ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଛୁଆଙ୍କ କ୍ଷେତ୍ରରେ ସୋସିଆଲ ମିଡିଆର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି । ଏହା ଦ୍ବାରା ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବେ ଶରୀର ଉପରେ ପ୍ରଭାବ ପଡୁଛି । ଏନେଇ ଏନେକ କଟକଣା କରାଯିବା ସତ୍ତ୍ବେ ମଧ୍ୟ ଏହା ଉପରେ ସମ୍ପୁର୍ଣ୍ଣ ରୂପେ ରୋକ ଲାଗିପାରି ନାହିଁ । ଏହାରି ଭିତରେ ଅଷ୍ଟ୍ରେଲିଆ ସରକାର ସୋସିଆଲ ମିଡିଆ ୟୁଜର୍ସଙ୍କୁ ନେଇ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏଣିକି 16 ବର୍ଷରୁ କମ୍ ବୟସର ଛୁଆ ସୋସିଆଲ ମିଡିଆ ବ୍ୟବହାର କରିପାରିବେ ନାହିଁ । ଏହି ଛୁଆମାନେ ସୋସିଆଲ ମିଡିଆ ବ୍ୟବହାର କରିବା ପାଇଁ ଏକ ନିୟମ ଆସିବ । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥନି ଅଳ୍ବାନି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସୋସିଆଲ ମିଡିଆ ଛୁଆଙ୍କ ଉପରେ ଅନେକ କୁପ୍ରଭାବ ପକାଉଛି । ଏଥିରୁ ବର୍ତ୍ତିବା ପାଇଁ ନିହାତି ଆବଶ୍ୟକ । 16 ବର୍ଷରୁ କମ୍ ବୟସର ଛୁଆଙ୍କୁ ସୋସିଆଲ ମିଡିଆ ବ୍ୟାନ ଉପରେ ଚଳିତ ବର୍ଷ ସଂସଦରେ ଏହି ପ୍ରସଙ୍ଗ ଉଠିବ । ତେବେ ନିୟମ ପ୍ରସ୍ତୁତ ହେବାପରେ 1 ବର୍ଷ ପରେ ଏହାକୁ ଲାଗୁ କରାଯିବ । ବାପା ମାଆଙ୍କ ଅନୁମତି ପରେ ମଧ୍ୟ ଛୁଆ ଯେପରି ସୋସିଆଲ ମିଡିଆ ବ୍ୟବହାର କରିପାରିବେ ନାହିଁ ସେନେଇ ନିୟମ କରାଯିବ । ଅନେକ ଦେଶରେ ସୋସିଆଲ ମିଡିଆର ବ୍ୟବହାର ବୃଦ୍ଧି ପାଇବା କାରଣରୁ ଛୁଆଙ୍କ ଉପରେ କୁପ୍ରଭାବ ବୃଦ୍ଧି ପାଇବାରେ ଲାଗିଛି । ଏହା ପୂର୍ବରୁ ଫ୍ରାନ୍ସ 15ବର୍ଷରୁ କମ୍ ବୟସର ଛୁଆ ଉପରେ ସୋସିଆଲ ମିଡିଆ ବ୍ୟାନକୁ ନେଇ ପ୍ରସ୍ତାବ ରଖିଥିଲା ।