ଶୋଇବା ପୂର୍ବରୁ ଭୁଲରେ ବି ଏସବୁ ଖାଇବେନି, ନଚେତ ହୋଇପରେ ଭୟଙ୍କର ସମସ୍ୟା

ଆଜିକାଲି ଅଧିକାଂଶ ଲୋକ ନିଦ୍ରାହୀନତାର ଶିକାର ହେଉଛନ୍ତି । ରାତିରେ ଅଧିକ ସମୟ ମୋବାଇଲ ଦେଖିବା ଦ୍ୱାରା ନିଦ୍ରାହୀନତା ହେଉଥିବା କୁହାଯାଏ । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଖାଦ୍ୟରେ ଅନିୟମିତତା । ଅନେକ ଲୋକ ଶୋଇବା ପୂର୍ବରୁ ଏଭଳି କିଛି ଖାଇଥାନ୍ତି । ଯାହା ଦ୍ୱାରା ରାତିରେ ନିଦ ହୁଏ ନାହିଁ । ପରବର୍ତ୍ତୀ ସମୟରେ ତାହା ଭୟଙ୍କର ବ୍ୟାଧିରେ ପରିଣତ ହୁଏ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଠିକ ଭାବରେ ନିଦ ହେବା ନିହାତି ଆବଶ୍ୟକ । ରାତିରେ ଠିକ ଭାବେ ନଶୋଇଲେ ହୃଦଘାତ, ଉଦାସୀନତା, ଦୁର୍ବଳ ଲାଗିବା ତଥା କର୍କଟ ଭଳି ଭୟଙ୍କର ରୋଗ ହୋଇପାରେ। ରାତିରେ ଶୋଇବା ପୂର୍ବରୁ କିଛି ଜିନିଷ ଖାଇବା ଠାରୁ ଦୂରେଇ ରୁହନ୍ତୁ । ଯାହା ଫଳରେ ଠିକ ନିଦ ହେବା ସହିତ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ସେହିଭଳି କିଛି ଜିନିଷ ଅଛି, ଯାହାକୁ ଖାଇଲେ ଆପଣଙ୍କୁ ରାତିରେ ନିଦ ହେବ ନାହିଁ।

ରାତିରେ ଶୋଇବା ପୂର୍ବରୁ ପେନକ୍ଲିୟର ବା ଯନ୍ତ୍ରଣା ଉପଶମକାରୀ ଔଷଧ ଖାଇବା ଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ। ଅନେକ ଗୁଡିଏ ମେଡିସିନରେ କ୍ୟାଫିନ ଭର୍ତ୍ତି ହୋଇ ରହିଥାଏ। ତେଣୁ ଡାକ୍ତରଙ୍କ ବିନା ଅନୁମତିରେ ରାତିରେ ମେଡିସିନ ଖାଇବା ଉଚିତ ନୁହେଁ । ତେଣୁ ଶୋଇବା ପୂର୍ବରୁ କିଛି ଘରୋଇ ଜିନିଷ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ।

ଶୋଇବା ପୂର୍ବରୁ ଅତ୍ୟଧିକ ଡ୍ରାଏ ଫ୍ରୁଟସ, ବିନ୍ସ, ବ୍ରୋକୋଲି, ଫୁଲ କୋବି ଖାଆନ୍ତୁ ନାହିଁ । ଏଗୁଡିକ ଶରୀର ପାଇଁ ଭଲ କିନ୍ତୁ ଏଥିରେ ଫାଇବର ଅଂଶ ଅଧିକ ରହୁଥିବାରୁ ରାତିରେ ଶୋଇବା ପୂର୍ବରୁ ଖାଇବା ଉଚିତ ନୁହେଁ । ଅତ୍ୟଧିକ ଅମ୍ଳୀୟ ଖାଦ୍ୟ ଯେପରିକି ସାଇଟ୍ରସ ରସ, କଞ୍ଚା ପିଆଜ ଏବଂ ଟମାଟୋ ସସ ଖାଇବା ଦ୍ୱାରା ହାର୍ଟବର୍ନ ଖରାପ କରେ । ଫଳରେ ରାତିରେ ନିଦ ହୋଇନଥାଏ । ତେଣୁ ଶୋଇବା ପୂର୍ବରୁ ଅମ୍ଳଯୁକ୍ତ ଖାଦ୍ୟ ଖାଇବା ଆଦୌ ଉଚିତ ନୁହେଁ।

ରାତିରେ ଶୋଇବା ପୂର୍ବରୁ ଅଧିକ ଚିନି ଖାଇବା ଠାରୁ ଦୂରେଇ ରୁହନ୍ତୁ । ଚିନି କିମ୍ବା ମିଠା ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ରକ୍ତରେ ସର୍କରା ବୃଦ୍ଧି ପାଇଥାଏ । ଫଳରେ ନିଦ ହେବାରେ ବାଧା ସୃଷ୍ଟି ହୋଇଥାଏ । ତେଣୁ ଶୋଇବା ପୂର୍ବରୁ ଏଗୁଡିକୁ ଖାଇବା ଉଚିତ ନୁହେଁ । ଚା, ସୋଡା, କଫି, ଚକୋଲେଟ, ଆଇସ୍କ୍ରିମ ଏବଂ ମିଠା ଖାଦ୍ୟରେ କ୍ୟାଫିନ ଅଧିକ ରହିଥାଏ । ଯାହାକି ମସ୍ତିସ୍କ ଉପରେ ପ୍ରଭାବ ପକାଇଥାଏ । ରାତିରେ ପୂର୍ବରୁ ସେଗୁଡିକ ଖାଇବା ଠାରୁ ଦୂରେଇ ରୁହନ୍ତୁ । ଶୋଇବା ପୂର୍ବରୁ ମଦ୍ୟପାନ କରିବା କ୍ଷତିକାରକ ହୋଇଥାଏ । ଏହା ଆପଣଙ୍କ ଶୋଇବାରେ ବାଧା ସୃଷ୍ଟି କରିପାରେ । ସାଧାରଣତଃ ମଦ୍ୟପାନ ସ୍ୱାସ୍ଥ୍ୟପକ୍ଷେ ହାନିକାରକ ହୋଇଥାଏ । ଭଲ ନିଦ ପାଇଁ ରାତିରେ କମ ମସଲାଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ । ଏହା ଆପଣଙ୍କ ଶରୀରର ତାପମାତ୍ରା ବଢାଇଥାଏ । ଶୋଇବା ପୂର୍ବରୁ ଅଧିକ ଖାଇବା ଦ୍ୱାରା ନିଦ୍ରାହୀନତାର ଶିକାର ହେବାକୁ ପଡେ । ରାତ୍ରୀ ଭୋଜନ ପରିବର୍ତ୍ତେ ଜଳଖିଆ କିମ୍ବା ମଧ୍ୟାହ୍ନ ଭୋଜନରେ ମସଲା ଯୁକ୍ତ ଖାଦ୍ୟ ଖାଇପାରିବେ ।