ଓଡ଼ିଶା ଭାସ୍କର: ସୂର୍ଯ୍ୟ ଯେବେ ରାଶି ପରିବର୍ତ୍ତନ କରନ୍ତି, ସେହି ତିଥିକୁ ସଂକ୍ରାନ୍ତି ପାଳନ କରାଯାଇଥାଏ ଏବଂ ସୂର୍ଯ୍ୟଙ୍କ ଗୋଚର ଯେଉଁ ରାଶିରେ ପ୍ରବେଶ କରନ୍ତି ସେହି ନାମରେ ସଂକ୍ରନ୍ତିର ନାମ ପଡିଥାଏ। ୧୫ ଡିସେମ୍ବରରେ ଗ୍ରହମାନଙ୍କ ରାଜ ସୂର୍ଯ୍ୟଙ୍କର ମଧ୍ୟ ଗୋଚର ହେବାକୁ ଯାଉଛି। ସୂର୍ଯ୍ୟଙ୍କ ଗୋଚର ଧନୁ ରାଶିରେ ହେଇଛି। ଏହି ଆଧାରରେ ଏହା ଧନୁ ସଂକ୍ରାନ୍ତି କୁହାଯିବ। ସୂର୍ଯ୍ୟ ଦେବତାଙ୍କ ରାଶି ପରିବର୍ତ୍ତନରେ ଅନେକ ରାଶିଙ୍କର ଶୋଇଥିବା ଭାଗ୍ୟ ଉଜାଗରିତ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଧନୁ ସଂକ୍ରାନ୍ତିରେ କେଉଁ ଉପାୟ କଲେ ଆବଶ୍ୟକ ଭାଗ୍ୟ ପରିବର୍ତ୍ତନ ହେବ।
ସୁଖ ସମୃଦ୍ଧିର ଉପାୟ: ଟଙ୍କା ପଇସା ଅସୁବିଧା ରହୁଥିଲେ, ଧନୁ ସଂନ୍ତ୍ରାନ୍ତି ସମୟରେ ଏକ ଲାଲ କପଡା ନିଅନ୍ତୁ, ଏଥିରେ ଏକ କପୁର ରଖି ବାନ୍ଧି ଦିଅନ୍ତୁ ଏବଂ ପୂର୍ବ ଦିଗ ଆଡକୁ ରଖିଦିଅନ୍ତୁ। ଏହା କରିବା ଦ୍ୱାରା ଧନର ଅସୁବିଧା ଦୂର ହେବା ସହ ଘରେ ସୁଖ-ସମୃଦ୍ଧି ବୃଦ୍ଧି ପାଇଥାଏ।
ସଫଳତା ପାଇଁ ଉପାୟ: ଚାକିରି ପ୍ରମୋସନ, ବାଣିଜ୍ୟରେ ଅଗ୍ରଗତି ବା ପାଠପଢୁଥିବା ବିଦ୍ୟାର୍ଥୀଙ୍କୁ କୟାରିୟରରେ ଯଦି ସଫଳତା ମିଳୁନାହିଁ, ତେବେ ଧନୁ ସଂକ୍ରାନ୍ତି ଦିନ ଲାଲ ରଙ୍ଗର କପଡା ପିନ୍ଧି ପ୍ରତିଦିନ ସୂର୍ଯ୍ୟଙ୍କୁ ଜଳ ଅର୍ଘ୍ୟ ଦିଅନ୍ତୁ। ଏଥିସହ ଅରଖ ଗଛ ଚାରିପଟେ ୧୧,୨୧ ବା ୫୧ ଥର ପରିକ୍ରମା କରନ୍ତୁ, କୁହାଯାଏ ଯେ, ଅରଖ ଗଛରେ ସୂର୍ଯ୍ୟ ବାସ କରନ୍ତି।