fbpx

ଅଯୋଧ୍ୟା ଲାଗି ଅଧିକ ଗୁରୁତ୍ୱପୂର୍ଣ୍ଣ ଜାନୁୟାରୀ ୨୬,୨୭ ଓ ୨୮ ତାରିଖ, ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଜାନୁୟାରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଆୟୋଜିତ ହେବ । ଏହିଦିନ ବହୁ ସଂଖ୍ୟାରେ ରାମ ଭକ୍ତ ଅଯୋଧ୍ୟାରେ ପହଞ୍ଚିବେ । ତେବେ ୨୨ ଜାନୁୟାରୀରେ ସେହି ଶ୍ରଦ୍ଧାଳୁଙ୍କୁ ଅଯୋଧ୍ୟା ଯିବାର ଅନୁମତି ରହିଛି ଯେଉଁମାନଙ୍କୁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବିଶେଷ ଭାବରେ ଆମନ୍ତ୍ରଣ କରାଯାଇଛି । ଏଣୁ ଏପରି ସ୍ଥିତିରେ ଅଯୋଧ୍ୟା ପହଞ୍ଚୁଥିବା ଶ୍ରଦ୍ଧାଳୁଙ୍କୁ ରାମଲଲାଙ୍କ ଦର୍ଶନ ଲାଗି କିଛି ସମୟ ଅପେକ୍ଷା କରିବାକୁ ପଡିବ ।

ଏହି କାରଣରୁ ପ୍ରଶାସନ ଓ ସୁରକ୍ଷା ଅଧିକାରୀଙ୍କ ଲାଗି ୨୬,୨୭ ଓ ୨୮ ଜାନୁୟାରୀ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି କେନ୍ଦ୍ରୀୟ ଏଜେନ୍ସୀ ଏହି ୩ ଦିନ ଲାଗି ବ୍ୟାପକ ପ୍ରସ୍ତୁତି କରୁଛନ୍ତି । ବସ୍ ଷ୍ଟାଣ୍ଡ, ରେଳଷ୍ଟେସନ ଓ ନବନିର୍ମିତ ମହର୍ଷି ବାଲ୍ମିକୀ ଏୟାରପୋର୍ଟରେ ବିଶେଷ କରି ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି ।

ତେବେ ୨୬, ୨୭ ଓ ୨୮ ଜାନୁୟାରୀ ଏହି ଦୃଷ୍ଟିରୁ ଅଧିକ ଗୁରୁତ୍ୱପୂର୍ଣ୍ଣ କି ୨୬ ଜାନୁୟାରୀରେ ଗଣତନ୍ତ୍ର ଦିବସ, ୨୭ ଓ ୨୮ରେ ଶନିବାର ଓ ରବିବାର ପଡୁଥିବାରୁ ୩ ଦିନ ଲାଗି ଲମ୍ବା ଛୁଟୀ ପଡୁଛି । ତେଣୁ ଏହି ୩ ଦିନ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ରାମଲଲାଙ୍କ ଦର୍ଶନ ପାଇଁ ଆସିବାକୁ ଥିବାରୁ ସିଆଇଏସଏଫ୍ ପକ୍ଷରୁ ବିଶେଷ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Get real time updates directly on you device, subscribe now.