fbpx

ଏହି ସରକାରୀ ୱେବସାଇଟରେ ବ୍ଲକ୍ କରିପାରିବେ Sim Card, ଜାଣନ୍ତୁ କ’ଣ ରହିଛି ପ୍ରକ୍ରିୟା

ଓଡ଼ିଶା ଭାସ୍କର: ଆଜିକାଲିର ଡିଜିଟାଲ ଯୁଗରେ ଦିନକୁ ଦିନ ଅନଲାଇନ୍ ଠକେଇ ବୃଦ୍ଧି ପାଇବାରେ ଲାଗିଛି । ଏହା ସାଧାରଣ ଜନତା ଏବଂ ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଏଥିମଧ୍ୟରେ ସରକାର ଭାରତୀୟଙ୍କ ପାଇଁ ଏକ ୱେବସାଇଟ୍ ଜାରି କରିଛନ୍ତି ଯାହାର ନାମ ହେଉଛି Telecom Analytics for Fraud Management and Consumer Protection (TAFCOP) । ଏହି ପୋର୍ଟାଲ ମାଧ୍ୟମରେ ନିଜ ନାଁରେ ଥିବା ଅନାବଶ୍ୟକ ସିମ୍ କାର୍ଡ଼କୁ ବ୍ଲକ୍ କରିପାରିବେ ।

TAFCOP ନାମକ ଏହି ପୋର୍ଟାଲ ଭାରତ ସରକାରଙ୍କ ଦୂରସଞ୍ଚାର ବିଭାଗ(DoT) ଦ୍ୱାରା ପରିଚାଳିତ ହୋଇଥାଏ । ଏହି ପୋର୍ଟାଲ ଉପଭୋକ୍ତାଙ୍କ ନାଁରେ ଜାରି କରାଯାଇଥିବା ମୋବାଇଲ କନେକସନ୍ ବିଷୟରେ ତଥ୍ୟ ପ୍ରଦାନ କରିଥାଏ । TAFCOP ପୋର୍ଟାଲ ମାଧ୍ୟମରେ ନିମ୍ନଲିଖିତ ପଦକ୍ଷେପ ଦ୍ୱାରା ସିମ୍ କାର୍ଡ଼ ବନ୍ଦ କରିପାରିବେ ।

୧. ପ୍ରଥମେ TAFCOP ପୋର୍ଟାଲର ୱେବସାଇଟ୍ https://tafcop.dgtelecom.gov.inକୁ ଯାଇ ଲଗ୍ ଇନ୍ କରନ୍ତୁ । ଏହା ପରେ ‘Deactivate SIM’ ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ ।

୨. ଆପଣଙ୍କ ନାଁରେ ଥିବା ସମସ୍ତ Sim Cardର ସୂଚୀ ପ୍ରଦର୍ଶିତ ହେବ । ଆପଣ ଯେଉଁ ସିମ୍ କାର୍ଡ଼କୁ ବନ୍ଦ କରିବାକୁ ଚାହୁଁଛନ୍ତି ତା’ ସାମ୍ନାରେ ଥିବା ‘Deactivate’ ବଟନ୍ ଉପରେ କ୍ଲିକ୍ କରନ୍ତୁ ।

୩. ଏହା ପରେ ଏକ ପପ୍ ଅପ୍ ୱଣ୍ଡୋ ଖୋଲିବ ଯେଉଁଥିରେ ସିମ୍ କାର୍ଡ଼ ବନ୍ଦ କରିବାର କାରଣ ଚୟନ କରିବା ପାଇଁ ବିକଳ୍ପ ଆସିବ । କାରଣ ଚୟନ କରିବା ପରେ ‘Submit’ ବଟନ୍ ଉପରେ କ୍ଲିକ୍ କରନ୍ତୁ ।

୪. ‘Submit’ ବଟନ୍ କ୍ଲିକ୍ କରିବା ପରେ ଆପଣଙ୍କ ଦ୍ୱାରା ଚୟନ କରାଯାଇଥିବା Sim Card ବନ୍ଦ ହୋଇଯିବ ।

କହିରଖୁଛୁ TAFCOP ପୋର୍ଟାଲରେ Sim Card ବନ୍ଦ କରିବା ପ୍ରକ୍ରିୟା ଦେୟମୁକ୍ତ ଅଟେ । ସାଧାରଣତଃ ଏହି ପ୍ରକ୍ରିୟା ୨୪ ଘଣ୍ଟା ମଧ୍ୟରେ ପୁରା ହୋଇଥାଏ । ମନେ ରଖନ୍ତୁ ଯଦି ଆପଣଙ୍କ ଦ୍ୱାରା ବନ୍ଦ କରାଯାଇଥିବା ସିମ୍ କାର୍ଡ଼ କୌଣସି ବ୍ୟାଙ୍କ କିମ୍ବା ଜରୁରୀ ସେବା ସହ ଜଡ଼ିତ ଥାଏ ତେବେ ସେବା ପ୍ରଦାନକାରୀଙ୍କୁ ସୂଚିତ କରନ୍ତୁ ।

TAFCOP ପୋର୍ଟାଲରେ କିପରି କରିବେ ଲଗ୍ ଇନ୍ ?

୧. ପ୍ରଥମେ TAFCOP ପୋର୍ଟାଲର ସରକାରୀ ୱେବସାଇଟ୍ https://tafcop.dgtelecom.gov.inକୁ ଯାଆନ୍ତୁ ।

୨. ଏହା ପରେ ‘Login’ ଉପରେ କ୍ଲିକ୍ କରନ୍ତୁ । ଆଧାର କାର୍ଡ଼ ନମ୍ବର ଏବଂ ଜନ୍ମ ତାରିଖ ଉପରେ କ୍ଲିକ୍ କରନ୍ତୁ ।

୩. ‘Generate OTP’ ଉପରେ କ୍ଲିକ୍ କରନ୍ତୁ । ଏହା ପରେ ମୋବାଇଲରେ ଆସିଥିବା OTP ନମ୍ବର ଦେଇ ଲଗ୍ ଇନ୍ କରନ୍ତୁ ।

୪. Login କରିବା ପରେ ଆପଣ TAFCOP ପୋର୍ଟାଲର ସମସ୍ତ ସୁବିଧାର ଲାଭ ଉଠାଇ ପାରିବେ ।

Get real time updates directly on you device, subscribe now.