fbpx
BSKY SKY
BSKY SKY

ଡୋପ୍ ଟେଷ୍ଟରେ ବିଫଳ ହେଲେ ଦୂତି ଚାନ୍ଦ, ୪ ବର୍ଷ ବାସନ୍ଦ

BSKY

ଭୁବନେଶ୍ୱର: ଭାରତର ଦ୍ରୁତତମ ଧାବିକା ଅଲମ୍ପିଆନ୍ ଦୂତି ଚାନ୍ଦ ଡୋପ୍ ଟେଷ୍ଟରେ ବିଫଳ ହୋଇ ୪ ବର୍ଷ ବାସନ୍ଦ ହୋଇଛନ୍ତି। ଗତବର୍ଷ ଡସେମ୍ବରରେ ନାଡାର ସ୍ୱତନ୍ତ୍ର ଅଧୀକାରୀଙ୍କ ଦ୍ୱାରା ଭୁବନେଶ୍ୱରରେ ଦୁଇଥର ହୋଇଥବା ଡୋପ୍ ଟେଷ୍ଟରେ ଦୂତ ବିଫଳ ହୋଇଥଲେ । ଏହି ପରୀକ୍ଷାରେ ଦୂତୀଙ୍କ ଶରୀରରେ ସେଲେକ୍ଟିଭ୍ ପ୍ରଥମ ନମୁନାରେ ନିଷିଦ୍ଧ ଔଷଧ ଆଣ୍ଡାରିନ୍‌, ଓଷ୍ଟାରିନ୍ ଓ ଲିଗାଣ୍ଡ୍ରୋଲ୍ ଆସିଥିଲା ବେଳେ ଦ୍ୱିତୀୟ ନମୁନାରେ ଆଣ୍ଡାରିନ୍ ଓ ଓଷ୍ଟାରିନ୍ ଥିବା ସ୍ପଷ୍ଟ ହୋଇଥିଲା ।

ଏହାଫଳରେ ଦୂତିଙ୍କ ପାଖରେ ଆଡଭର୍ସ ଆନାଲିଟିକାଲ୍ ଫାଇଣ୍ଡିଂ (ଏଏଏଫ୍‌) ନୋଟିସ୍ ପାଇବାର ୭ ଦିନ ମଧ୍ୟରେ ବି’ ନମୁନା ପରୀକ୍ଷା ପାଇଁ ସମୟ ରହିଥିଲା । ହେଲେ ଦୂତୀ ଏହି ପରୀକ୍ଷା ପାଇଁ ଆଗ୍ରହ ଦେଖାଇନଥିଲେ । ଯେଉଁଥିପାଇଁ ତାଙ୍କ ଉପରେ ନାଡା ନିୟମ ଅନୁସାରେ ବାସନ୍ଦାଦେଶ ଲାଗୁ କରାଯାଇଛି । ଏହି ମାମଲାର ଶୁଣାଣି ସମୟରେ ଦୂତୀ ଏହା ସ୍ୱୀକାର କରିଥିଲେ କି ସେ ନିଷିଦ୍ଧ ଔଷଧ ସେବନ କରିଥିଲେ, କିନ୍ତୁ ସେ ନିଜକୁ ନିର୍ଦୋଷ ପ୍ରମାଣିତ କରି ପାରି ନଥିଲେ । ସେ କହିଥିକଲେ କି ତାଙ୍କର ଫିଜିଓତେରାପିଷ୍ଟଙ୍କ ନିର୍ଦେଶକ୍ରମେ ସଏେ ଏହି ଔଷଧ ସେବନ କରିଥିଲେ କିନ୍ତୁ .. ଦ୍ୱାରା ଜାରି ନିଷିଦ୍ଧ ଔହଧ ତାଲିକା ସହ ନମିଳାଇ ଏହାକୁ ସେବନ କରିଥିଲେ । ଫଳରେ ଦୂତୀ ଜାତୀୟ ଆଣ୍ଟି ଡୋପିଂ ଏଜେନ୍ସୀ(ନାଡା)ର ନିୟମ ଉଲଂଗନ କରି ଏବେ ନିଲମ୍ବନର ଶିକାର ହୋଇଛନ୍ତି।

ଏହି ବାସନ୍ତ ପିଛିଲା ଭାବେ ଚଳିତ ଜାନୁଆରୀ ୩ ତାରିଖରୁ ଲାଗୁ ହେବ । ଏହାପରେ ଦୂତୀ ଯେଉଁ ଇଭେଣ୍ଟରେ ଅଂଶ ଗ୍ରହଣ କରିଥିବେ ସେଗୁଡ଼ିକୁ ଅଯୋଗ୍ୟ ଘୋଷଣା କରାଯିବ ବୋଲି ଭାରତର ଆଣ୍ଟି ଡୋପିଂ ଡିସିପ୍ଲିନାରୀ ପ୍ୟାନେଲ ଅଧ୍ୟକ୍ଷ ଚୈତନ ମହାଜନ କହିଛନ୍ତି । ତେବେ ବର୍ତ୍ତମାନ ମଧ୍ୟ ଦୂତୀଙ୍କ ପାଖରେ ଏହି ଦଣ୍ଡ ବିରୋଧରେ ଅପିଲ କରିବା ପାଇଁ ୨୧ ଦିନ ସମୟ ରହିବ ।

Get real time updates directly on you device, subscribe now.