ସତରେ ପ୍ରେମ ଅନ୍ଧ! ଦେଖନ୍ତୁ (Video) କୁନି ଝିଅ-ସ୍ୱାମୀ ସାମ୍ନାରେ ପୁତୁରା ହାତରୁ ସିନ୍ଦୁର ପିନ୍ଧିଲା ସୁନ୍ଦରୀ ଖୁଡ଼ି, ଆଉ ତା’ ପରେ…

ନିଆରା ପ୍ରେମ କାହାଣୀ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ବିବାହ ଭିଡିଓ ।

ଜାମୁଇ: ବିହାରର ଜାମୁଇ ଅଞ୍ଚଳରୁ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି । ଖୁଡ଼ି ନିଜ ପିଲାଛୁଆ ଓ ସ୍ୱାମୀଙ୍କୁ ଛାଡ଼ି ଧରିଛନ୍ତି ପୁତୁରା ହାତ ।

ଦାଦା ସାମ୍ନାରେ ଖୁଡ଼ି ମଥାରେ ସିନ୍ଦୁର ପିନ୍ଧିଛି ପୁତୁରା । ଖବରଟି ପଢ଼ିଲାବେଳକୁ ଅଜବ ଲାଗିଲେ ମଧ୍ୟ ଏହା ସତ ଘଟଣା । ଯାହାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଜାମୁଇ ଶିଖେରିଆ ଗ୍ରାମର ଏ ଘଟଣା ।

ଆୟୁଷୀ କୁମାରୀ ପୁତୁରା ପ୍ରେମରେ ପଡ଼ି ଘର ସଂସାର ଛାଡ଼ିଛନ୍ତି । ସ୍ଥାନୀୟ ଏକ ମନ୍ଦିରରେ ସ୍ୱାମୀ ଓ ଝିଅ ଆଗରେ ପୁତୁରା ପ୍ରେମିକ ହାତରୁ ସିନ୍ଦୁର ପିନ୍ଧିଛନ୍ତି ଆୟୁଷୀ ।

୨ ବର୍ଷର ପ୍ରେମ
୨୦୨୧ରେ ଆୟୁଷୀ ବିଶାଲ ଦୁବେଙ୍କୁ ବିବାହ କରିଥିଲେ ।ସେମାନଙ୍କର ୩ ବର୍ଷର ଗୋଟିଏ ଝିଅ ଅଛି । ୨ ବର୍ଷ ପୂର୍ବେ ଆୟୁଷୀ ପୁତୁରା ସଚିନଙ୍କ ସମ୍ପର୍କରେ ଆସିଥିଲେ ।

ସୋସିଆଲ ମିଡିଆରେ ସେମାନଙ୍କ ଭିତରେ ଘନିଷ୍ଠତା ବଢ଼ି ପ୍ରେମର ରୂପ ନେଲା । ଅନେକ ସମୟରେ ଦୁହେଁ ପରସ୍ପର ସହ ଦେଖା ହେବା ସହ ଫୋନରେ ଘଣ୍ଟା ଘଣ୍ଟା ଗପିବା ଆରମ୍ଭ କରିଦେଲେ । ଦୁହିଁଙ୍କ ସମ୍ପର୍କକୁ ନେଇ ଘର ଲୋକଙ୍କ ମନରେ କୌଣସି ସନ୍ଦେହ ନ ଥିଲା ।

ଫେରାର୍ ହୋଇଗଲେ
ହେଲେ ଗତ ୧୫ ତାରିଖରେ ଆୟୁଷୀ ସଚିନଙ୍କ ସହ ଫେରାର୍ ହୋଇଗଲା । ଏହାପରେ ସେ ଜାମୁଇ କୋର୍ଟରେ ବିବାହ ବିଚ୍ଛେଦ ପାଇଁ ଆବେଦନ କଲେ । ୩ ବର୍ଷର ଝିଅକୁ ନିଜ ପାଖରେ ରଖିବାକୁ ସେ ଅରାଜି ହେଲେ ।

ଏସବୁ ପରେ ୨୦ ତାରିଖରେ ଦୁଇ ପରିବାରର ସହମତିକ୍ରମେ ସ୍ଥାନୀୟ ମନ୍ଦିରରେ ଆୟୁଷୀ ଓ ସଚିନଙ୍କ ବାହାଘର ହେଲା । ଘଟଣାକୁ ନେଇ ଆୟୁଷୀଙ୍କ ପୂର୍ବତନ ସ୍ୱାମୀ କହିଛନ୍ତି, ଆୟୁଷୀ ଯେଉଁଥିରେ ଖୁସି ମୁଁ ତାହା କରିବି । ତାକୁ କୌଣସି କାର୍ଯ୍ୟରେ ମୁଁ କେବେ ଅଟକାଇ ନାହିଁ । ବର୍ତ୍ତମାନଠାରୁ ତା’ ଦାୟିତ୍ୱ ନେବ ସଚିନ ।