fbpx

କ୍ୟାନସରରେ ଚାଲିଗଲେ ୩୦ ବର୍ଷୀୟ ଯୁବ ଅଭିନେତା

ନୂଆଦିଲ୍ଲୀ: କ୍ୟାନସର ପାଇଁ ଚାଲିଯାଇଛନ୍ତି ଜଣେ ୩୦ ବର୍ଷୀୟ ଯୁବ ଅଭିନେତା । ଅସମିଆ ଅଭିନେତା କିଶୋର ଦାସ କ୍ୟାନସରରେ ପୀଡ଼ିତ ହୋଇ ଗତ କିଛିଦିନ ଧରି ଚିକିତ୍ସିତ ହେଉଥିଲେ । ଏଥିସହିତ ସେ କୋଭିଡ-୧୯ରେ ମଧ୍ୟ ସଂକ୍ରମିତ ହୋଇଥିଲେ । ତେବେ ଆଜି ସେ କମ୍ ବୟସରେ ଏ ଦୁନିଆକୁ ଅଲବିଦା ଜଣାଇଛନ୍ତି । କିଶୋରଙ୍କ ମୃତ୍ୟୁରେ ତାଙ୍କର ବନ୍ଧୁ, ପରିବାର, ଓ ଫ୍ୟାନ୍ସଙ୍କ ମନରେ ଗଭୀର ଦୁଃଖର ଲହରୀ ଖେଳାଇ ଦେଇଛି ।

ତେବେ ହସ୍ପିଟାଲ ବେଡରେ ଚିକିତ୍ସିତ ହେଉଥିବା ଅବସ୍ଥାରେ କିଶୋର କିଛି ସମୟ ପୂର୍ବରୁ ନିଜର ଏକ ଫଟୋ ଶେୟାର କରିଥିଲେ । ଏନେଇ କିଶୋର କହିଥିଲେ, ମୁଁ କାମୋଥେରାପିର ଚତୁର୍ଥ ପର୍ଯ୍ୟାୟରେ ରହିଛି । କାମୋଥେରାପିର ଅନେକ ସାଇଡ୍ ଇଫେକ୍ଟସ ରହିଛି । ଦୁର୍ବଳତା, ଚକ୍କର ଆସିବା ପରି ସମସ୍ୟା ଦେଇ ମୁଁ ଗତି କରୁଛି । ଷ୍ଟେଜ ୪ କ୍ୟାନସର ବିଷୟରେ ଜାଣିବା ପରେ ମୋର ଜୀବନର ସତ୍ୟତା ବଦଳି ଯାଇଛି ।

କିଶୋର ନିଜର ଫିଲ୍ମ କ୍ୟାରିୟରରେ ୩୦୦ରୁ ଅଧିକ ମ୍ୟୁଜିକ ଭିଡିଓ ପ୍ରସ୍ତୁତ କରିଛନ୍ତି । ତାଙ୍କର ଗୀତ ‘ଟୁରୁତ ଟୁରୁତ’ ଅସମରେ ବହୁତ ପ୍ରସିଦ୍ଧି ଲାଭ କରିଥିଲା । ଅସମ ମନୋରଞ୍ଜନ ଇଣ୍ଡଷ୍ଟ୍ରିରେ ତାଙ୍କୁ ଜଣେ ଗୁରୁତ୍ୱପୂର୍ଣ୍ଣ ଚେହେରା ଭାବେ ଗଣାଯାଉଥିଲା । ସୋସିଆଲ ମିଡ଼ିଆରେ କିଶୋରଙ୍କର ଅନେକ ଫ୍ୟାନ ଫଲୋଇଙ୍ଗ ରହିଛନ୍ତି । ଏତେ କମ୍ ବୟସରେ କିଶୋରଙ୍କୁ ହରାଇବା ଇଣ୍ଡଷ୍ଟ୍ରିକୁ ଏକ ବଡ଼ ଝଟକା ଲାଗିଛି ।

Get real time updates directly on you device, subscribe now.