fbpx

LIVE ମ୍ୟାଚରେ ବୋହିଲା ରକ୍ତ: ଆହତ ହୋଇ ତଳେ ପଡିଗଲେ ଖେଳାଳି, ଘଟଣାର ଏହି VIDEO ଆପଣଙ୍କୁ ମଧ୍ୟ କରିଦେବ ବିଚଳିତ

କ୍ରିକେଟ୍ ରେ ଦୁର୍ଘଟଣା ଘଟିବାର ଅନେକ କାହାଣୀ ରହିଛି । ଭାରତ କିମ୍ବା ଭାରତ ବାହାରେ ବିଦେଶୀ ପଡ଼ିଆରେ ଖେଳାଯାଇଥିବା ଅନେକ ମ୍ୟାଚରେ ଏହା ଦେଖିବାକୁ ମିଳେ । ସେହି ଦୁର୍ଘଟଣାର କିଛି ଫଟୋ ଏପରି ରହିଛି, ଯାହା ଆପଣଙ୍କୁ ମଧ୍ୟ ବିଚଳିତ କରିଛି ।

ନିକଟରେ ଅଷ୍ଟ୍ରେଲିଆ ପଡ଼ିଆରେ ଘଟିଥିବା ଘଟଣାର ଭିଡିଓ ମଧ୍ୟ ଏପରି ରହିଛି । ପଡ଼ିଆରେ ରକ୍ତ ବୋହିଥିଲା, ଖେଳାଳି ଆହତ ହୋଇ ତଳେ ପଡ଼ିଯାଇଥିଲେ । ଅବସ୍ଥା ଏତେ ଖରାପ ହୋଇଗଲା ଯେ, ଖେଳାଳିଙ୍କୁ ପଡ଼ିଆରୁ ବାହାରକୁ ଆଣିବାକୁ ପଡିଲା । ଯେଉଁ ଘଟଣାରେ ଆମେ କହୁଛ, ତାହା ମାର୍ଶ କପରେ ଖେଳାଯାଇଥିଲା ।

ମାର୍ଶ କପରେ ମ୍ୟାଚ୍ ସାଉଥ ଅଷ୍ଟ୍ରେଲିଆ ଏବଂ ଭିକ୍ଟୋରିଆ ମଧ୍ୟରେ ହୋଇଥିଲା । ୱାନଡେ ଫର୍ମାଟରେ ଖେଳାଯାଉଥିବା ଏହି ମ୍ୟାଚରେ ସାଉଥ୍ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିଥିଲା । ଏହାପରେ ଯେତେବେଳେ ଭକ୍ଟୋରିଆ ଟିମ୍ ଟାର୍ଗେଟ ପୂରଣ ପାଇଁ ଲାଗିପଡିଥିଲେ, ସେତେବେଳେ ଏହି ଘଟଣା ଘଟିଥିଲା । ଫିଲ୍ଡିଂ ବେଳେ ସାଉଥ ଅଷ୍ଟ୍ରେଲୀୟ ଖେଳାଳି ହେନେରୀ ହଣ୍ଟଙ୍କ ସହିତ ଯାହା ଘଟିଥିଲା, ତାହା ଦେଖି ଆପଣ ମଧ୍ୟ ବିଚଳିତ ହୋଇଯିବେ ।

ଅଷ୍ଟ୍ରେଲିଆର ଘରୋଇ ଟୁର୍ନାମେଣ୍ଟରେ ଏହି ଘଟଣା ଘଟିଛି :-

ଏବେ ପ୍ରଶ୍ନ ହେଉଛି ସାଉଥ ଅଷ୍ଟ୍ରେଲିଆର ଖେଳାଳି ହେନେରୀ ହଣ୍ଟଙ୍କ ସହିତ କ’ଣ ହେଲା? ଭିକ୍ଟୋରିଆନ୍ ବ୍ୟାଟ୍ସମ୍ୟାନ୍ ଥୋମାସ୍ ରୋଜର୍ସ ସମାନ ଓଭରର ଦ୍ୱିତୀୟ ବଲରେ ଏକ ସଟ୍ ଖେଳିଥିଲେ, ଯାହା ପରେ ବଲ୍ ବୁଲେଟ୍ ବେଗରେ ବାହାରିଥିଲା । ଏହି ବଲ୍ କ୍ୟାଚ୍ ହେବାର ଥିଲା, କାରଣ ତାହା ସିଧା ହାତକୁ ଯାଉଥିଲା । କିନ୍ତୁ ହେନେରୀ ହଣ୍ଟ ବଲକୁ ଧରିବାବେଳେ ମିସଟାଇମ୍ ହୋଇଥିଲା ଏବଂ ବଲ୍ ସିଧା ତାଙ୍କ ମୁହଁରେ ବାଜିଥିଲା ।

ବଲଟି ବୁଲେଟ୍ ବେଗରେ ଯାଇ ହେନେରୀ ହଣ୍ଟଙ୍କ ମୁହଁରେ ଲାଗିବାରୁ ତାଙ୍କୁ ଗଭୀର ଆଘାତ ଲାଗିଥିଲା । ହେନେରୀଙ୍କ ମୁହଁରୁ ରକ୍ତ ବାହାରିଥିଲା ଓ ସେ ତଳେ ପଡ଼ିଯାଇଥିଲେ, ଯାହା ପରେ ଦଳର ଫିଜିଓ ଏବଂ ଡାକ୍ତରଙ୍କୁ ପଡ଼ିଆକୁ ଆସିବାକୁ ପଡିଥିଲା । ଯାଞ୍ଚ ପରେ ଜଣାପଡିଲା ଯେ ହେନେରୀଙ୍କ ଅବସ୍ଥା ଭଲ ନାହିଁ । ତାଙ୍କୁ ପ୍ରବଳ ଯନ୍ତ୍ରଣା ଅନୁଭବ ହେଉଛି । ଯାହାଫଳରେ ତାଙ୍କୁ ଚିକିତ୍ସା ପାଇଁ ପଡ଼ିଆରୁ ବାହାରକୁ ନେବାକୁ ପଡିଲା ।

Get real time updates directly on you device, subscribe now.