fbpx

ଲୋକଙ୍କୁ ଆଶ୍ୱସ୍ତି ; ଫେବୃଆରୀ ୨୮ରୁ ମାର୍ଚ୍ଚ ୨ ଯାଏଁ ବର୍ଷା, ଏହି ରାଜ୍ୟରେ ପବନ ବହିବା ସହ ବର୍ଷା ସମ୍ଭାବାନା

ନୂଆଦିଲ୍ଲୀ : ଦେଶର ଅଧିକାଂଶ ରାଜ୍ୟରେ ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ରାଜ୍ୟଗୁଡିକରେ ହାରାହାରି ତାପମାତ୍ରା ଉଚ୍ଚରହିଛି । ୟୁପି, ଦିଲ୍ଲୀ, ବିହାର ଭଳି ରାଜ୍ୟ ଫେବୃଆରୀରେ ତାପମାତ୍ରା ଏପ୍ରିଲ-ମେ ଭଳି ଅନୁଭବ ହେଉଛି । ଏଭଳି ପରିସ୍ଥିତିରେ ଲୋକଙ୍କୁ ଆଶ୍ୱସ୍ତି ମିଳିବା ଭଳି ଏକ ଖବର ମିଳିଛି । ପାଣିାପଗରେ ପରିବର୍ତ୍ତନ ହେବା ସହ କେତେକ ରାଜ୍ୟରେ ବର୍ଷା ସହ ବଜ୍ରପାତ ଏବଂ ପ୍ରବଳ ବେଗରେ ପବନ ବହିବା ବୋଲି କେନ୍ଦ୍ରୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଉଛି ।

ପାଣିପାଗ ବିଭାଗର ସୂଚନାନୁସାରେ, ହିମାଚଳ ପ୍ରଦେଶ ପାଣିପାଗରେ ପରିବର୍ତ୍ତନ ହେବାକୁ ଯାଉଛି । କେତେକ ରାଜ୍ୟରେ ଏହାର ପ୍ରଭାବ ଫେବୃଆରୀ ୨୮ ରୁ ମାର୍ଚ୍ଚ ୨ ପର‌୍ୟ୍ୟନ୍ତ ରହିବ । ଏଥି ସହିତ ଆସନ୍ତା ୪୮ ଘଣ୍ଟା ପାଇଁ ପଞ୍ଜାବ, ହରିୟାଣା ଏବଂ ଗୁଜୁରାଟର ସର୍ବାଧିକ ତାପମାତ୍ରାରେ ବୃଦ୍ଧି ହେବ ନାହିଁ ।

ଏହି ରାଜ୍ୟଗୁଡିକରେ ବର୍ଷା ପୂର୍ବାନୁମାନ
ପାଣିପାଗ ବିଭାଗ ଅନୁଯାୟୀ, ଫେବୃଆରୀ ୨୮ ରୁ ହିମାଳୟ ଅଞ୍ଚଳ ଏବଂ ଉତ୍ତର ପଶ୍ଚିମ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ମାର୍ଚ୍ଚ ୨୮ ରୁ ମାର୍ଚ୍ଚ ୨ ମଧ୍ୟରେ ଉତ୍ତର ଭାରତର ପାହାଡ଼ିଆ ରାଜ୍ୟଗୁଡ଼ିକ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ଏବଂ ତୁଷାରପାତ ହେବ । ଏହି ସମୟରେ ବଜ୍ରପାତ ହେବାର ସମ୍ଭାବନା ମଧ୍ୟ ରହିଛି। ଏଥି ସହିତ ପଞ୍ଜାବରେ ବର୍ଷା ପାଇଁ ସତର୍କ ସୂଚନା ଥିବାବେଳେ ମାର୍ଚ୍ଚ ୧ ଓ ୨ରେ ହରିୟାଣା ଓ ଚଣ୍ଡିଗଡରେ ହେବାର ସମ୍ଭାବନା ରହିଛି।

ମାର୍ଚ୍ଚ ୧ରେ କାଶ୍ମୀର ଉପତ୍ୟକା ଏବଂ ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ହୋଇପାରେ। ପାଣିପାଗ ବିଭାଗ ଅନୁଯାୟୀ, ହିମାଚଳ ପ୍ରଦେଶର ଜାମ୍ମୁ କାଶ୍ମୀରରେ ଫେବୃଆରୀ ୨୮ ବର୍ଷା ସହ ପବନ ବହିବାର ସମ୍ଭାବନା ରହିଛି । ସେହିପରି ମାର୍ଚ୍ଚ ୧ ଓ ୨ରେ ଉତ୍ତରାଖଣ୍ଡ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏଥିସହିତ ଫେବୃଆରୀ ୨୮ ଏବଂ ମାର୍ଚ୍ଚ ୧ ରେ ପଞ୍ଜାବ, ହରିୟାଣା ଏବଂ ଚଣ୍ଡିଗଡ଼ରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।

ଗତ ୨୪ ଘଣ୍ଟାରେ ମଧ୍ୟରେ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଆଭ୍ୟନ୍ତରୀଣ ମହାରାଷ୍ଟ୍ର, ଗୁଜୁରାଟ, ମଧ୍ୟପ୍ରଦେଶ ଏବଂ ଛତିଶଗଡର କିଛି ଅଞ୍ଚଳରେ ସର୍ବାଧିକ ତାପମାତ୍ରା ୩୫-୩୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଅରୁଣାଚଳ ପ୍ରଦେଶ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଜାମ୍ମୁ କାଶ୍ମୀର, ଉତ୍ତରପ୍ରଦେଶ, ହିମାଚଳ ପଶ୍ଚିମବଙ୍ଗ, ସିକ୍କିମ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ତ୍ରିପୁରା ଉପରେ ହାଲୁକା ବର୍ଷା ରେକର୍ଡ କରାଯାଇଛି।

Get real time updates directly on you device, subscribe now.