Asia Cup 2025 IND vs PAK: ସୁପର ସଣ୍ଡେରେ ଭାରତ-ପାକ ଲଢେଇ, କେମିତି ଦେଖିବେ ଲାଇଭ? ପଢନ୍ତୁ ପୁରା ଖବର

ଏସିଆ କପ୍ 2025ର ସବୁଠାରୁ ବଡ଼ ମ୍ୟାଚ୍‌ ଏବେ ମାତ୍ର କିଛି ଘଣ୍ଟା ଦୂରରେ। 14 ସେପ୍ଟେମ୍ବର (ରବିବାର) ସନ୍ଧ୍ୟାରେ ଭାରତ ଏବଂ ପାକିସ୍ତାନ ଦୁବାଇରେ ପରସ୍ପର ସହିତ ମୁହାଁମୁହିଁ ହେବେ। ତେବେ ଏହି ସୁପର ସଣ୍ଡେରେ ଭାରତ-ପାକ ଲଢେଇ, କେମିତି ଦେଖିବେ ଲାଇଭ? ପଢନ୍ତୁ ପୁରା ଖବର ।

ନୂଆଦିଲ୍ଲୀ: ଏସିଆ କପ୍ 2025ର ସବୁଠାରୁ ବଡ଼ ମ୍ୟାଚ୍‌ ଏବେ ମାତ୍ର କିଛି ଘଣ୍ଟା ଦୂରରେ। 14 ସେପ୍ଟେମ୍ବର (ରବିବାର) ସନ୍ଧ୍ୟାରେ ଭାରତ ଏବଂ ପାକିସ୍ତାନ ଦୁବାଇରେ ପରସ୍ପର ସହିତ ମୁହାଁମୁହିଁ ହେବେ। ଏହି ମ୍ୟାଚ୍‌ ରାତି 8ଟାରୁ ଖେଳାଯିବ ଏବଂ ବିଶେଷ କଥା ହେଉଛି ଯେ ଗତ ଦଶନ୍ଧିରେ ପ୍ରଥମ ଥର ପାଇଁ ବିରାଟ କୋହଲି, ରୋହିତ ଶର୍ମା, ବାବର ଆଜମ ଏବଂ ମହମ୍ମଦ ରିଜୱାନଙ୍କ ଭଳି କିମ୍ବଦନ୍ତୀ ଭାରତ-ପାକିସ୍ତାନ ମୁକାବିଲାରେ ପଡ଼ିଆରେ ରହିବେ ନାହିଁ। ତଥାପି, ଉଭୟ ଦଳର ଯୁବ ଖେଳାଳି ଏବଂ ଷ୍ଟାର ଅଲରାଉଣ୍ଡରମାନେ ଏହି ହାଇ-ଭୋଲ୍‌ଜେଟ୍ ମୁକାବିଲାକୁ ସ୍ମରଣୀୟ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ।

କେଉଁଠି ଏବଂ କିପରି ଲାଇଭ୍‌ ଦେଖିବେ?

ଏହି ମ୍ୟାଚ୍‌ଟି ସୋନି ସ୍ପୋର୍ଟସ୍ ନେଟୱର୍କରେ ସିଧା ପ୍ରସାରଣ କରାଯିବ। ଅନ୍ୟପକ୍ଷରେ, ଦର୍ଶକମାନେ ମୋବାଇଲ୍ ଏବଂ ଲାପଟପ୍‌ରେ ମ୍ୟାଚ୍‌ ଦେଖିବା ପାଇଁ ସୋନି LIV ଆପ୍‌ ବ୍ୟବହାର କରିପାରିବେ। ଅର୍ଥାତ୍, ପ୍ରଶଂସକମାନେ ଘରେ ଥାଆନ୍ତୁ କିମ୍ବା ବାହାରେ, ସେମାନେ ଭାରତ-ପାକିସ୍ତାନର ରୋମାଞ୍ଚକୁ କୌଣସି ସ୍ଥାନରେ ହରାଇବେ ନାହିଁ।

ଏସିଆ କପ୍‌ରେ ଭାରତ-ପାକିସ୍ତାନ ରେକର୍ଡ

ଏପର୍ଯ୍ୟନ୍ତ, ଏସିଆ କପ୍‌ରେ ଉଭୟ ଦଳ ୧୯ ଥର ମୁହାଁମୁହିଁ ହୋଇଛନ୍ତି। ଏଥିମଧ୍ୟରୁ ଭାରତ ୧୦ ଥର ମ୍ୟାଚ୍‌ ଜିତିଥିବା ବେଳେ ପାକିସ୍ତାନ ୬ ଥର ଜିତିଛି। ସେହି ସମୟରେ ବର୍ଷା ଯୋଗୁଁ ତିନୋଟି ମ୍ୟାଚ୍‌ ଧୋଇ ଯାଇଥିଲା। ପାକିସ୍ତାନ ଶେଷ ଥର ପାଇଁ ୨୦୨୨ ମସିହାରେ ଦୁବାଇରେ ଭାରତକୁ ପରାସ୍ତ କରିଥିଲା, ଯେତେବେଳେ ମହମ୍ମଦ ରିଜୱାନ ଏବଂ ମହମ୍ମଦ ନୱାଜଙ୍କ ବିସ୍ଫୋରକ ବ୍ୟାଟିଂ ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇଥିଲା।

ଭାରତର ପ୍ଲେଇଂ ଇଲେଭେନ୍‌

ଅଭିଷେକ ଶର୍ମା, ଶୁଭମନ ଗିଲ୍, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ସଞ୍ଜୁ ସାମସନ୍ (ୱିକେଟକିପର), ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ୍ ଦୁବେ, ଅକ୍ଷର ପଟେଲ, ଜସପ୍ରିତ ବୁମରାହ, ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ।

ଭାରତର ଦଳ – ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁଭମନ ଗିଲ, ହାର୍ଦ୍ଦିକ ପାଣ୍ଡ୍ୟା, ଅର୍ଶଦୀପ ସିଂ, ଅଭିଷେକ ଶର୍ମା, ତିଲକ ଭର୍ମା, ଶିବମ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା (ୱିକେଟ୍ କିପର), ଜସପ୍ରୀତ ବୁମରା, ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ, ହର୍ଷିତ ରାଣା, ରିଙ୍କୁ ସିଂସ ସଞ୍ଜୁ ସାମସନ (ୱିକେଟ୍ କିପର)

ପାକିସ୍ତାନର ସମ୍ଭାବିତ ପ୍ଲେଇଂ ଇଲେଭେନ୍‌

ସାହିବଜାଦା ଫରହାନ, ସାମ ଆୟୁବ, ଫଖର ଜମାନ, ମହମ୍ମଦ ହରିସ (ୱିକେଟକିପର), ସଲମାନ ଆଗା (ଅଧିନାୟକ), ହସନ ନୱାଜ, ଶାହିନ ଶାହା ଆଫ୍ରିଦି, ହରିସ ରଉଫ, ଅବରାର ଅହମ୍ମଦ, ସୁଫିଆନ ମୁକିମ।

ପାକିସ୍ତାନ ଦଳ- ସଲମାନ ଆଗା (ଅଧିନାୟକ), ଅବରାର ଅହମ୍ମଦ, ଫହିମ ଆଶ୍ରାଫ, ଫଖର ଜମାନ, ହରିସ ରାଉଫ, ହସନ ଅଲି, ହସନ ନୱାଜ, ହୁସେନ ତଲତ, ଖୁସଦିଲ ଶାହା, ମହମ୍ମଦ ହରିସ (ୱିକେଟ୍ ରକ୍ଷକ), ମହମ୍ମଦ ନୱାଜ, ମହମ୍ମଦ ୱାସିମ, ସାହିବଜାଦା ଫରହାନ, ସଇମ ଆୟୁବ, ସଲମାନ ମିର୍ଜ୍ଜା, ସହିନ ଶାହା ଅଫରିଦି, ସୁଫିୟାନ ମୁକିମ ।