fbpx

ଅପରାଧୀଙ୍କୁ ଧରିବ ‘ଅତିଥି’ ଆପ୍

ଭୁବନେଶ୍ୱର, ୧୨ା୩ (ଓଡିଶା ଭାସ୍କର): ଆଉ ଖସି ପାରିବେନି ଅପରାଧୀ । ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ଏଣିକି ‘ଅତିଥି’ ଆପର ବ୍ୟବହାର କରିବ । ପୋଲିସ ପକ୍ଷରୁ ଏହି ଆପର ତିଆରି ଚାଲିଛି, ଖୁବଶୀଘ୍ର ତାହା କାର୍ଯ୍ୟକାରୀ ହେବ । ଏହି ଆପ୍ ଜରିଆରେ ପୋଲିସ ହୋଟେଲର ତଥ୍ୟ ସଂଗ୍ରହ କରିବ । ସରାଇ ଆକ୍ଟ ଅନୁସାରେ ହୋଟେଲ ମାଲିକ ସବୁ ତଥ୍ୟ ପୋଲିସକୁ ଦେବେ । ତେବେ ଏହି ତଥ୍ୟ କେବଳ ପୋଲିସ ପାଖରେ ରହିବ, ସାର୍ବଜନୀନ କରାଯିବ ନାହିଁ । ଏନେଇ ଖୁବଶୀଘ୍ର ସମସ୍ତ ଗେଷ୍ଟ ହାଉସ୍ ଓ ଲଜକୁ ନିର୍ଦ୍ଦେଶ ଦିଆଯିବ । ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.