fbpx

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ତାଳଚେର,୧୮ ।୧୧(ଓଡିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଲେ ତାଳଚେର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଳଚେର ଆରଡି ବିଭାଗର ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣି ସାହୁଙ୍କ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । କଟକ ଭିଜିଲାନ୍ସ ଶାଖାରେ ଚନ୍ଦ୍ରମଣିଙ୍କ ନାଁରେ ଆୟ ବର୍ହିଭୂତ ସମ୍ପତ୍ତି ରଖିଥିବା ଅଭିଯୋଗ ହେବା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହାପରେ ଭିଜିଲାନ୍ସ ପକ୍ଷରୁ ଏକାକାଳୀନ ୬ଟି ସ୍ଥାନରେ ଚଢାଉ ଜାରିରହିଛି ।

ତେବେ ଚନ୍ଦ୍ରମଣିଙ୍କ ତାଳଚେର ସ୍ଥିତ ଅଫିସ, ଢେଙ୍କାନାଳ ଟାଉନ ପ୍ଲାନିଙ୍ଗ ସ୍ଥିତ ବାସଭବନ,ଷ୍ଟେସନ ବଜାର ସ୍ଥିତ ଘର, ମହାବିର ବଜାରସ୍ଥିତ ଶ୍ୱଶୁର ଘର , ପିଙ୍ଗୁଆ ଖଣ୍ଡବନ୍ଧ ନିକଟରେ ଥିବା ପୈତୃକ ଘର ଏବଂ ଭୁବନେଶ୍ୱର ଟଙ୍କପାଣି ରୋଡ ସ୍ଥିତ ଫ୍ଲାଟରେ ଏକା ସାଙ୍ଗରେ ରେଡ୍ ହୋଇଛି ।

Get real time updates directly on you device, subscribe now.