fbpx

୨୦୨୩କୁ ଘୁଞ୍ଚିଲା ଏସିଆ କପ୍‌ କ୍ରିକେଟ୍‌

Advertisement

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ୨୦୨୧ ଏସିଆ କପ୍‌  କ୍ରିକେଟ୍‌ ପ୍ରତିଯୋଗିତା ୨୦୨୩କୁ  ଘୁଞ୍ଚାଇ ଦିଆ ଯାଇଛି । ପ୍ରତି ଦୁଇ ବର୍ଷରେ ହେଉଥିବା ଏହି ପ୍ରତିଯୋଗିତାକୁ ପାକିସ୍ତାନରୁ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରାଯାଇଥିଲା ।

ଶ୍ରୀଲଙ୍କାରେ କୋଭିଡ୍‌-୧୯ ସଂକ୍ରମଣ ବଢ଼ିଚାଲିଥିବାରୁ ଏହାକୁ ଶେଷରେ ବାତିଲ କରି ଦିଆଯାଇଥିଲା । ତେବେ ଏସିଆ ମହାଦେଶର ୪ଟି ଯାକ ବଡ଼ ଦଳ ଯଥା ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶର ଚଳିତବର୍ଷ ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ ଥିବାରୁ ଏହି ପ୍ରତି ଯୋଗିତା ପାଇଁ ସମୟ ବାହାର କରିବା ଏସୀୟ କ୍ରିକେଟ୍‌ ପରିଷଦ ପାଇଁ ଅତ୍ୟନ୍ତ କଷ୍ଟକର ଥିଲା ।

୨୦୨୨ରେ ପୂର୍ବରୁ ଆଉ ଏକଏସିଆ କପ୍‌ ହେବାର ଥିବାରୁ ଚଳିତବର୍ଷର ଏହି ପ୍ରତିଯୋଗିତାକୁ୨୦୨୩କୁ ଘୁଞ୍ଚାଇ ଦିଆଯାଇଛି । ଅର୍ଥାତ୍‌୨୦୨୨ ଓ ୨୦୨୩ରେ ଲଗାତାର ଦୁଇଟି ଏସିଆ କପ୍ ଖେଳାଯିବ।

Get real time updates directly on you device, subscribe now.