ଏସିଆକପ – ଏହିଦିନ ଭାରତ ପାକିସ୍ତାନ ମଧ୍ୟରେ ବିଗ ଫାଇଟ୍, ବାଜି ମାରିବ ଯିଏ, ଚାମ୍ପିଅନ ହେବ ସିଏ….

ଆସନ୍ତା 9 ସେପ୍ଟେମ୍ୱରରୁ ଆରମ୍ଭ ହେବ ଏସିଆ କପ । ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମୁକାବିଲା ଆଫଗାନିସ୍ତାନ ଓ ହଂକଂ ମଧ୍ୟରେ ଖେଳାଯିବ ।

ଓଡିଶା ଭାସ୍କର : ଆସନ୍ତା 9 ସେପ୍ଟେମ୍ୱରରୁ ଆରମ୍ଭ ହେବ ଏସିଆ କପ । ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମୁକାବିଲା ଆଫଗାନିସ୍ତାନ ଓ ହଂକଂ ମଧ୍ୟରେ ଖେଳାଯିବ । ଭାରତୀୟ ଦଳ ପ୍ରତିଯୋଗିତାରେ 10 ତାରିଖରୁ ୟୁଏଇ ସହ ମ୍ୟାଚ ଖେଳି ଏସିଆ କପ ଅଭିଯାନର ପ୍ରାରମ୍ଭ କରିବ ।

ଏସିଆ କପ ଫାଇନାଲ 28 ସେପ୍ଟେମ୍ୱରରେ ଖେଳାଯିବ । ପ୍ରତିଯୋଗିତାରେ ମୋଟ 8 ଟି ଦଳ ଭାଗ ନେବେ । ଟି-20 ଫର୍ମାଟରେ ଏହା ଖେଳାଯିବ । ଭାରତୀୟ ଦଳ ଟୁର୍ଣ୍ଣାମେଣ୍ଟରେ ଅତିକମରେ 3 ଟି ଓ ଅତିବେଶୀରେ 7 ଟି ମ୍ୟାଚ୍ ଖେଳିପାରେ ।

ଅଧିକ ପଢନ୍ତୁ….

17 କିମ୍ୱା 18 କାହିଁକି ନୁହେଁ, 15 ତାରିଖକୁ ଭାରତ କାହିଁକି ସ୍ୱାଧୀନତା ଦିବସ ପାଇଁ ବାଛିଥିଲା, ଜାଣି ନ ଥିବେ ପଢନ୍ତୁ….

ଦୁଇ ଗ୍ରୁପରେ 4 ଦଳ: ଏସିଆ କପର ମୋଟ 8 ଟି ଦଳ ଦୁଇଟି ଗ୍ରୁପରେ ରହିଛନ୍ତି । ଗ୍ରୁପ ‘ଏ’ ରେ ଭାରତ, ପାକିସ୍ତାନ,ୟୁଏଇ, ପାକିସ୍ତାନ ଓ ଓମାନ ଅଛନ୍ତି । ସେହିଭଳି ଗ୍ରୁପ ‘ବି’ ରେ ଶ୍ରୀଲଙ୍କା, ବାଂଲାଦେଶ,ଆଫଗାନିସ୍ତାନ ଓ ହଂକଂ ଅଛନ୍ତି ।

ପାକିସ୍ତାନ ସହ କେତେ ଥର ଖେଳିପାରେ ଭାରତ: କହିରଖୁ, ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆକପରେ 3 ଥର ମୁକାବିଲା ହୋଇପାରେ । ସର୍ବପ୍ରଥମେ ପାକିସ୍ତାନ ସହ ଭାରତର ଗ୍ରୁପ ଷ୍ଟେଜରେ ମହାଲଢେଇ ହେବ ।

Asia Cup schedule: India vs Pakistan likely on September 7; tournament  starts September 5 in UAE | Cricket News - Times of India
credit-toi

ଯଦି ଉଭୟ ଦଳ ସୁପର 4 ରାଉଣ୍ଡରେ ପ୍ରବେଶ ପାଆନ୍ତି, ତେବେ ସେମାନଙ୍କ ମଧ୍ୟରେ ପୁଣି ଥରେ ହାଇଭୋଲଟେଜ ଫାଇଟ ଦେଖିବେ ଫ୍ୟାନ୍ସ । ଏହାବାଦ ଉଭୟ ଦଳ ଯଦି ଫାଇନାଲରେ ନିଜ ସ୍ଥାନ ପକ୍କା କରି ନିଅନ୍ତି ତେବେ ଫାଇନାଲ ଫାଇଟ ତଥା ବିଗ ଫାଇଟ ମଧ୍ୟ ଦେଖିବାକୁ ପାଇବେ କୋଟି କୋଟି ଭାରତୀୟ ।