fbpx

ଏହି ମାମଲାରେ ମକ୍କା ଓ ଭାଟିକାନ୍ ସିଟିକୁ ପଛରେ ପକାଇଲା ଅଯୋଧ୍ୟା, ପୁରା ବିଶ୍ୱରେ ପାଲଟିଲା ଧାର୍ମିକ ରାଜଧାନୀ

ଅଯୋଧ୍ୟା:ଭଗବାନ ରାମଲାଲା ଅଯୋଧ୍ୟାର ଭବ୍ୟ ମନ୍ଦିରରେ ବିରାଜମାନ ହେବା ପରେ ଅଯୋଧ୍ୟାର ପୁରାତନ ବୈଭବ ପୁଣି ଫେରି ଆସିଛି । ତ୍ରେତୟା ଯୁଗର ଅଯୋଧ୍ୟାର ପରିକଳ୍ପନା ଯେପରି ସାକାର ହେଉଥିବା ଦେଖାଯାଉଛି । ସାରା ବିଶ୍ୱରୁ ବହୁ ସଂଖ୍ୟାରେ ଲୋକମାନେ ରାମନଗରୀରେ ପହଞ୍ଚୁଥିବାର ଦେଖିବାକୁ ମିଳୁଛି । ଛୁଟୀ ଦିନମାନଙ୍କରେ ଏହି ସଂଖ୍ୟା ବହୁ ଗୁଣରେ ବଢିଯାଉଛି । ଏହା ବ୍ୟତିତ ପର୍ବ ପର୍ବାଣୀ ସମୟରେ ମଧ୍ୟ ରାମଲାଲାଙ୍କୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଭକ୍ତ ଅଯୋଧ୍ୟା ଆସୁଛନ୍ତି । ରାମ ମନ୍ଦିର ସହିତ ରାମ ନଗରୀ ଅଯୋଧ୍ୟା ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇଛି ।

୨୨ ଜାନୁୟାରୀରେ ଭଗବାନ ରାମଲାଲା ରାମ ମନ୍ଦିରରେ ବିରାଜମାନ ହୋଇଥିଲେ । ଏହାପରଠାରୁ ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁ ରାମ ମନ୍ଦିରରେ ପହଞ୍ଚିବାରେ ଲାଗିଛନ୍ତି । ଗତ ୨ ମାସ ମଧ୍ୟରେ ୧ କୋଟିରୁ ଅଧିକ ଶ୍ରଦ୍ଧାଳୁ ରାମଲାଲାଙ୍କ ଆଶୀର୍ବାଦ ପାଇବା ପାଇଁ ଅଯୋଧ୍ୟା ଆସିଛନ୍ତି । ପୁରା ବିିଶ୍ୱରେ ଏତେ ବଡ ସଂଖ୍ୟାରେ କୌଣସି ଧାର୍ମିକ ସ୍ଥଳକୁ ଶ୍ରଦ୍ଧାଳୁ ଆସିନାହାନ୍ତି । ଏପରିକି ଖ୍ରୀଷ୍ଟିଆନଙ୍କ ସବୁଠାରୁ ବଡ ଧାର୍ମିକ ସ୍ଥଳ ଭାଟିକାନ୍ ସିଟିକୁ ବର୍ଷକ ଭିତରେ ୯୦ ଲକ୍ଷ ଲୋକ ଆସିଥାନ୍ତି । ସେହିପରି ମୁସଲମାନଙ୍କ ସବୁଠାରୁ ବଡ ପବିତ୍ର ସ୍ଥାନ ମକ୍କାକୁ ଗତ ବର୍ଷ ୩୫ ଲକ୍ଷ ଲୋକ ଆସିଥିଲେ । ରାମ ମନ୍ଦିରକୁ ପ୍ରତିଦିନ ଲକ୍ଷାଧିକ ଶ୍ରଦ୍ଧାଳୁ ଆସୁଛନ୍ତି । ଏପରି ସ୍ଥିତିରେ ମାତ୍ର ଦେଢରୁ ୨ ମାସ ଭିତରେ ପ୍ରାୟ ୧ କୋଟି ଭକ୍ତଙ୍କ ଆଗମନ ଘଟିଲାଣି ।

Get real time updates directly on you device, subscribe now.