fbpx

ରେଳମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ଅଶ୍ୱିନୀ ବୈଷ୍ଣବ

Advertisement

ନୂଆଦିଲ୍ଲୀ: ମୋଦୀଙ୍କ ମନ୍ତ୍ରିମଣ୍ଡଳ ଗତକାଲି ସମ୍ପ୍ରସାରଣ ହୋଇଥିବା ବେଳେ ୪୩ ନୂଆ ମନ୍ତ୍ରୀ ଶପଥ ନେଇଛନ୍ତି । ଏହାରି ମଧ୍ୟରେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ପାଠ କରିଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ଓ ଆଇଟି ବିଭାଗର ଦାୟିତ୍ୱ ଦିଆଯାଇଛି । ଆଜି କେନ୍ଦ୍ର ରେଳ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଅଶ୍ୱିନୀ । ଦାୟିତ୍ୱ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ଅଶ୍ୱିନୀ କହିଛନ୍ତି ଯେ, ‘ରେଳ ମନ୍ତ୍ରାଳୟକୁ ନେଇ ମୋଦୀଙ୍କ ବଡ଼ ଭିଜନ ରହିଛି । ମୋଦୀଙ୍କ ଭିଜନକୁ କାର୍ଯ୍ୟକାରୀ କରିବି ।’

ତେବେ ପୂର୍ବତନ ପ୍ରଶାସନିକ ଅଧିକାରୀ ଅଶ୍ୱିନୀଙ୍କୁ ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ୨୦୧୯ରେ ଉଭୟ ବିଜେପି ଓ ବିଜେଡି ସମର୍ଥନରେ ରାଜ୍ୟସଭାକୁ ଯାଇଥିବା ଅଶ୍ୱିନୀ ପ୍ରଥମ ଥର ସାଂସଦ ହୋଇଥିବା ବେଳେ ପ୍ରଥମ ଥର କ୍ୟାବିନେଟରେ ମଧ୍ୟ ସାମିଲ ହୋଇଛନ୍ତି ।

ଅଶ୍ୱିନୀ ବୈଷ୍ଣବ ୧୯୭୦ ମସିହାରେ ରାଜସ୍ଥାନର ଯୋଦ୍ଧପୁରରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ପୂର୍ବତନ ଆଇଏଏସ ଅଫିସର । ୧୯୯୪ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ ଅଫିସର ଅଶ୍ୱିନୀ କଟକ ଏବଂ ବାଲେଶ୍ୱରରେ ଜିଲ୍ଲାପାଳ ରହିଥିଲେ । ଓଡ଼ିଶା ଶାସନରେ ସେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିବା ପରେ ଅଟଳ ବିହାରୀ ବାଜପେୟୀଙ୍କ ଉପ-ବ୍ୟକ୍ତିଗତ ସଚିବ ମଧ୍ୟ ରହିଥିଲେ । ପରେ ଆଇଏଏସ ଚାକିରି ଛାଡ଼ି କର୍ପୋରେଟ କ୍ଷେତ୍ରରେ ମନୋନିବେଶ କରିଥିଲେ । କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ୱେବସାଇଟ୍ ଅନୁସାରେ, ଅଶ୍ୱିନୀ ଆମେରିକାର ୱାର୍ଥନ୍ ସ୍କୁଲ୍ ଅଫ୍ ୟୁନିର୍ଭସିଟିରୁ ଏମବିଏ ଡିଗ୍ରୀ ହାସଲ କରିଛନ୍ତି । ଏଥିସହ ଆଇଆଇଟି କାନପୁରୁ ଏମ୍ଟେକ୍ କରିଛନ୍ତି । ସେ ଅନେକ ନାମୀଦାମୀ କମ୍ପାନୀର ନିର୍ଦ୍ଦେଶକ ପଦବୀରେ ସୂଚାରୁ ରୂପେ ଦାୟିତ୍ୱ ନିର୍ବାହ କରିସାରିଛନ୍ତି । ରହିଥିଲେ । ସେ ଓଡ଼ିଶାର ଖଣି କମ୍ପାନୀ ତ୍ରିବେଣୀ ପିଲେଟ୍ସ ପ୍ରାଇଭେଟ ଲିମିଟେଡ୍ର ନିର୍ଦ୍ଦେଶକ ଭାବେ ୨୦୧୭ ଫେବ୍ରୁଆରିରୁ ୧୩ରୁ କାର୍ୟ୍ୟଭାର ତୁଲାଇ ଆସୁଥିଲେ ।

Get real time updates directly on you device, subscribe now.