fbpx

୨୦୨୩ ପର୍ଯ୍ୟନ୍ତ ସ୍ଥଗିତ ହେଲା ଏସିଆ କପ୍

Advertisement

ନୂଆଦିଲ୍ଲୀ: ସାରା ବିଶ୍ୱରେ ଖେଳ ଠାରୁ ଆରମ୍ଭ କରି ଉଦ୍ୟୋଗ, ଶିକ୍ଷା, ବ୍ୟବସାୟ ଆଦି ବିଭିନ୍ନ କ୍ଷେତ୍ରରେ କରୋନା ମହାମାରୀ ଯୋଗୁଁ ବେଶ୍ ପ୍ରଭାବିତ ହୋଇଛି । ସଂକ୍ରମଣ ବଢ଼ିବା ଭୟରେ ବିଭିନ୍ନ ଆନ୍ତଜାର୍ତୀୟ ଖେଳକୁ ବନ୍ଦ କରିଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଏସିଆ କପ୍ କୁ ମଧ୍ୟ ସ୍ଥଗିତ ରଖାଯାଇଛି । କରୋନା ମହାମାରୀ ଯେଉଁଭଳି ଭାବେ ରୂପ ବଦଳାଉଛି, ତାକୁ ଦୃଷ୍ଟିରେ ରଖି ଏସିଆ କପ୍ କୁ ୨୦୨୩ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ଚଳିତ ବର୍ଷ ଜୁନ୍ ମାସରେ ଶ୍ରୀଲଙ୍କାରେ ହେବାର ଥିଲା । ହେଲେ କୋଭିଡ୍ ମହାମାରୀର ସ୍ଥିତିକୁ ନଜରରେ ରଖି ଏହାକୁ ୨୦୨୩ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଏନେଇ ଏସିଆନ୍ କ୍ରିକେଟ୍ କାଉନ୍ସିଲ୍ ସୂଚନା ଦେଇଛନ୍ତି ।

ଏସିଆନ୍ କ୍ରିକେଟ୍ କାଉନ୍ସିଲ୍ ବା ଏସିସି ପକ୍ଷରୁ କୁହାଯାଇଛି ଯେ, କ୍ରିକେଟ୍ କ୍ୟାଲେଣ୍ଡର ସମ୍ପୂର୍ଣ୍ଣ ପ୍ୟାକ୍ ହୋଇଥିବାରୁ ଏହି ଟୁର୍ଣ୍ଣାମେଣ୍ଟ ହେବାର କୌଣସି ତାରିଖ ସ୍ଥିର ହୋଇପାରିବ ନାହିଁ । ତେବେ ଏହି ଟୁର୍ଣ୍ଣାମେଣ୍ଟ ମୁଳତଃ ପାକିସ୍ତାନ ଦ୍ୱାରା ଆୟୋଜନ ହେବାର ଥିଲା ହେଲେ ପାକିସ୍ତାନୀ ମାନେ ଭାରତକୁ ଆସିବାକୁ ଅମଙ୍ଗ ହେବାରୁ ଏହାକୁ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରାଯାଇଥିଲା । ସେହିପରି ବାର୍ସିଲୋନା ସହରରେ ଏକ କ୍ରିକେଟ୍ ମଇଦାନ ତିଆରି କରିବାକୁ ମତଦାନ ମଧ୍ୟ ହୋଇଛି । ସେଠାରେ ମୋଟ ୮୨୨ ପ୍ରୋଜେକ୍ଟରୁ କ୍ରିକେଟ୍ ଗ୍ରାଉଣ୍ଡ ତିଆରି ପାଇଁ ଅଧିକ ଭୋଟିଂ ହୋଇଛି ବୋଲି ଜଣାପଡିଛି ।

Get real time updates directly on you device, subscribe now.