fbpx

ଗୁଜବ ପ୍ରଚାର କରୁଥିବା ଏବଂ ଷ୍ଟେସନରେ ଜନଗହଳି ଥିବା ଫେକ୍ ଭିଡିଓ ଭାଇରାଲ୍ କରନ୍ତୁ ନାହିଁ: କେନ୍ଦ୍ରୀୟ ରେଳବିଭାଗ

ନୁଆଦିଲ୍ଲୀ, ୯ା୪ (ଓଡିଶା ଭାସ୍କର) : ଦେଶରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଯାଇଛି । ଯାହାକି ପ୍ରଥମ ବର୍ଷଠାରୁ ଦ୍ରୁତ ମାତ୍ରାରେ ଲୋକଙ୍କୁ ସଂକ୍ରମିତ କରୁଛି । ଏହା ଭିତରେ ଏମିତି କିଛି ଭିଡିଓ ଘୁରିବୁଲୁଛି ଯାହା ଲୋକଙ୍କ ଚିନ୍ତାଧାରାକୁ ଖରାପ କରୁଛି । ତେଣୁ ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ରେଳ ବିଭାଗ ପକ୍ଷରୁ ଏନେଇ କୁହାଯାଇଛି ଯେ, ଏବେ ସୋସିଆଲ ମିଡିଆରେ କିଛି ଭିଡିଓ ଭାଇରାଲ୍ ହେଉଛି ଯାହା ଲୋକଙ୍କୁ ଭୁଲ୍ ତଥ୍ୟ ଦେଉଛି । ତେଣୁ ଏହିଭଳି ଗୁଜବ ପ୍ରଚାର କରୁଥିବା ଭିଡିଓ ଭାଇରାଲ୍ କରନ୍ତୁ ନାହିଁ ଏବଂ କୋଭିଡ୍ କଟକଣାକୁ ପାଳନ କରନ୍ତୁ ।

ରେଳବିଭାଗ ପକ୍ଷରୁ ଜାରି ହୋଇଥିବା ବୟାନ ଅନୁସାରେ, “କିଛି ପୁରୁଣା ଭିଡିଓ ସେୟାର କରାଯାଉଛି ଯେଉଁଥିରେ ଦେଖାଯାଉଛି ଯେ, ଲୋକେ ବିଭିନ୍ନ ଷ୍ଟେସନ୍ ରେ ଏକାଠି ହୋଇଛନ୍ତି । ତେଣୁ ଆମେ ଅପିଲ୍ କରୁଛୁ ଯେ ଆପଣମାନେ ଏହିସବୁ ଭିଡିଓ କୁ ସେୟାର କରନ୍ତୁ ନାହିଁ କି ବିଶ୍ୱାସ କରନ୍ତୁ ନାହିଁ’ । ଏଥିସହିତ ସେମାନେ ଆହୁରି ମଧ୍ୟ ଜଣାଇଛନ୍ତି ଯେ, ବର୍ତ୍ତମାନ ପାସେଞ୍ଜର ମାନଙ୍କ ପାଇଁ ଅନେକ ଟ୍ରେନ୍ ଚଳାଚଳ କରାଯାଉଛି ଏବଂ ଯେଉଁ ମାନଙ୍କ ଟିକେଟ୍ କନଫର୍ମ ହୋଇଛି ସେମାନଙ୍କୁ ହିଁ ଟ୍ରେନ୍ ରେ ଯିବାକୁ ଅନୁମତି ମିଳୁଛି । ସେମାନଙ୍କୁ ଆହୁରି ମଧ୍ୟ ପାସେଞ୍ଜର ମାନଙ୍କୁ ଗନ୍ତବ୍ୟସ୍ଥଳରେ ଯିବା ସମୟରେ କରୋନା ଗାଇଡଲାଇନ୍ ମାନିବାକୁ ବାରମ୍ବାର କୁହାଯାଉଛି ଏବଂ ସଚେତନ କରାଯାଉଛି ।

ବୃଦ୍ଧି ପାଉଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ରେଳବିଭାଗ କିଛି ଷ୍ଟେସନ୍ ରେ ପ୍ଲାଟଫର୍ମ ଟିକେଟ୍ କୁ ବନ୍ଦ କରିଛନ୍ତି । ଉକ୍ତ ଷ୍ଟେସନ୍ ଗୁଡିକ ହେଲା; ମୁମ୍ବାଇ ଡିଭିଜନ୍, ଛତ୍ରପତି ଶିବାଜୀ ଟର୍ମିନାଲ୍, ଲୋକମାନ୍ୟ ତିଲକ୍ ଟର୍ମିନାଲ୍, କଲ୍ୟାଣ, ଠାଣେ ଏବଂ ପାନଭେଲ୍ ଷ୍ଟେସନ୍ । ଏହି ସବୁଠାରେ କେଳନ କନଫର୍ମ ଥିବା ପାସେଞ୍ଜର ମାନଙ୍କୁ ଅନୁମତି ମିଳୁଛି ।

Get real time updates directly on you device, subscribe now.