ନିର୍ଯାତନାର ସବୁ ସୀମା ଲଂଘିଲା ପଡ଼ୋଶୀ: ଛୁଆଙ୍କ ଆଗରେ ମା’କୁ କରିଲା ଦୁଷ୍କର୍ମ

ଛୁଆଙ୍କ ଆଗରେ ମା'କୁ ଦୁଷ୍କର୍ମ କରିଲା ପଡ଼ୋଶୀ। ସ୍ୱାମୀ ଆସିବାରୁ ଏସିଡ୍ ମାଡ଼ କରି ଫେରାର ହେଲା ଅଭିଯୁକ୍ତ।

ଗୌହାଟୀ: ଆସାମର କାଚର ଜିଲ୍ଲାରେ ଘଟିଥିବା ଏକ ହୃଦୟ ବିଦାରକ ଘଟଣା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି। ଧୋଲାଇରେ ଜଣେ ପଡ଼ୋଶୀ ଯୁବକ ନିଜ ପିଲାଙ୍କ ସାମ୍ନାରେ ମହିଳାଙ୍କୁ ଦୁଷ୍କର୍ମ କରି ତାଙ୍କ ଉପରକୁ ଏସିଡ୍ ଫିଙ୍ଗିଥିଲେ।

ତେବେ ଜାନୁଆରି ୨୨ ତାରିଖରେ ଏହି ଘଟଣା ଘଟିଥିବା ବେଳେ ଜାନୁଆରି ୨୩ତାରିଖରେ ମାମଲା ରୁଜୁ ହୋଇଥିଲା।

ପୁଲିସ ଦେଇଥିବା ସୂଚନା ଅନୁଯାୟୀ, ପଡ଼ୋଶୀରେ ରହୁଥିବା ୨୮ ବର୍ଷୀୟ ଅଭିଯୁକ୍ତ ପୀଡ଼ିତାଙ୍କ ଘରେ ଜୋରଜବରଦସ୍ତ ପଶିଥିଲେ।

ଦୁଇ ପିଲାଙ୍କ ସାମ୍ନାରେ ପୀଡ଼ିତାଙ୍କୁ ମାଡ଼ ମାରିବା ସହ ଦୁଷ୍କର୍ମ କରିବା ପରେ ତାଙ୍କ ଉପରକୁ ଏସିଡ୍ ଫିଙ୍ଗି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ପୀଡ଼ିତାଙ୍କ ସ୍ୱାମୀ ଘରକୁ ଆସିବା ପରେ ପୀଡ଼ିତାଙ୍କ ପତ୍ନୀଙ୍କ ହାତ ଗୋଡ଼ ବାନ୍ଧି ଥିବା ଦେଖିବାକୁ ମିଳିଥିଲା।

ଅନ୍ୟପକ୍ଷରେ ମହିଳାଙ୍କୁ ସିଲଚର ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

ପୁଲିସ ମଧ୍ୟ ପୀଡ଼ିତାଙ୍କ ମେଡିକାଲ ରିପୋର୍ଟକୁ ଅପେକ୍ଷା କରିଛି। ମହିଳାଙ୍କ ସ୍ୱାମୀ ଅଭିଯୁକ୍ତଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ବେଳେ ପୁଲିସ ଅଭିଯୁକ୍ତଙ୍କୁ ଖୋଜୁଛି।

ଏ ନେଇ ପୀଡ଼ିତାଙ୍କ ବଡ଼ ପୁଅ ଗତ ଜାନୁଆରି ୨୩ ତାରିଖରେ ଅଭିଯୋଗ କରିଥିଲେ। ପୁଅର ବୟସ ୬ ବର୍ଷ।