କାହିଁକି ଏହି ୫ଟି ଫଳକୁ ଫ୍ରିଜରେ ରଖିବା ଉଚିତ୍ ନୁହେଁ? ଜାଣନ୍ତୁ ଏହା ପଛର କାରଣ

ବର୍ତ୍ତମାନ ସମୟରେ ଫ୍ରିଜରେଟର ଆମର ଦୈନନ୍ଦନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରିଛି । କାରଣ ଆଜିର ଏହି ବ୍ୟସ୍ତବହୁଳ ଜୀବନରେ ଫ୍ରିଜ ଏକ ଅତ୍ୟନ୍ତ ଉପଯୋଗୀ ସାମଗ୍ରୀ ହୋଇ ପାରିଛି । ଯେଉଁଥିରେ ଆମେ ପନିପରିବା ଠାରୁ ଆରମ୍ଭ କରି ଖାଦ୍ୟ ଏପରି କି ବିଭିନ୍ନ ଫଳ ରଖିଥାଉ । କିନ୍ତୁ ଆପଣମାନେ ଜାଣଛନ୍ତି କି ଏପରି ବି କିଛି ଫଳ ଅଛି ଯାହାକୁ ଫ୍ରିଜରେ ରଖିବା ଉଚିତ୍ ନୁହେଁ । ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁ ସବୁ ଫଳକୁ ପ୍ରିଜରେ ରଖିବା ଉଚିତ୍ ନୁହେଁ ଏବଂ କାହିଁକି ।

୧. କଦଳୀ: କଦଳୀକୁ ସାଧାରଣ ତାପମାତ୍ରାରେ ରଖିବା ଭଲ, ଯଦି ଏହାକୁ ରେଫ୍ରିଜରେଟରରେ ରଖାଯାଏ, ତେବେ ଏହା କଳା ହୋଇଯିବା ସହ ଶୀଘ୍ର ନଷ୍ଟ ହୋଇଯାଏ । ଏହି ଫଳରୁ ଇଥିଲିନ୍ ଗ୍ୟାସ୍ ନିର୍ଗତ ହୁଏ ଯେଉଁଥିପାଇଁ ଅନ୍ୟ ଫଳଗୁଡିକ ଶୀଘ୍ର ପାଚିପାରେ ।ତେଣୁ ଏହାକୁ ଓଫ୍ରିଜରେ ରଖନ୍ତୁ ନାହିଁ ।

୨. ସେଓ: ସୋଓ ଅତ୍ୟନ୍ତ ସ୍ୱାଦିଷ୍ଟ ଏବଂ ପୁଷ୍ଟିକର ଫଳ ଭାବରେ ବିବେଚନା କରାଯାଏ । କିନ୍ତୁ ଆପଣ ଯଦି ସେଓକୁ ଫ୍ରିଜରେ ରଖନ୍ତି, ତେବେ ଏଥିରେ ଥିବା ଭିଟାମିନ ଏବଂ ପ୍ରୋଟିନ୍ ନଷ୍ଟ ହୋଇଯାଇଥାଏ । ଯାହାଫଳରେ ଏହାକୁ ସେବନ କରିବା ଦ୍ୱାରା ଶରୀରକୁ କୌଣସି ବଲାଭ ମିଳିନଥାଏ । ତେଣୁ ସେଠକୁ ଫ୍ରିଜରେ ରଖନ୍ତୁ ନାହିଁ । ଯଗି ଅଧିକ ମାତ୍ରାରେ ସେଓ ଆଣିଛନ୍ତି ତେବେ ଏହାକୁ କାଗଜରେ ଗୁଡାଇ ରଖନ୍ତୁ ।

୩. ତରଭୁଜ: ତରଭୁଜରେ ଜଳର ମାତ୍ରା ବହୁତ ଅଧିକ ରହିଥାଏ । ତେଣୁ ଏହା ଶରୀରକୁ ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରେ । ଯେହେତୁ ଏହାର ଆକାର ବହୁତ ବଡ, ଆମେ ଏହାକୁ ଗୋଟିଏ ଥର ଖାଇ ପାରନ୍ତି ନାହିଁ । ତେଣୁ ଆମେ କିଛି ଅଂଶ କାଟି ଫ୍ରିଜରେ ରଖନ୍ତି । କିନ୍ତୁ ଏପରି କରିବା ଦ୍ୱାରା ଏହି ଫଳରେ ଉପସ୍ଥିତ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ପୋଷକ ତତ୍ତ୍ୱ ନଷ୍ଟ ହୋଇପାରେ ।

୪. ଲିଚି: ଲିଚି ମଧ୍ୟ ଏପରି ଏକ ଫଳ ଯହାକୁ କେବେ ବି ଫ୍ରିଜରେ ରଖିବା ଉଚିତ୍ ନୁହେଁ । କାରଣ ଏହାକୁ ଫ୍ରିଜରେ ଦୀର୍ଘ ସମୟ ଧରି ରଖିବା ଦ୍ୱାରା ଏହା ଭିତର ପଟରୁ ନଷ୍ଟ ହେବାକୁ ଲାଗେ ଏବଂ ଏହାର ପୁଷ୍ଟିକର ଖାଦ୍ୟ ସମାପ୍ତ ହୋଇଯାଏ । ତେଣୁ ଏହାକୁ ବଜାରରୁ ଆଣିବା ପରେ ତୁରନ୍ତ ସେବନ କରିଦିଅନ୍ତୁ ।

୫. ଆମ୍ବ: ଯଦି ଗ୍ରୀଷ୍ମ ଋତୁରେ ଆମ୍ବ ଖାଆନ୍ତି ନାହିଁ, ତେବେ ଏହିୠତୁ ଅସମ୍ପୂର୍ଣ୍ଣ ପରି ମନେହୁଏ । ଯେହେତୁ ଆମ୍ବ ଶୀଘ୍ର ପାଚିବା ପରେ ନଷ୍ଟ ହୋଇଯାଏ ତେଣୁ ଆମେ ଏହାକୁ ଫ୍ରିଜରେ ରଖିଥାଉ । କିନ୍ତୁ ଏହାକୁ ଫ୍ରିଜରେ ରଖିବା ଦ୍ୱାରା ଏଥିରେ ଥିବା ପୋଷକ ତତ୍ତ୍ୱ ଏବଂ ଆଣ୍ଟିଅକ୍ସିଡାଣ୍ଟ କମିବା ଆରମ୍ଭ କରେ । ଯାହାଫଳରେଏହାକୁ ସେବନ କରେ କୌଣସି ଲାଭ ହୋଇନଥାଏ ।

Get real time updates directly on you device, subscribe now.