fbpx
BSKY SKY
BSKY SKY

ରାତିରେ ଶ୍ୱାସ ରୋଗୀଙ୍କୁ ଆସିଥାଏ ଆଟାକ୍‌, ରଖନ୍ତୁ ବିଶେଷ ଧ୍ୟାନ

BSKY

ଶୀତ ଦିନ ଆସିଲେ ଶ୍ୱାସ ରୋଗୀଙ୍କୁ ବେଶି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଥଣ୍ଡା ବାୟୁର ସଂସ୍ପର୍ଶରେ ଆସିବା କାରଣରୁ ସେମାନଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ବୃଦ୍ଧି ପାଇଥାଏ । ଆପଣ ଶ୍ୱାସ ରୋଗୀ ହୋଇଥିଲେ ଶୀତ ଦିନେ କିଛି ସତର୍କତା ଅବଲମ୍ବନ କରନ୍ତୁ ଯେପରି
– ଅଧିକ ଜନଗହଳି ଏବଂ ପ୍ରଦୂଷିତ ସ୍ଥାନକୁ ଯାଆନ୍ତୁ ନାହିଁ ।

– ଧୂମପାନ ସ୍ଥାନ ଠାରୁ ଦୂରେଇ ରୁହନ୍ତୁ ।

– ସବୁବେଳେ ଭୋଜନରେ ତାଜା ପନିପରିବା, ଫଳ, ଡ଼ାଲି ସାମିଲ କରନ୍ତୁ ଓ ବାହାର ଖାଇବା ଠାରୁ ଦୂରେଇ ରୁହନ୍ତୁ ।

– ଶୀତ ଦିନେ ବାହାରକୁ ଯିବା ପୂର୍ବରୁ ଗରମ ପୋଷାକ ପିନ୍ଧନ୍ତୁ ।

– ରାତିରେ ଶ୍ୱାସ ରୋଗୀଙ୍କୁ ଖାଲି କ୍ଷୀର ପିଇବା ଉଚିତ ନୁହେଁ । କ୍ଷୀରରେ ଗୋଲମରିଚ ଏବଂ ହଳଦୀ ମିଶାଇ ସେବନ କରିବା ଲାଭଦାୟକ ହୋଇଥାଏ । ଏହା ବ୍ୟତୀତ କ୍ଷୀରରେ ଜାଇଫଳ ମିଶାଇ ସେବନ କରିପାରିବେ ।

– ଖାଲି ପେଟରେ ରସୁଣକୁ ଗୋଟିଏ ଚାମଚ ମହୁ ସହ ସେବନ କରିବା ଲାଭଦାୟକ ହୋଇଥାଏ ।

ଦୁନିଆରେ ଶ୍ୱାସ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃୃଦ୍ଧି ପାଇବାରେ ଲାଗିଛି । ଅଧିକାଂଶ ଶ୍ୱାସ ରୋଗୀଙ୍କୁ ରାତିରେ ଆଟାକ୍ ଆସିଥାଏ ।

ଏହାର ମୁଖ୍ୟ କାରଣ ହେଉଛି Circadian Rhythm । ଏହା ରାତିରେ ହରମୋନ ସ୍ତରକୁ ହ୍ରାସ କରିଥାଏ । ତେବେ ଆସନ୍ତୁ ଜାଣିବା ରାତିରେ ଶ୍ୱାସ ରୋଗୀଙ୍କୁ ଆଟାକ୍ ଆସିବା ସମ୍ଭାବନା ଠାରୁ କିପରି ଦୂରେଇ ରଖିବା :

– ଘରର ସ୍ୱଚ୍ଛତା ଉପରେ ଧ୍ୟାନ ଦିଅନ୍ତୁ । ବିଶେଷ କରି ଶ୍ୱାସ ରେଗୀ ରହୁଥିବା କୋଠରୀର ପଙ୍ଖା, ଆଲମାରୀ, ଚଟାଣକୁ ନିୟମିତ ବ୍ୟବଧାନରେ ପରିଷ୍କାର ରଖନ୍ତୁ ।

– ସପ୍ତାହରେ ଥରେ ବେଡ଼ସିଟ୍ ବଦଳାନ୍ତୁ । ଡଷ୍ଟ ପ୍ରୁôଫ୍ ଗଦି ବା ତକିଆ ଖୋଳ ବ୍ୟବହାର କରିପାରିବେ । ଶ୍ୱାସ ରୋଗୀର ବେଡ଼ସିଟ୍‌, ଚଦର ଆଦି ଧୋଇବା ସମୟରେ ଗରମ ପାଣିର ବ୍ୟବହାର କରନ୍ତୁ ।

– ପୋଷା ଜୀବଜନ୍ତୁଙ୍କ ସହ ଗୋଟିଏ କକ୍ଷରେ ଶୋଇବା ଠାରୁ ଦୂରେଇ ରୁହନ୍ତୁ । ସେମାନଙ୍କ ପାଇଁ ସ୍ୱତନ୍ତ୍ର କକ୍ଷର ବ୍ୟବସ୍ଥା କରନ୍ତୁ ।

– ରାତିରେ ଶୋଇବା ସମୟରେ ନରମ ତକିଆରେ ମୁଣ୍ଡକୁ ଟିକେ ଉଚ୍ଚ କରି ରଖନ୍ତୁ । ସିଧା ଶୋଇବା ଦ୍ୱାରା ପୋଷ୍ଟନାସାଲ ଡ୍ରିପ ବୃଦ୍ଧି ହୋଇଥାଏ ଯାହା ଶ୍ୱାସ ରୋଗୀଙ୍କ ପାଇଁ ଆଟାକର କାରଣ ହୋଇପାରେ ।

– ଶୋଇବା ସମୟରେ ଷ୍ଟ୍ରଙ୍ଗ୍ ପରଫ୍ୟୁମ୍‌, ସେଣ୍ଟେଡ୍ କ୍ୟାଣ୍ଡେଲ, ବା ରୁମ ଫ୍ରେଶନର ଠାରୁ ଦୂରେଇ ରୁହନ୍ତୁ । ଏହା ଶ୍ୱାସ ରୋଗୀଙ୍କ ପାଇଁ ଆଟାକର ଆଶଙ୍କାକୁ ବୃଦ୍ଧି କରିପାରରେ ।

Get real time updates directly on you device, subscribe now.