fbpx
BJD SKY
BJD SKY

CGL ନିଯୁକ୍ତି ପରୀକ୍ଷା ୨୦୨୩: ଅଡିଟର, ଜୁନିୟର ଆସିଷ୍ଟାଣ୍ଟ, ଆକାଉଣ୍ଟାଣ୍ଟ ପ୍ରିଲିମିନାରୀ ପରୀକ୍ଷାର ସମ୍ଭାବ୍ୟ ତାରିଖ ଘୋଷଣା

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ବର୍ଷ ନଭେମ୍ବର ମାସ ୭ ତାରିଖରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମିଳିତ ସ୍ନାତକ ସ୍ତରୀୟ (ସିଜିଏଲ) ୨୦୨୩ ନିଯୁକ୍ତି ପାଇଁ ପ୍ରଥମେ କିଛି ଖାଲି ପଦ ପାଇଁ ବିଜ୍ଞପ୍ତି ଜାରି ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ପର୍ଯ୍ୟାୟକ୍ରମେ ଏହି ପଦ ସଂଖ୍ୟା ୬୨୫କୁ ବୃଦ୍ଧି ପାଇଥିଲା ।

ତେବେ ଏହା ମଧ୍ୟରେ ଉକ୍ତ ପଦର ପ୍ରିଲିମିନାରୀ ପରୀକ୍ଷାର ସମ୍ଭାବ୍ୟ ତାରିଖ ଘୋଷଣା କରାଯାଇଛି । ଚଳିତ ବର୍ଷ ମାର୍ଚ୍ଚ ମାସ ମଧ୍ୟରେ ସିଜିଏଲ ନିଯୁକ୍ତି ପରୀକ୍ଷା ୨୦୨୩ ଅନୁଷ୍ଠିତ ହୋଇପାରେ । ପ୍ରିଲିମିନାରୀ ପରୀକ୍ଷା ପୂର୍ବରୁ ପ୍ରାର୍ଥୀଙ୍କୁ ସେ ବାବଦରେ ସୂଚିତ କରାଇ ଦିଆଯିବ । ତେଣୁ ଏହି ପଦରେ ଆବେଦନ କରିଥିବା ପ୍ରାର୍ଥୀମାନେ ନିୟମିତ ଭାବେ ଓଏସଏସସିର ୱେବସାଇଟ୍ ଚେକ୍ କରିବା ଆବଶ୍ୟକ ।

ଏହି ନିଯୁକ୍ତିରେ ପ୍ରାର୍ଥୀଙ୍କୁ ଅଡିଟର, ଅଡିଟର (ସିଏଏ), ଟେକ୍ସଟାଇଲ ଇନ୍ସପେକ୍ଟର, ଜୁନିୟର ଆସିଷ୍ଟାଣ୍ଟ, ୱେଲଫେୟାର ଏକ୍ସଟେନସନ ଅଫିସର (ଡବ୍ଲ୍ୟଇଓ), ହାଣ୍ଡିକ୍ରାଫ୍ଟସ ପ୍ରମୋସନ ଅଫିସର, ଜୁନିୟର ଆକାଉଣ୍ଟାଣ୍ଟ ଏପରି ଭାବେ ୩୧ ପ୍ରକାର ପଦରେ ନିଯୁକ୍ତି ଦିଆଯିବ । ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୧୮ ଓ ସର୍ବାଧିକ ବୟସ ୩୮ ରହିଥିଲା । ଏଥିସହିତ ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପାସ୍ କରିବା ସହିତ ଓଡ଼ିଆ ଭାଷା ପରୀକ୍ଷାରେ ପାସ୍ କରିଥିବା ଆବଶ୍ୟକ । ପ୍ରାର୍ଥୀ କମ୍ପ୍ୟୁଟର, ଇଣ୍ଟରନେଟ, ଇ-ମେଲ, ୱାର୍ଡ ପ୍ରୋସେସିଂ, ତଥ୍ୟ ସମୀକ୍ଷା, ଉପସ୍ଥାପନ ଜାଣିଥିବେ । ଏହି ସମସ୍ତ ଯୋଗ୍ୟତା ଥିବା ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିଥିଲେ ।

Get real time updates directly on you device, subscribe now.