fbpx
BSKY
BJD YOUTH SKY
BJD MS SKY

ଏଣିକି ଆଉ କରିପାରିବେ ନାହିଁ ଏକରୁ ଅଧିକ ବିବାହ, ବହୁବିବାହ ଉପରେ ପ୍ରତିବନ୍ଧ ଲଗାଇବାକୁ ୪୫ ଦିନ ମଧ୍ୟରେ ସରକାର ଆଣିବେ ଆଇନ

ନୂଆଦିଲ୍ଲୀ: ଆସାମ ସରକାର ବହୁ ବିବାହ(ଏକରୁ ଅଧିକ ବିବାହ) ଉପରେ ପ୍ରତିବନ୍ଧ ଲଗାଇବାକୁ ଖୁବ୍ ଶୀଘ୍ର ବିଧେୟକ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ହିମନ୍ତ ବିସୱା ସରମା ଏ ବିଷୟରେ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ପ୍ରସ୍ତାବ ଉପରେ ଲୋକଙ୍କ ପରାମର୍ଶ ଲୋଡା ଯାଇଥିଲା ଓ ଅଧିକାଂଶ ଲୋକ ଏହି ବିଧେୟକକୁ ସମର୍ଥନ କରିଛନ୍ତି ।

ସେ କହିଛନ୍ତି ୪୫ ଦିନ ମଧ୍ୟରେ ସରକାର ଏହି ବିଧେୟକକୁ ଆଇନରେ ପରିଣତ କରିଦେବେ । ସରମା ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଲେଖିଛନ୍ତି, ବହୁବିବାହ ଉପରେ ପ୍ରତିବନ୍ଧ ଲଗାଇବାକୁ ନେଇ ପ୍ରସ୍ତୁତ ବିଧେୟକ ଉପରେ ସାର୍ବଜନିକ ସୂଚନାର ଜବାବରେ ୧୪୯ ପ୍ରତିକ୍ରିୟା ମିଳିଛି । ଏଥିମଧ୍ୟରୁ ୧୪୬ ବିଧେୟକର ସମର୍ଥନରେ ମିଳିଛି । ଏଥିରୁ ସଂକେତ ମିଳୁଛି ଯେ, ବିଧେୟକ ପ୍ରତି ଅଧିକାଂଶ ଜନ ସମର୍ଥନ ରହିଛି । ଏବେ ଆମେ ଏହି ପ୍ରକ୍ରିୟାକୁ ଆଗକୁ ନେବୁ ଓ ୪୫ ଦିନ ମଧ୍ୟରେ ବିଧେୟକକୁ ଆଇନରେ ପରିଣତ କରିବୁ ।
୨୧ ଅଗଷ୍ଟରେ ସରକାର ବହୁବିବାହ ପ୍ରସଙ୍ଗରେ ଲୋକଙ୍କ ମତାମତ ଲୋଡିଥିଲେ । ରାଜ୍ୟର ଗୃହ ଓ ରାଜନୈତକ ବିଭାଗ ପ୍ରଧାନ ସଚିବଙ୍କ ପକ୍ଷରୁ ଜାରି ନୋଟିସରେ ଲୋକମାନଙ୍କୁ ୩୦ ଅଗଷ୍ଟ ସୁଦ୍ଧା ମତ ରଖିବାକୁ କୁହାଯାଇଥିଲା । ସାଧାରଣ ଜନତା ଇ-ମେଲ କିମ୍ବା ଡାକ ଜରିଆରେ ମତ ଦେବାକୁ କୁହାଯାଇଥିଲା । ଏହା ପୂର୍ବରୁ ସରକାର ଏକ ବିଶେଷଜ୍ଞ ସମିତି ଗଠନ କରିଥିଲେ । ବିଶେଷଜ୍ଞମାନେ ପରାମର୍ଶ ଦେଇଥିଲେ ଯେ, ରାଜ୍ୟ ଏହି ବିଷୟ ଉପରେ ଆଇନ ଆଣିପାରିବ ।
ଏଠାରେ ସୂଚାଇ ଦିଆଯାଇପାରେ ଯେ, ଭାରତରେ ବହୁବିବାହ ଆଇନତଃ ଅପରାଧ । କିନ୍ତୁ ମୁସଲିମ୍ ପର୍ସନାଲ ଲ ଆପ୍ଲିକେସନ ଆକ୍ଟ , ୧୯୩୭ ଜରିଆରେ ମୁସଲିମଙ୍କୁ ଏଥିରୁ ମୁକ୍ତି ମିଳିଯାଇଛି । ଏଥିରେ ବିବାହ ଓ ଉତ୍ତରାଧିକାର ପରି ବ୍ୟକ୍ତିଗତ ମାମଲାରେ ମୁସଲିମମାନଙ୍କୁ ସେମାନଙ୍କ ଧାର୍ମିକ ମାନ୍ୟତାର ପାଳନ କରିବାକୁ ଅଧିକାର ଦିଆଯାଇଛି ।

Get real time updates directly on you device, subscribe now.