fbpx
BJD
BJD SKY
BJD SKY

ଭାରତୀୟ ଟେନିସ୍ ଫ୍ୟାନ୍ସଙ୍କ ଲାଗି ବଡ ଖୁସି ଖବର; Aus-open-2024 ଜିତି ରୋହନ ବୋପନ୍ନା କଲେ ୱାର୍ଲ୍ଡ ରେକର୍ଡ

ମେଲବର୍ଣ୍ଣ: Aus-open-2024ରୁ ଭାରତୀୟ ଟେନିସ୍ ଫ୍ୟାନ୍ସଙ୍କ ଲାଗି ବହୁତ ବଡ ଖୁସି ଖବର । ସୁନାମଧନ୍ୟ ଟେନିସ୍ ଖେଳାଳୀ ରୋହନ ବୋପନ୍ନା ନିଜର ଅଷ୍ଟ୍ରେଲିଆନ ପାର୍ଟନର ମାଥ୍ୟୁ ଏବଡେନଙ୍କ ସହ ମିଶି ପୁରୁଷ ଡବଲ୍ସ ଟାଇଟେଲ ଜିତି ଯାଇଛନ୍ତି । ୨୭ ଜାନୁୟାରୀରେ ମେଲବର୍ଣ୍ଣ ପାର୍କରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ରୋହନ ଓ ଏବଡେନ୍‌ଙ୍କ ଯୋଡି ଇଟାଲୀର ସିମୋନ ବୋଲେଲୀ ଓ ଆନ୍ଦ୍ରେ ବାବସୋରୀକୁ ୭-୬(୦), ୭-୫ରେ ହରାଇଛନ୍ତି ।

ତେବେ ୪୩ ବର୍ଷୀୟା ବୋପନ୍ନା ଗ୍ରାଣ୍ଡ ସ୍ଲାମ ଜିତିଥିବା ସବୁଠାରୁ ବୟସ୍କ ପୁରୁଷ ଖେଳାଳୀ ପାଲଟି ଯାଇଛନ୍ତି । ତାଙ୍କ ପୂର୍ବରୁ ଏହି ରେକର୍ଡ ନେଦରଲ୍ୟାଣ୍ଡର ଜିନ୍ ଜୁଲିୟନ ରୋଜରଙ୍କ ନାମରେ ଥିଲା ଯାହାଙ୍କୁ ୪୦ ବର୍ଷ ଓ ୯ମାସ ବୟସରେ ମାର୍ସେଲୋ ଅରେଭୋଲାଙ୍କ ସହ ମିଶି ୨୦୨୨ରେ ଫ୍ରେଞ୍ଚ ଓପନରେ ପୁରୁଷ ଡବଲ ଟାଇଟେଲ୍ ଜିତିଥିଲେ ।

ଫାଇନାଲ ମ୍ୟାଚ୍‌ରେ ଇଟାଲୀର ଖେଳାଳି ବୋପନ୍ନା ଓ ଏବଡେନଙ୍କୁ କଡା ଟକ୍କର ଦେଇଥିଲେ । ପ୍ରଥମ ସେଟ୍ ଟାଇ ବ୍ରେକର ପର୍ଯ୍ୟନ୍ତ ନେଇଯାଇଥିଲେ । ଟାଇ ବ୍ରେକରରେ ବୋପନ୍ନା ଓ ଏବଡେନ ଯୋଡି ଗୋଟିଏ ବି ବାଜି ଛାଡି ନ ଥିଲେ ଓ ପ୍ରଥମ ସେଟ୍ ଜିତି ଯାଇଥିଲେ । ଏହି ସେଟ୍‌ର ଏକାଦଶ ଗେମ୍‌ରେ ଇଟାଲୀୟ ଖେଳାଳିଙ୍କ ସର୍ଭିସ୍ ବ୍ରେକ ହୋଇଯାଇଥିଲା ଓ ଏହା ମ୍ୟାଚକୁ ବୋପନ୍ନା ଓ ଏବଡେନଙ୍‌କ ପକ୍ଷରେ ନେଇ ଆସିଥିଲା । ଫାଇନାଲ ମ୍ୟାଚ୍ ୧ ଘଣ୍ଟା ୩୯ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା । ତେବେ ଏହା ବୋପନ୍ନାଙ୍କ ପ୍ରଥମ ଗ୍ରାଣ୍ଡ ସ୍ଲାମ ଡବଲ୍ସ ମ୍ୟାଚ୍ ଥିଲା । ଏହା ପୂର୍ବରୁ ବୋପନ୍ନା ପୁରୁଷ ଡବଲ୍ସରେ ୨୦୧୦ ଓ ୨୦୨୩ରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ।

Get real time updates directly on you device, subscribe now.