fbpx

ଅଷ୍ଟ୍ରେଲିଆରେ ୬୦ ଲକ୍ଷ ମହୁମାଛିଙ୍କୁ ମାରିବାକୁ ନିଷ୍ପତ୍ତି, ଜାଣନ୍ତୁ କ’ଣ ଏହାର କାରଣ

ଅଷ୍ଟ୍ରେଲିଆରେ ଗତ ୨ ସପ୍ତାହ ମଧ୍ୟରେ ପ୍ରଶାସନ ଲକ୍ଷ ଲକ୍ଷ ମହୁମାଛିଙ୍କୁ ମାରିଛନ୍ତି । ଅଷ୍ଟ୍ରେଲିଆ ପ୍ରଶାସନ ଦ୍ୱାରା ଏହି ପଦକ୍ଷେପ ଭୟଙ୍କର ପାରାସିଟିକ ପ୍ଲେଗକୁ ବ୍ୟାପିବାରୁ ରୋକିବା ପାଇଁ ଉଠାଇଛି । ପ୍ରକୃତରେ, ଅଷ୍ଟ୍ରେଲିଆରେ ଗତ ସପ୍ତାହରୁ ସିଡନୀ ପୋର୍ଟ ନିକଟରେ ଭେରୋଆ ମାଇଟ୍(ଏକ ପରଜୀବୀ କୀଟ) ଡିଟେକ୍ଟ କରାଯାଇଛି । ଏହାଦ୍ୱାରା ଅଷ୍ଟ୍ରେଲିଆରେ ମହୁ ଇଣ୍ଡଷ୍ଟ୍ରୀକୁ  କୋଟି କୋଟି ଟଙ୍କା କ୍ଷତି ପହଞ୍ଚିବାର ଆଶଙ୍କା କରାଯାଉଛି । ଘଟଣା ସାମ୍ନାକୁ ଆସିବା ପରେ ମହୁମାଛି ପାଳନ ସହ ଜଡ଼ିତ ଲୋକଙ୍କୁ ମଧ୍ୟ ଆଲର୍ଟ କରାଯାଇଛି ।

ଅଷ୍ଟ୍ରେଲିଆ ସେହି ଦେଶ ମାନଙ୍କ ମଧ୍ୟରେ ରହିଛି ଯେଉଁମାନେ ଭେରୋଆ ମାଇଟ ପ୍ରସାରକୁ ରୋକିବାରେ ସଫଳ ହୋଇଛି । ଭେରୋଆ ମାଇଟକୁ ଦୁନିଆରେ ମହୁମାଛିଙ୍କ ପାଇଁ ବଡ଼ ବିପଦ ବୋଲି କୁହାଯାଏ । କିନ୍ତୁ ଏଥର ଭେରୋଆ ମାଇଟ ବଂଶ ବିସ୍ତାର କରିବାରେ ସଫଳ ହୋଇଛି ।

ଭେରୋଆ ମାଇଟ ଏକ ପାରଜୀବୀ ପ୍ରାଣୀ ଅଟେ ଯାହା ମହୁମାଛିଙ୍କ ଫେଣା ଉପରେ ଆକ୍ରମଣ କରିଥାଏ ଏବଂ ମହୁମାଛିଙ୍କୁ କ୍ଷତି ପହଞ୍ଚାଇଥାଏ ।  ଏହା ଲାଲ ଏବଂ ଫିକା ରଙ୍ଗର ହୋଇଥାନ୍ତି । ଏହି ଛୋଟ କୀଟ ମହୁମାଛି ପାଳନକୁ ନଷ୍ଟ କରିଦେଇଥାଏ । ଏହି କୀଟ ମହୁମାଛିଙ୍କ ଦ୍ୱାରା ହିଁ ଅନ୍ୟ ମହୁମାଛିଙ୍କ ପାଖରେ ପହଞ୍ଚିଥାଏ । କିମ୍ବା ମହୁମାଛି ପାଳନରେ ବ୍ୟବହାର ହେଉଥିବା ଉପକରଣ ଦ୍ୱାରା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପହଞ୍ଚିଥାଏ ।

ଦୁନିଆରେ ମହୁମାଛି ପ୍ରଜାତିଙ୍କ ସଂଖ୍ୟାରେ ହ୍ରାସ ହେବାରେ ଏହି କୀଟ ଦାୟୀ । ଏହା ଦୁନିଆର ଅନେକ ଦେଶର ମହୁମାଛିଙ୍କୁ କ୍ଷତି ପହଞ୍ଚାଇସାରିଛି । ଏହା ଲାର୍ଭା ଏବଂ ପ୍ୟୁପା ସାହାଯ୍ୟରେ ପ୍ରଜନନ କରିଥାଏ । ଏହାର ସଂଖ୍ୟା ଯେତେବେଳେ ବଢ଼ିଯାଏ, ସେତେବେଳେ ମହୁମାଛିଙ୍କୁ ଦୁର୍ବଳ କରିବାରେ ଏବଂ ସେମାନଙ୍କ ଠାରେ ରୋଗ ସୃଷ୍ଟି କରାଇଥାଏ । ମହୁମାଛି ଫେଣାରେ ଯେଉଁଭଳି ଭାବରେ ଏମାନଙ୍କ ବଢ଼ିବାରେ ଲାଗେ, ଏମାନେ ଅଧିକ ଘାତକ ହୋଇଥାନ୍ତି ଏବଂ ଅଧିକାଂଶ ମହୁମାଛିଙ୍କୁ କ୍ଷତି ପହଞ୍ଚାଇଥାନ୍ତି । ଏମାନଙ୍କ ପ୍ରଭାବରେ ମହୁମାଛିଙ୍କ ଉଡ଼ିବା କ୍ଷମତା ହ୍ରାସ ପାଇଥାଏ । ଫଳରେ ମହୁ ସଂଗ୍ରହ ପାଇଁ ଯାଇ ମହୁମାଛି ଫେଣାକୁ ଫେରିପାରିନଥାନ୍ତି । ଏହିଭଳି ଭାବରେ ଧୀରେ ଧୀରେ ମହୁ ମିଳିବା କମ ହୋଇଯାଏ ।

ସେପଟେ ଅଷ୍ଟ୍ରେଲିଆର ମହୁ ଇଣ୍ଡଷ୍ଟ୍ରୀ କାଉନ୍ସିଲ କହିଛି ଯେ ନ୍ୟୁକାଷ୍ଟଲରେ ମହୁମାଛି ପାଳକଙ୍କୁ କୌଣସି ମହୁଫେଣା କିମ୍ବା ମହୁମାଛି ପାଳନ ସହ ଜଡ଼ିତ ଉପକରଣକୁ କ୍ଷେତ ଭିତରକୁ କିମ୍ବା ବାହାରକୁ ନେବାକୁ ମନାକରାଯାଇଛି, ମହୁମାଛି ପାଳନ କେନ୍ଦ୍ରକୁ ଲକଡାଉନ କରିି ରଖାଯାଇଛି ।

Get real time updates directly on you device, subscribe now.