ସୁରେଶ ପୂଜାରୀଙ୍କ ଉପରକୁ ଢେଲା ମାଡ଼, କନଷ୍ଟେବଲ ଆହତ

ମୟୁରଭଞ୍ଜ: ରାଜସ୍ୱ ମନ୍ତ୍ରୀଙ୍କ କାରକେଡକୁ ଢ଼େଲାମାଡ କରିଛନ୍ତି ଦୁର୍ବତ୍ତ । ରାଇରଙ୍ଗପୁର ବିଶୋଇ ଅଭିମୁଖେ ରଜାସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଯାଉଥିବାବେଳେ ତାଙ୍କ କାରକେଡ୍ ଉପରକୁ ପଥର ମାଡ଼ ହୋଇଥିବା ସୂଚନା ।

କାଳବୈଶାଖୀ ପ୍ରଭାବିତ ଅଞ୍ଚଳ ବୁଲି କ୍ଷୟକ୍ଷତି ଅନୁଧ୍ୟାନ କରୁଥିଲେ ମନ୍ତ୍ରୀ । ଢେଲା ମାଡ଼ରେ କନଷ୍ଟେବଲ ଆହତ ହୋଇଥିବା ସୂଚନା ।

ପଥରମାଡ଼ କିଏ ଓ କେଉଁ ଉଦ୍ଦେଶ୍ୟ ରଖି କରିଛି ତାହା ସ୍ପଷ୍ଟ ହୋଇ ନାହିଁ । ଢେଲା ମାଡ଼ରେ ଆହତ କନଷ୍ଟେବଲଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଠିକ୍ ଥିବା ଜଣାପଡ଼ିଛି ।