fbpx

ଜମ୍ମୁ-କାଶ୍ମୀର, ହରିୟାଣାରେ କିଏ ଗଢିବ ସରକାର? ଆରମ୍ଭ ହେଲା ଗଣତି

ନୂଆଦିଲ୍ଲୀ: ଆଜି ଆସିବ ଜମ୍ମୁ-କାଶ୍ମୀର ହରିୟାଣା ବିଧିନସଭା ନିର୍ବାଚନ ଫଳାଫଳ । ଭୋଟ ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ସକାଳ 8ଟାରୁ ଭୋଟ ଗଣତି ଆରମ୍ଭ ହୋଇସାରିଛି । ପ୍ରଥମେ ପୋଷ୍ଟାଲ ବାଲାଟ ପରେ ଇଭିଏମରେ ଗଣତି ହେବ । ମଧ୍ୟାହ୍ନ ସୁଦ୍ଧା ଫଳାଫଳ ଚିତ୍ର ସାମ୍ନାକୁ ଆସିଯିବ । ତେବେ କିଏହ ଗଢିବ ସରକାର ତାକୁ ନେଇ ଲୋକଙ୍କ ମନରେ ମଧ୍ୟ ଉତ୍କଣ୍ଠା ଦେଖାଯାଇଛି । ଯଦି ଏକଜିଟ୍ ପୋଲ୍ କଥା ଦେଖିବା ତାହେଲେ ଜମ୍ମୁ କାଶ୍ମୀରରେ ଝୁଲା ସରକାର ଏବଂ ହରିୟାଣାରେ କଂଗ୍ରେସ ଆସିବାର ସମ୍ଭାବନା ରହିଛି ।

ଜମ୍ମୁକାଶ୍ମୀର-ଧାରା 370 ଉଚ୍ଛେଦ ପରେ ଏହା ପ୍ରଥମ ନିର୍ବାଚନ । ଏହା କେନ୍ଦ୍ରଶାସିତ ଅଞ୍ଚଶ ହୋଇସାରିଥିଲେ ହେଁ ରାଜନୈତିକ ଦଳ ବିଜୟୀ ହୋଇ ପ୍ରମୁଖ ସରକାର ଗଢିବାକୁ ଆଶା ରଖିଛନ୍ତି । ଆତଙ୍କବାଦ ଦମନକୁ ମୁଖ୍ୟ ପ୍ରସଙ୍ଗ କରି ଜନମତ ପାଇବାକୁ ଆଶା ରଖିଛି କଂଗ୍ରେସ । ଅନ୍ୟପଟେ ଧାରା 370 ଉଚ୍ଛେଦ ପରେ କଂଗ୍ରେସ-ଏନସି ମଧ୍ୟରେ ମେଣ୍ଟ ଗଠନକୁ ସୁଦୃଢ କରିଛି । ଏଥର ନିର୍ବାଚନରେ 873 ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା ପାଇଁ ଲକ୍ଷ୍ୟ ରଖିଛନ୍ତି । ଏନସି ନେତା ଓମାର ଅବଦୁଲ୍ଲା, ପିପୁଲ୍ସ କନଫରେନ୍ସ ନେତା ସାଜଦ ଗନି ଲୋନ, ପିସିସି ସଭାପତି ତାରିକ ହମଦ କାରା ଏବଂ ବିଜେପି ରାଜ୍ୟ ସଭାପତି ରବିନ୍ଦ୍ର ରାଇନାଙ୍କ ମଧ୍ୟରୁ କିଏ ମାରିବ ବାଜି ତାକୁ ଅପେକ୍ଷା ।

ହରିୟାଣା- ହରିୟାଣାରେ ବିଜେପି ସରକାର ଗଢି ଆସୁଥିବା ବେଳେ ତୃତୀୟ ଥର ମଧ୍ୟ କ୍ଷମତାକୁ ଆସିବା ନେଇ ଲକ୍ଷ୍ୟ ରଖିଛି । ଅନ୍ୟପଟେ 10 ବର୍ଷ ହେବ ହାରୁଥିବା କଂଗ୍ରେସ ବିଜେପିକୁ ମାତ ଦେଇ ନିଜେ ସରକାର ଗଢିବା ନେଇ ଆଶାବାଦୀ ରହିଛି । ଲୋକସଭା ନିର୍ବାଚନ ପରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଏହା ପ୍ରଥମ ଲଢେଇ । ଯଦି ପ୍ରମୁଖ ପ୍ରାର୍ଥୀ କଥା ଦେଖିବା ତାହେଲେ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନିସ ବିରୋଧୀ ଦଳ ନେତା ଭୂପେନ୍ଦ୍ର ସଂ ହୁଡା, ଆଇଏନଏଲଡି ନେତା ଅଭୟ ଚୌତାଲା, ଜେଜେପିର ଦୁଶ୍ୟନ୍ତ ଚୌତାଲା, ବିଜେପିର ଅନିଲ ଭିଜ ଏବଂ କଂଗ୍ରେସର ଭିନେସ ଫୋଗଟ ରହିଛନ୍ତି ।

Get real time updates directly on you device, subscribe now.