fbpx

ଯୌତୁକ ଆଣିଲେ ରହିବୁ, ନଚେତ: ଶାଶୁ ଘରେ ଏମିତି ଧମକ ପରେ ମୃତ୍ୟୁ, କ’ଣ ରହସ୍ୟ?

ଯାଜପୁର: ଯୌତୁକକୁ ନେଇ ପୁଣି ଆସିଲା ଧମକ ଏବଂ ପରେ ହତ୍ୟା ଅଭିଯୋଗ । ଯୌତୁକ ଆଣିବୁ ଯଦି ଘରେ ରହିବୁ ନଚେତ୍ ଘରୁ ବାହାର କରିଦେବି । ଏମିତି ଧମକ ଦେବା ସହ ଅନେକ ଶାରୀରିକ ଏବଂ ମାନିସିକ ନିର୍ଯାତନା ଦେଉଥିଲେ ଶାଶୁ ଗର ଲୋକେ । ଏବଂ ପରେ ଜୀବନରୁ ହତ୍ୟା କରି ଦେଇଥିବା ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ଭାଇ । ଏଭଳି ଏକ ଅମାନବୀୟ ଘଟଣା ଘଟିଛି ଯାଜପୁର କୁଆଖିଆ କଲଣ ପଂଚାୟତ ନୁଆହାଟ ଗାଁରେ ।

ନିଜ ପଡୋଶୀ ରାଜେନ୍ଦ୍ର ମଲ୍ଲିକକୁ ପ୍ରେମ ବିବାହ କରିଥିଲେ ମୃତ ମମତା । ହେଲେ ଏହି ବିବାହରେ ରାଜେନ୍ଦ୍ରଙ୍କ ପରିବାର ଲୋକେ ଖୁସି ନଥିଲେ । ଏଥିପାଇଁ ମମତାକୁ ଅନେକ ସମୟରେ ଶାଶୁ, ଶ୍ୱଶୁର, ନଣନ୍ଦ ମିଶି ଶାରୀରିକ ଏବଂ ମାନସିକ ନିର୍ଯାତନା ଦେବା ସହ ଯୌତୁକ ଆଣିବାକୁ ଜିଦରେ ଅଡି ବସୁଥିଲେ । ତେବେ ପ୍ରେମ ବିବାହ କରିଥିବାରୁ ବାପଘର ରାସ୍ତା ତାଙ୍କ ପାଇଁ ବନ୍ଦ ହୋଇଯାଇଥିଲା । ତେଣୁ ସ୍ୱାମୀ ଏବଂ ନିଜ ପୁଅ ଝିଅଙ୍କ ମୁହଁକୁ ଚାହିଁ ସବୁ କଷ୍ଟକୁ ସହିଯାଉଥିଲେ ମମତା । ହେଲେ ଏତିକିରେ ଥମିନଥିଲା ଶାଶୁଘର ଲୋକଙ୍କ ଅତ୍ୟାଚାର ।

ଗତମାସ ୧୮ ତାରିଖ ବିଳମ୍ବିତ ରାତିରେ ହଠାତ ମମତାଙ୍କ ଚିକ୍ରାର ଶୁଭିଥିଲା । ମମତାଙ୍କ ଚିକ୍ରାର ଶୁଣି ଗାଁ ଲୋକେ ତାଙ୍କ ଘର ସାମନାରେ ପହଞ୍ଚିଥିଲେ । ତେବେ ଗାଁ ଲୋକଙ୍କୁ ଦେଖି ଶାଶୁଘର ଲୋକେ ମମତାଙ୍କୁ ଡାକ୍ତରଖାନା ନେଇଯାଇଥିଲେ । କିନ୍ତୁ ସେଠାରେ ଡାକ୍ତର ମମତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ଏତେ ଦିନ ବିତିଯାଇଥିଲେ ସୁଦ୍ଧା ମାମଲା ଏବେ ବି ଥଣ୍ଡା ପଡିଛି । ଘଟଣାକୁ ନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି । ମମତାଙ୍କ ସହ ସେଦିନ ରାତିରେ କଣ ଘଟିଥିଲା? କେମିତି ହେଲା ମମତାଙ୍କ ମୃତ୍ୟୁ? ତେବେ ସବୁଠୁ ବଡ ପ୍ରଶ୍ନ ଉଠୁଛି ଏହା ଏକ ଅପମୃତ୍ୟୁ ନା ଆତ୍ମହତ୍ୟା ? ନା ଶାଶୁଘର ଲୋକ ମମତାଙ୍କୁ ହତ୍ୟା କରିଛନ୍ତି?

ମମତାଙ୍କ ମାମଲାକୁ ନେଇ କୁଆଖିଆ ଥାନାରେ ଏତଲା ଦେଇଥିଲେ ମୃତ୍ୟୁ ଭାଈ ମୋହନ ମଲିକ । କିନ୍ତୁ ଘଟଣାର ଏତେ ଦିନ ପରେ ଚୁପ ବସିଛି ପୋଲିସ । ଏଯାବତ ଶାଶୁଘର ଲୋକଙ୍କ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠାନ ନେଇ ନଥିବା ଜାଣିବାକୁ ମିଳିଛି । ଯାହାକୁ ନେଇ ଗ୍ରାମବାସୀ ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇବା ସହ ତୁରନ୍ତ ନ୍ୟାୟ ପାଇଁ ଦାବି କରିଛନ୍ତି ।

Get real time updates directly on you device, subscribe now.