fbpx

ଆସନ୍ତାବର୍ଷ ଭାରତରେ ମିଶିବ POK: ମଙ୍ଗଳ ମହାଦଶା ଦେଇ ଗତି କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ, କ’ଣ କହିଲେ ଜ୍ୟୋତିର୍ବିଦ ରୁଦ୍ର ପ୍ରତାପ?

ନୂଆଦିଲ୍ଲୀ: ବୈଦିକ ଜ୍ୟୋତିର୍ବିଦ ରୁଦ୍ର କରଣ ପ୍ରତାପ ନିଜ ଭବିଷ୍ୟବାଣୀକୁ ନେଇ ଖୁବ ପ୍ରସିଦ୍ଧି ଲାଭ କରିଛନ୍ତି । ତାଙ୍କ ଅନେକ ଭବିଷ୍ୟବାଣୀ ସତ ସାବ୍ୟସ୍ତ ହୋଇଥିବା ବେଳେ ସେ ବର୍ତ୍ତମାନ ପିଓକେ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଷୟରେ ଭବିଷ୍ୟବାଣୀ କରିଛନ୍ତି । ଦୀର୍ଘ ବର୍ଷରୁ ଭାରତ-ପାକ୍ ମଧ୍ୟରେ ଥିବା ଏକ ବିବାଦ ଉପରେ ଆସନ୍ତାବର୍ଷ ପୂର୍ଣ୍ଣଚ୍ଛେଦ ପଡ଼ିପାରେ ବୋଲି ପୂର୍ବ ସଂକେତ କରିଛନ୍ତି ଜ୍ୟୋତିର୍ବିଦ ରୁଦ୍ର କରଣ ପ୍ରତାପ । ଏହାବ୍ୟତୀତ ପ୍ରଧାନମନ୍ତ୍ରୀଙ୍କ ରାଶି ୩କ୍ଷତ୍ର ସମ୍ପର୍କରେ ମଧ୍ୟ ସେ ଏକ ସୂଚନା ଦେଇଛନ୍ତି ।

ଜ୍ୟେତିର୍ବିିଦ ରୁଦ୍ର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ସମୟରେ ମଙ୍ଗଳ ମହାଦଶା ଦେଇ ଗତି କରୁଥିବା ସେ ପ୍ରକାଶ କରିଛନ୍ତି । ମଙ୍ଗଳ ମହାଦଶା ସମୟରେ ଜମି ସମ୍ବନ୍ଧୀୟ ମାମଲାରେ ସଫଳତା ମିଳିଥାଏ । ତେବେ ମୋଦୀଙ୍କୁ ପାକିସ୍ତାନ ଅଧିକୃତ କାଶ୍ମୀରେ ଭାରତ ପାଇଁ ସଫଳତା ପାଇପାରନ୍ତି ବୋଲି ସେ ଅନୁମାନ କରିଛନ୍ତି । ଆସନ୍ତାବଷ(୨୦୨୫) ଏପ୍ରିଲରୁ ସେପ୍ଟେମ୍ବର ମାସ ମଧ୍ୟରେ ଏହି ପିଓକେ ଭାରତରେ ସାମିଲ ହୋଇପାରେ ବୋଲି ଜ୍ୟୋତିର୍ବିଦଙ୍କ ପୂର୍ବାନରୁ ଜଣାଯାଇଛି । ଏହାବ୍ୟତୀତ ଚଳିତ ନିର୍ବାଚନରେ ମୋଦୀ ପୁଣିଥରେ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇପାରନ୍ତି । ୨୦୨୪ ନିର୍ବାଚନରେ ମୋଦୀ ଆଉ ଏକ କାର୍ଯ୍ୟକାଳ ଦାୟିତ୍ୱ ଗ୍ରହଣ କରିପାରନ୍ତି ବୋଲି ଜ୍ୟୋତିର୍ବିଦ ରୁଦ୍ର କରଣ ପ୍ରତାପ ପୂର୍ବାନୁମାନ କରିଛନ୍ତି ।

ଏହାପୂର୍ବରୁ ତାଙ୍କର ଅନେକ ଭବିଷ୍ୟବାଣୀ ସତ ହେଇଛି ।

କେଜ୍ରିୱାଲଙ୍କ ପତନ: ୨୦୨୨ ମସିହାରେ ଏକ ଟ୍ୱିଟ କରି ରୁଦ୍ର କହିଥିଲେ ଯେ, ୨୦୨୪ ଆରମ୍ଭରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନାନା ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ତେବେ ମାର୍ଚ୍ଚ ୨୧ ତାରିଖରେ ଏନପୋର୍ସମେଣ୍ଟ ଟିମ୍ କେଜ୍ରିୱାଲଙ୍କୁ ଗିରଫ କରିବା ପରେ ରୁଦ୍ରଙ୍କ ଏହି ଭବିଷ୍ୟବାଣୀ ସତ ହୋଇଛି ।

ଋଷ-ୟୁକ୍ରେନ ଯୁଦ୍ଧ: ଅରବିନଦ କେଜ୍ରିୱାଲଙ୍କ ପତନ ବ୍ୟତୀତ ଋଷ-ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ମଧ୍ୟ ଅନେକ ପୂର୍ବରୁ ସଂକେତ ଦେଇଥିଲେ ଜ୍ୟୋତିର୍ବିଦ ରୁଦ୍ର କରଣ ପ୍ରତାପ । ଏହାବ୍ୟତୀତ ଇମ୍ରାନ ଖାନଙ୍କ ବହିଷ୍କାର, ୨୦୨୨ ୟୁପି ରାଜ୍ୟ ନିର୍ବାଚନର ଫଳାଫଳ, ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନ, ୨୦୨୨ ବିଶ୍ୱରେ ବନ୍ୟା ପରିସ୍ଥିତି, ୟୁରୋପରେ ଅର୍ଥନୈତିକ ଅବନତି ଇତ୍ୟାଦିର ପୂର୍ବସଙ୍କେତ ପାଇଁ ରୁଦ୍ର କରଣ ପ୍ରତାପ ଖୁବ ପରିଚୟ ପାଇଥିଲେ ।

ତେବେ ଆସନ୍ତା ଆନ୍ଧ୍ରପ୍ରଦେଶ ନିର୍ବାଚନରେ ଜଗନ ମୋହନ ରେଡ୍ଡୀଙ୍କ YSRCP ବିଜୟୀ ହେବ ବୋଲି ମଧ୍ୟ ସେ ଭବିଷ୍ୟବାଣୀ କରିଛନ୍ତି । ସେହିପରି ତାଙ୍କ ଭବିଷ୍ୟବାଣୀ ଅନୁସାରେ ୨୦୨୭ ମସିହାରେ ଦେଶର ଆଗାମୀ ପ୍ରଧାନମନ୍ତ୍ରୀ ଭାବରେ ଯୋଗୀ ଆଦିତ୍ୟନାଥ ଦାୟିତ୍ୱ ନେଇପାରନ୍ତି ବୋଲି ମଧ୍ୟ ପୂର୍ବାନୁମାନ କରିଛନ୍ତି ।

Get real time updates directly on you device, subscribe now.