fbpx

ଏଣିକି ଦୁର୍ଘଟଣାରୁ ବଞ୍ଚାଇବେ ଅଟୋ ଚାଳକ, ଆହତ ଲୋକଙ୍କୁ ପ୍ରାଥମିକ ଚିକିତ୍ସା ସହ ଡାକ୍ତରଖାନାରେ ପହଞ୍ଚବା ନେଇ ଦିଆଗଲା ପ୍ରଶିକ୍ଷଣ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଓଡିଶା ସରକାର ଓ ଓଡିଶା କଲିଂ ଫାଉଣ୍ଡେସନର ମିଳିତ ପ୍ରଚେଷ୍ଠାରେ ଏବଂ ଅଟୋ ମହାସଂଘର ସହଯୋଗରେ ଲୋହିଆ ଏକାଡେମୀ ଠାରେ ଅଟୋ ଚାଳକ ପ୍ରଶିକ୍ଷଣ ଶିବିର ଚାଲୁରହିଛି । ଏଥିରେ ଅଟୋ ଚାଳକମାନେ କେମିତି ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଉଠାଇବା ସହିତ ପ୍ରାଥମିକ ଚିକିତ୍ସା କରି ଡାକ୍ତରଖାନାରେ ପହଞ୍ଚାଇବେ ସେ ଉପରେ ତିନି ଘଣ୍ଟିଆ ପ୍ରଶିକ୍ଷଣ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପରିବହନ ଅଧିକାରୀ-୨ ବିରଞ୍ଚି ନାରାୟଣ ଅଧିକାରୀ ଯୋଗଦେଇ ଚାଳକମାନଙ୍କୁ ସଡକ ସୁରକ୍ଷା ସମ୍ବନ୍ଧରେ କହିବା ସହିତ ଶୃଙ୍ଖଳିତ ଗାଡିଚାଳନା ପାଇଁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ରୂପେ ଅଟୋ ମହାସଂଘର ସାଧାରଣ ସମ୍ପାଦକ ପଦ୍ମନ କୁମାର ସାମଲ ଯୋଗ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଓଡିଶା କଲିଂର ସମ୍ପାଦକ ଦେବୁ ନାୟକ ପରିଚାଳନା କରିଥିଲେ ।

Get real time updates directly on you device, subscribe now.