fbpx

ଗୁଳିକାଣ୍ଡରେ ଥରିଲା ଦକ୍ଷିଣ ଆଫ୍ରିକାର କେପ, ୧୫ ମହିଳାଙ୍କ ସମେତ ୧୭ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଲୁସିକିସିକୀରେ ଗୁଳିକାଣ୍ଡ ଘଟିଛି। ଏଥିରେ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ପୋଲିସ ରବିବାର ଦିନ ସ୍ପଷ୍ଟ କରିଛି ଯେ, ଦକ୍ଷିଣ ଆଫ୍ରିକାର ପୂର୍ବ କେପର ଗ୍ରାମୀଣ ସହର ଲୁସିକିସିକୀର ଦୁଇଟି ସ୍ଥାନରେ ଭୟଙ୍କର ଗୁଳିକାନ୍‌ଡ ଘଟିଛି। ଏହି ଘଟଣାରେ ମୃତକଙ୍କ ମଧ୍ୟରୁ ଅଧିକାଂଶ ମହିଳା ସାମିଲ ଅଛନ୍ତି।

ସାଉଥ ଆଫ୍ରିକାର ସ୍ଥାନୀୟ ନ୍ୟୁଜ ଚ୍ୟାନେଲ ମୁତାବକ, ଇଙ୍ଗକୁଜା ହିଲର ମେୟର ନନକୋସୀ ପେପିଙ୍ଗ ଏକ ବିବୃତ୍ତିରେ କହିଛନ୍ତି ଯେ, ଆକ୍ରମଣକାରୀ ମଧ୍ୟରାତ୍ରରେ ଘରେ ବଳପୂର୍ବକ ପଶିଯାଇଥିଲେ ଏବଂ ଅଚାନକ ଅଖିବୁଜା ଗୁଳି ବର୍ଷା କରିଥିଲେ। ଏହି ସମୟରେ ଅନେକ ମହିଳା, ପୁରୁଷ ଏବଂ ଶିଶୁ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆହତଙ୍କ ମଦ୍ୟରୁ ଅନେକଙ୍କ ମୃତ୍ୟୁ ଘଟିଛି। କୁହାଯାଉଛି ଯେ, ସମୁଦାୟ ୧୭ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ବୃତ୍ତଙ୍କୁ ଖୋଜାଖୋଜି ଚାଲିଛି।

Get real time updates directly on you device, subscribe now.