ନିର୍ଦ୍ଦିଷ୍ଟ ସମୟରେ ଶଯ୍ୟା ତ୍ୟାଗ କରିବା ଓ ପର୍ଯ୍ୟାପ୍ତ ମାତ୍ରାରେ ଶୋଇବା ଆପଣଙ୍କର ମସ୍ତିଷ୍କର କାର୍ଯ୍ୟଦକ୍ଷତାକୁ ବହୁଗୁଣିତ କରିଥାଏ, ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

ପର୍ଯ୍ୟାପ୍ତ ମାତ୍ରାରେ ଶୋଇବା ଆମର ସ୍ୱାସ୍ଥ୍ୟ ପାଇଁ ବହୁତ ଉପଯୋଗୀ । ଏହା ସହ ଏକ ନିର୍ଦ୍ଦିଷ୍ଟ ସମୟରେ ଉଠିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଜଣଙ୍କୁ ସାଧାରଣତଃ ଦୈନିକ ୮ ଘଣ୍ଟା ଶୋଇବା ଦରକାର । ବିଶେଷଜ୍ଞଙ୍କ ମତରେ ଯଦି ଆପଣ ପ୍ରତିଦିନ ଏକ ସମୟରେ ଜାଗତ ହେବା ଅଭ୍ୟାସ କରିବେ, ତେବେ ଏହା ଆପଣଙ୍କର କାର୍ଯ୍ୟଦକ୍ଷତାକୁ ବହୁଗୁଣିତ କରିଥାଏ । ଏକ ବିଜ୍ଞାନ ପତ୍ରିକା ଦ୍ୱାରା ଏନେଇ ଏକ ଅଧ୍ୟୟନ କରାଯାଇଥିଲା । ଷ୍ଟଡି ଅନୁଯାୟୀ, ଦୁନିଆର ପ୍ରତ୍ୟେକ ସଫଳ ବ୍ୟକ୍ତିମାନଙ୍କର ଦୈନିନ୍ଦିନ ଜୀବନର ଶୋଇବା ଓ ଉଠିବାକୁ ନେଇ ଅଧ୍ୟୟନ କରାଯାଇଥିଲା ।

ଆମର ଶରୀର ହେଉଛି ଏକ ବାୟୋଲୋଜିକାଲ ଚକ୍ର, ଯାହା ୨୪ ଘଣ୍ଟା କାର୍ଯ୍ୟରତ ଥାଏ । ପୃଥିବୀର ଅଧିକାଂଶ ସିଇଓ, ବୈଜ୍ଞାନିକ, ଲେଖକଙ୍କ ବ୍ୟତୀତ ବହୁତ ସଫଳ ବ୍ୟକ୍ତିମାନେ ପ୍ରାୟତଃ ସକାଳ ୫ଟାରେ ଉଠି ନିଜର କାର୍ଯ୍ୟ ଆରମ୍ଭ କରିଦିଅନ୍ତି । ସାରା ଦୁନିଆ ଶୂନଶାନ୍ ଥିବା ସମୟରେ ଆମର ମସ୍ତିଷ୍କ ବହୁତ ଆକ୍ଟିଭ୍ ରହିଥାଏ । ଏହି ସମୟରେ ଆପଣଙ୍କର ବିଚାରଶକ୍ତି ବହୁତ ଉଚ୍ଚରେ ରହିଥାଏ । ଏହାର ନିଜର ଜୀବନରେ ଉପଯୋଗ କରି ଜଣେ ବହୁତ କିଛି ହାସଲ କରିପାରିବ ବୋଲି କୁହାଯାଇଛି ।