fbpx

ଏସିଆ କପ୍ କାର୍ଯ୍ୟସୂଚୀ ଘୋଷଣା, କେବଳ ୪ ଟି ମ୍ୟାଚ୍ ପାକିସ୍ତାନରେ ଖେଳାଯିବ, ଫାଇନାଲ ଶ୍ରୀଲଙ୍କାରେ

ନୂଆଦିଲ୍ଲୀ: ଚଳିତ ବର୍ଷ ଅଗଷ୍ଟ-ସେପ୍ଟେମ୍ବରରେ ଆୟୋଜିତ ହେବାକୁ ଥିବା ଏସିଆ କପ୍‌ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏସୀୟ କ୍ରିକେଟ୍ ପରିଷଦ (ଏସିସି) ଗୁରୁବାରରେ ଏହି ସୂଚନା ଦେଇଛି। ତେବେ ଏହି ଟୁର୍ନାମେଣ୍ଟ ଆୟୋଜକ ପାକିସ୍ତାନ ଏକ ବଡ ଝଟକା ଲାଗିଛି। କାରଣ ଏଥର ହାଇବ୍ରିଡ୍ ମଡେଲ୍ ଅଧୀନରେ ଏସିଆ କପ୍ ଖେଳାଯିବ।

ଏହା ଅଧିନରେ ଆୟୋଜକ ପାକିସ୍ତାନରେ କେବଳ ୪ଟି ମ୍ୟାଚ୍ ଖେଳାଯିବ । ବାକି ମ୍ୟାଚ୍ ଶ୍ରୀଲଙ୍କାରେ ଖେଳାଯିବ । ଏହା ପାକିସ୍ତାନ ପାଇଁ ଏକ ବଡ଼ ଝଟକା ଅଟେ । ଯେତେବେଳେ ଏହା ଶ୍ରୀଲଙ୍କା ପାଇଁ ଲାଭଦାୟକ ହୋଇପାରେ । କାର୍ଯ୍ୟସୂଚୀ ଅନୁଯାୟୀ ଏସିଆ କପ୍‌ର ଆରମ୍ଭ ୩୧ ଅଗଷ୍ଟକୁ ଆରମ୍ଭ ହେବ । ଏବଂ ଫାଇନାଲ ମୁକାବିଲା ୧୭ ସେପ୍ଟେମ୍ବରରେ ଖେଳାଯିବ ।

ଚଳିତ ଥର ଭାରତ ଏବଂ ପାକିସ୍ତାନ ସମେତ ମୋଟ୍ ୬ ଟିମ୍ ମଧ୍ୟରେ ୧୩ ମ୍ୟାଚ୍ ଖେଳାଯିବ । ଯାହା ସମ୍ଭବତଃ ଶ୍ରୀଲଙ୍କାରେ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟର କେବଳ ୪ଟି ମ୍ୟାଚ୍ ପାକିସ୍ତାନରେ ଏବଂ ବାକି ୯ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳାଯିବ । ସମସ୍ତ ୬ଟିମ୍‌କୁ ଦୁଇଟି ଗ୍ରୁପ୍‌ରେ ଭାଗ କରାଯିବ।

ନିକଟରେ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ସିଇଓ ଜିଓଫ୍ ଆଲାର୍ଡିସ୍ ଏବଂ ଚେୟାରମ୍ୟାନ୍ ଗ୍ରେଗ ବାରକଲେ ପିସିବି ଅଧ୍ୟକ୍ଷ ନଜାମ ସେଠୀଙ୍କୁ ଭେଟିବା ପାଇଁ କରାଚି ଯାଇଥିଲେ, ସେତେବେଳେ ନିଷ୍ପତ୍ତି ନିଆଯାଇଥିଲା ଯେ ପାକିସ୍ତାନ ବିଶ୍ୱକପ ଯିବା ପାଇଁ କୌଣସି ସର୍ତ୍ତ ରଖିବ ନାହିଁ। ଏହି ‘ହାଇବ୍ରିଡ୍ ମଡେଲ୍’ ଏସିଆ କପ୍ ପାଇଁ ସବୁଠାରୁ ବ୍ୟବହାରିକ ମନେହୁଏ, କାରଣ କୌଣସି ସର୍ତ୍ତ ବିନା ପାକିସ୍ତାନ ଦିନିକିଆ ବିଶ୍ୱକପ୍ ପାଇଁ ଭାରତ ଯିବା ପାଇଁ ରାସ୍ତା ସଫା କରିଦେଇଛି। ଆସନ୍ତା ସପ୍ତାହ ଆରମ୍ଭରେ ଦିନିକିଆ ବିଶ୍ୱକପ୍ କାର୍ଯ୍ୟସୂଚୀ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି।

Get real time updates directly on you device, subscribe now.