fbpx

ସାମ୍ବାଦିକଙ୍କ ଉପରେ କଟାକଣା କାହିଁକି ପଚରାଯିବାରୁ ଉତ୍ତର ରଖିଲେ ମନ୍ତ୍ରୀ କହିଲେ ବିଭାଗକୁ କିଛି …

ଭୁବନେଶ୍ୱର: ସାମ୍ବାଦିକ ମାନଙ୍କୁ ଚତୁର୍ଥ ସ୍ତମ୍ଭ ର ମାନ୍ୟତା ମିଳିଛି କିନ୍ତୁ ରାଜ୍ୟରେ କୌଣସି କାର୍ଯ୍ୟକ୍ରମରେ ସାମ୍ବାଦିକ ମାନଙ୍କୁ ଯିବାକୁ ଅନୁମତି ମିଳୁ ନାହିଁ। ପ୍ରାୟ ମୁଖ୍ୟମନ୍ତ୍ରୀଙ୍କ ସମସ୍ତ କାର୍ଯ୍ୟକ୍ରମରେ ସାମ୍ବାଦିକ ମାନଙ୍କୁ ଅନୁମତି ମିଳି ନଥାଏ । ତେବେ ଏହି ସମ୍ପର୍କରେ ଆଜି ବିଧାନସଭା ଗୃହରେ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀଙ୍କୁ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ପ୍ରଶ କରିଥିଲେ।
ସେ ପଚାରିଥିଲେ ଯେ ରାଜ୍ୟରେ ଯେଉଁ ଯେଉଁ କାର୍ଯ୍ୟକ୍ରମକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅତିଥିଭାବେ ଆସନ୍ତି ସେହି କାର୍ଯ୍ୟାଳୟକୁ ସାମ୍ବାଦିକମାନଙ୍କୁ ପ୍ରବେଶ ବାରଣ କରିବାର କାରଣ କଣ?

ବିଶେଷ କରି Electronics Media, Photo Journalist ମାନଙ୍କୁ ଅଟକାଇବାର କାରଣ କଣ ରହିଛି ? ଯଦି I & PR ସମସ୍ତଙ୍କୁ ଫଟୋ ଏବଂ ଭିଡିଓ ରେକର୍ଡିଂ ପଠାଇ ପାରୁଛି ତେବେ କୌଣସି ସରକାରୀ କାର୍ଯ୍ୟକ୍ରମକୁ Media Invitation ଦେବା ଆବଶ୍ୟକ କଣ ପଡୁଛି? Transparency ସବୁ କଥାରେ କହୁ ଥିବା ସରକାର ଗଣ ମାଧ୍ୟମକୁ କଣ ଲୁଚାଇବାକୁ ଚାହୁଁଛନ୍ତି ବୋଲି ଵିଧାୟକ ପ୍ରଶ୍ନ କରିଛନ୍ତି ?

ତେବେ ବିଧାୟକଙ୍କ ଏହି ପ୍ରଶ୍ନରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଉତ୍ତର ରଖିଛନ୍ତି। ମନ୍ତ୍ରୀ କହିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସାମ୍ବାଦିକମାନଙ୍କୁ ପ୍ରବେଶ ବାରଣ କରାଯିବା ସଂକ୍ରାନ୍ତରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଅବଗତ ନାହିଁ । ସରକାରୀ କାର୍ଯ୍ୟକ୍ରମକୁ Media Invitation ଆୟୋଜକ ବିଭାଗ ଦେଇଥାନ୍ତି । ସରକାର ଗଣ ମାଧ୍ୟମକୁ କୌଣସି ତଥ୍ୟ ଲୁଚାଇବାକୁ ଚାହୁଁ ଥିବା କଥା ସତ୍ୟ ନୁହେଁ ।

ତେବେ ଏତେ ବଡ଼ କଥା ଆଉ କିଛି ଦିନ ତଳେ ସାମ୍ବାଦିକ ମାନେ ମଧ୍ୟ ଏହାକୁ ନେଇ ଧାରଣ ଦେଇଥିଲେ । କିନ୍ତୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ମନ୍ତ୍ରୀ କହୁଛନ୍ତି ଏହି ସମ୍ପର୍କରେ ତାଙ୍କ ବିଭାଗ ଅବଗତ ନାହିଁ । ଏହି ସବୁ ଘଟଣାରୁ ଆପଣ ଅନୁମାନ କରି ପାରୁଥିବେ ଆମ ରାଜ୍ୟରେ ସାମ୍ବାଦିକତାର  ସ୍ତରରେ ବର୍ତ୍ତମାନ କେଉଁ ସ୍ଥାନରେ ରହିଛି । ସାମ୍ବାଦିକ ମାନେ କଣ କଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ନା ସରକାରଙ୍କୁ ଜଣା ନା ବିଭାଗ କୁ ।

Get real time updates directly on you device, subscribe now.