fbpx

ପ୍ୟାରିସ ପାରାଅଲମ୍ପିକ୍ସ ୨୦୨୪ରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ: ୧୦ ମିଟର ଏୟାର ରାଇଫଲ ଶୁଟିଂରେ ଅବନୀ ଲେଖରାଙ୍କୁ ବଡ଼ ସଫଳତା

ନୂଆଦିଲ୍ଲୀ: ପ୍ୟାରିସ ପାରାଅଲିମ୍ପିକ୍ସ ୨୦୨୪ରେ ଭାରତକୁ ମିଳିଛି ଏକ ବଡ଼ ସଫଳତା । ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂରେ ଭାରତୀୟ ଶୁଟର ଅବନୀ ଲେଖରା ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପ୍ରଥମ ଭାରତୀୟ ଭାବେ ଅବନୀ ପାରାଅଲିମ୍ପିକ୍ସରେ ଦୁଇଟି ସ୍ୱର୍ଣ୍ଣ ଜିତିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସେହିପରି ମୋନା ଅଗ୍ରୱାଲ ଏସଏଚ୧ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଗତ ୨୦୨୦ ଟୋକିଓ ପାରାଅଲିମ୍ପିକ୍ସରେ ଅବନୀ ସମାନ ଇଭେଣ୍ଟରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ । ନିଜର ଫାଇନାଲ ଷ୍ଟାଣ୍ଡିଂରେ ଅବନୀ ୨୪୯.୭ ପଏଣ୍ଟ ହାସଲ କରି ଏହି ରେକର୍ଡ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ପ୍ୟାରାଅଲିମ୍ପିକ୍ସର ୧୭ତମ ସଂସ୍କରଣ ଅଗଷ୍ଟ ୨୮ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୮ରେ ସମାପ୍ତ ହେବ । ମୋଟ ୧୬୯ଟି ରାଷ୍ଟ୍ରର ୪,୪୦୦ ଜଣ କ୍ରୀଡ଼ାବିତ୍ ଏହି ଇଭେଣ୍ଟରେ ଅଂଶଗ୍ରହଣ କରୁଛନ୍ତି । ଚଳିତ ଥର ୮୪ ଜଣ ଭାରତୀୟ ପ୍ରତିଯୋଗୀ ୧୨ଟି କ୍ରୀଡ଼ା ବିଭାଗରେ ନିଜର ଦକ୍ଷତା ପ୍ରଦର୍ଶନ କରିବେ । ମୋଟ ୩୨ ଜଣ ଭାରତୀୟ ମହିଳା ଖେଳାଳି ଏଥିରେ ଅଂଶଗ୍ରହଣ କରୁଛନ୍ତି । ୮୪ ଜଣଙ୍କ ମଧ୍ୟରୁ ୫୦ ଜଣ ଆଥଲେଟିକ୍ସ ଟପ୍ସ (ଟାର୍ଗେଟ ଅଲିମ୍ପିକ୍ସ ପୋଡିୟମ ସ୍କିମ)ର କୋର ତାଲିକାରେ ସାମିଲ ହୋଇଥିବାରୁ ଭାରତ ଏଥର ଅଧିକ ପଦକ ଜିତିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.