୟ କରି ଦିଆଯିବ । ତେଣୁ ଆସନ୍ତା ଅକ୍ଟୋବର ମଧ୍ୟରେ ଏହାର ଶୁଭାରମ୍ଭ ହୋଇପାରେ ବୋଲି ଆଶା ରହିଛି । ତେବେ ଆଗାମୀ ବର୍ଷେ ମଧ୍ୟରେ ଏହା ବିଭିନ୍ନ ସ୍ଥାନରେ ପହଞ୍ଚି ଯାଇଥିବ । ତେବେ ଅନ୍ୟ ସ୍ଥାନମାନଙ୍କ ତୁଳନାରେ ଭାରତରେ ଏହାର ଆରମ୍ଭ ଖୁବ ଜଲ୍ଦି ହେବ ବୋଲି ସେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.