fbpx

ଶୀଘ୍ର ବୁଢ଼ା ହୋଇଯିବେ, ଏହି ଖାଦ୍ୟ ଜମାରୁ ଖାଆନ୍ତୁ ନାହିଁ

ସମୟର ଗତି ସହିତ ମଣିଷର ଜୀବନଚକ୍ରରେ ପରିବର୍ତ୍ତନ ହୋଇଥାଏ । ଆଜି ଯେ ଯୁବକ କାଲି ସେ ବୃଦ୍ଧ । କିନ୍ତୁ ଖାଦ୍ୟପେୟରେ ଅବହେଳା, ଠିକରେ ବ୍ୟାୟାମ ନ କରିବା ଆଦି ଅନେକ କାର୍ଯ୍ୟ ଆମକୁ ଶୀଘ୍ର ବୃଦ୍ଧାବସ୍ଥାକୁ ନେଇଯାଇଥାଏ । ସାମାନ୍ୟ ସତର୍କ ଅବଲମ୍ବନ କଲେ ଆପଣ ନିଜକୁ ଫିଟ୍ ରଖିବା ସହିତ ସୁସ୍ଥ ଯୁବକ ପରି ଜୀବନ ବିତାଇପାରିବେ । ଏଥିପାଇଁ ଆପଣଙ୍କୁ ପର୍ଯ୍ୟାପ୍ତ ମାତ୍ରାରେ ଶୋଇବା ସହ ଜୀବନଶୈଳୀରେ ପରିବର୍ତ୍ତନ କରିବାକୁ ପଡ଼ିବ ।

– ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ ଅତ୍ୟଧିକ ଚିନି ଖାଉଥିବା ଲୋକଙ୍କଠାରେ ଶୀଘ୍ର ବୃଦ୍ଧତ୍ୱ ଆସିଯାଇଥାଏ । ଏହା ଆମ ଶରୀରରେ ବିଷାକ୍ତ ଜିନିଷ ସୃଷ୍ଟି କରିଥାଏ । ଏଥିସହ ରୋଗ ପ୍ରତିରୋଧକାରୀ କ୍ଷମତାକୁ ହ୍ରାସ କରିଦେଇଥାଏ ।

– ହାଇ ସୁଗାର ଦ୍ୱାରା ହୃଦରୋଗ, ବ୍ଲଡପ୍ରେସର ଆଦି ରୋଗ ହୋଇଥାଏ । ଏପରିକି ଏହାର ପ୍ରଭାବ ମଣିଷର ଦୃଷ୍ଟିଶକ୍ତିକୁ ଲୋପ କରିଦେଇପାରେ । ଏହାର ଅର୍ଥ ନୁହେଁ ଆମ ଶରୀର ପାଇଁ ସୁଗାରର ଆବଶ୍ୟକତା ନାହିଁ । ନିୟମିତ ପନିପରିବା ଓ ଫଳ ସେବନ କରିବା ଶରୀର ପାଇଁ ଲାଭଦାୟକ ହୋଇଥାଏ ।

– ସୁଗାର କଣ୍ଟ୍ରୋଲ କରୁଥିବା ଲୋକମାନେ ଆଳୁ, ମସୁର ଡାଲି, ଫୁଲକୋବି ଖାଇବାଠାରୁ ଦୂରେଇ ରହିବା ଉଚିତ । ଏହାଛଡ଼ା ମାଂସ, ପ୍ୟାକିଂ ଜୁସ, ଥଣ୍ଡା ପାନୀୟ, ଆଦି ଠାରୁ ମଧ୍ୟ ଦୂରେଇ ରହିବା ଉଚିତ ।

Get real time updates directly on you device, subscribe now.