ନାଇଜେରିଆରେ ଗଣହତ୍ୟା: ଗୁଳିମାଡ଼ କଲେ, ବନ୍ଦ କୋଠରୀରେ ଜୀଅନ୍ତା ଜାଳିଦେଲେ, 100ରୁ ଉର୍ଦ୍ଧ୍ବ ମୃତ
ନାଇଜେରିଆର ବେନୁଆ ଅଞ୍ଚଳରେ ହିଂସା । କୋଠରୀରେ ବନ୍ଦ କରି ଲୋକଙ୍କୁ ଜୀଅନ୍ତା ଜାଳି ଦିଆଯାଇଛି । ଏଭଳି ନିର୍ମମ ଭାବରେ 100 ରୁ ଉର୍ଦ୍ଧ୍ବ ଲୋକଙ୍କୁ ହତ୍ୟା କରାଯାଇଛି ।
ନୂଆଦିଲ୍ଲୀ: ନାଇଜେରିଆର ବେନୁଆ ଅଞ୍ଚଳରେ ହିଂସା । କୋଠରୀରେ ବନ୍ଦ କରି ଲୋକଙ୍କୁ ଜୀଅନ୍ତା ଜାଳି ଦିଆଯାଇଛି । ଏଭଳି ନିର୍ମମ ଭାବରେ 100 ରୁ ଉର୍ଦ୍ଧ୍ବ ଲୋକଙ୍କୁ ହତ୍ୟା କରାଯାଇଛି । ନାଇଜେରିଆର କେନ୍ଦ୍ରୀୟ ବେନୁଏ ରାଜ୍ୟର ୟେଲେୱାଟା ଗାଁରେ ବନ୍ଧୁକଧାରୀଙ୍କ ଭୟଙ୍କର ଆକ୍ରମଣରେ ଅତି କମରେ 100 ଜଣଙ୍କ ମୃତ୍ୟୁ ହୋଇଛି । ଶୁକ୍ରବାର ବିଳମ୍ବିତ ରାତିରୁ ଶନିବାର ସକାଳ ପର୍ଯ୍ୟନ୍ତ ନରସଂହାର କରୁଥିଲେ ଏହି ଦୁର୍ବୃତ୍ତ । ଏବେ ପର୍ଯ୍ୟନ୍ତ ଅନେକ ଲୋକ ନିଖୋଜ ଥିବା ବେଳେ, କେତେକ ଲୋକ ଗୁରୁତର ଆହତ ହୋଇଛନ୍ତି । ଆଉ ଯେଉଁମାନେ ଆହତ ଅଛନ୍ତି ସେମାନେ ପର୍ଯ୍ୟାପ୍ତ ଚିକିତ୍ସା ସେବା ପାଇପାରୁ ନାହାଁନ୍ତି ବୋଲି ସୂଚନା ମିଳିଛି ।
ବେନୁଏ ରାଜ୍ୟରେ ଏହି ହିଂସାତ୍ମକ ଆକ୍ରମଣ ଲୋକଙ୍କର ଚିନ୍ତା ବଢାଇ ଦେଇଛି। ସଂଗଠନ କହିଛି ଯେ ବନ୍ଧୁକଧାରୀମାନେ ନିର୍ଭୀକ ଭାବରେ ଲୋକଙ୍କୁ ହତ୍ୟା କରୁଛନ୍ତି ଏବଂ ସେମାନଙ୍କ ବିରୁଦ୍ଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏହି ଆକ୍ରମଣ ଯୋଗୁଁ ଲୋକମାନେ ବହୁ ପରିମାଣରେ ବିସ୍ଥାପିତ ହେଉଛନ୍ତି ଏବଂ ଖାଦ୍ୟ ସୁରକ୍ଷା ମଧ୍ୟ ବିପଦରେ ଅଛି, କାରଣ ମୃତକଙ୍କ ମଧ୍ୟରୁ ଅଧିକାଂଶ ଚାଷୀ।
ଭୂମି ବିବାଦ, ଧାର୍ମିକ ଏବଂ ଜାତିଗତ ଉତ୍ତେଜନା ହିଂସାର ମୂଳ କାରଣ
ନାଇଜେରିଆର ମଧ୍ୟଭାଗରେ ଅବସ୍ଥିତ ବେନୁଏ ରାଜ୍ୟ ଉତ୍ତରରେ ମୁସଲିମ ସମ୍ପ୍ରଦାୟ ଏବଂ ଦକ୍ଷିଣରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ସଙ୍ଗମସ୍ଥଳ। ଏହି ଅଞ୍ଚଳ ପ୍ରାୟତଃ ଜମି ବ୍ୟବହାରକୁ ନେଇ ପଶୁପାଳକ ଏବଂ କୃଷକଙ୍କ ମଧ୍ୟରେ ବିବାଦ ଲାଗି ରହିଥାଏ। ପଶୁପାଳକମାନେ ଗୋରୁ ପାଇଁ ଚରାଭୂମି ଖୋଜୁଥିବା ବେଳେ, କୃଷଙ୍କର ଚାଷ ପାଇଁ ଜମିର ଆବଶ୍ୟକତା ଯୋଗୁଁ ଚାଷୀମାନେ ପ୍ରତିବାଦ କରନ୍ତି। ଏହି ବିବାଦଗୁଡ଼ିକ ପ୍ରାୟତଃ ଜାତିଗତ ଏବଂ ଧାର୍ମିକ ଉତ୍ତେଜନାରେ ପରିଣତ ହୁଏ।
ଗତ ମାସରେ ମଧ୍ୟ ଏକ ଆକ୍ରମଣ ହୋଇଥିଲା, ଯେଉଁଥିରେ 500 ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଗବେଷଣା ସଂସ୍ଥା SBM ଇଣ୍ଟେଲିଜେନ୍ସ ଅନୁଯାୟୀ, 2019 ପରଠାରୁ, ଏପରି ହିଂସାତ୍ମକ ସଂଘର୍ଷରେ 500 ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ପ୍ରାୟ 2.2 ମିଲିୟନ ଲୋକଙ୍କୁ ସେମାନଙ୍କ ଘର ଛାଡିବାକୁ ବାଧ୍ୟ କରାଯାଇଛି।