fbpx

ପାଣି ଭର୍ତ୍ତି ବେଲୁନ୍ ମାଡ଼ରେ ଓଲଟିପଡ଼ିଲା ଅଟୋ: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ବାଗପତ: ଉତ୍ତରପ୍ରଦେଶର ବାଗପତରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ସେଠାରେ ପାଣି ଭର୍ତ୍ତି ବେଲୁନ୍ ମାଡ଼ରେ ଏକ ଚଳନ୍ତା ଅଟୋ ଓଲଟି ପଡ଼ିଛି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଟୋରେ ବି ଅନେକ ଯାତ୍ରୀ ବସିଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ଏହି ଘଟଣା ବାଗପତର ଦିଲ୍ଲୀ-ସାହାରନପୁର ହାଇୱେରେ ଘଟିଛି । ହୋଲି ଖେଳିବାବେଳେ ଯୁବକମାନେ ହାଇ ସ୍ପିଡ୍ ଅଟୋ ଉପରେ ପାଣି ଭର୍ତ୍ତି ବେଲୁନ୍ ଫିଙ୍ଗିଥିଲେ, ଯେଉଁ କାରଣରୁ ଅଟୋ ରାଜପଥରେ ଓଲଟି ପଡିଥିଲା ।

କୁହାଯାଉଛି ଯେ ଅଟୋରେ ଥିବା ଲୋକମାନେ ଆହତ ହୋଇଛନ୍ତି । ସୌଭାଗ୍ୟବଶତଃ ସେହି ସମୟରେ ପଛରୁ କୌଣସି ଗାଡ଼ି ଆସୁନଥିଲା, ନଚେତ୍ ଏହା ଏକ ବଡ଼ ଦର୍ଘଟଣା ହୋଇଥାନ୍ତା । ଭିଡିଓରେ ଦେଖିବାକୁ ମିଳୁଛି କି, ପାଣି ଭର୍ତ୍ତି ବେଲୁନ୍ ମାରିବା ପରେ ଅଟୋ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ ଓ ଅଟୋଟି ଓଲଟି ପଡିଲା । ଅଜିତ ନାମକ ଜଣେ ଯୁବକ ଏହାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ, ଯାହାକି ଚାହୁଁ ଚାହୁଁ ଭାଇରାଲ ହୋଇଥିଲା ।

Get real time updates directly on you device, subscribe now.