fbpx

ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଫାଇନାଲ ହେଲା ମୂର୍ତ୍ତି, କେନ୍ଦ୍ର ମନ୍ତ୍ରୀ ସେୟାର କଲେ ଫଟୋ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଜାନୁୟାରୀ ୨୨ ରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମାରୋହରେ ଅଯୋଧ୍ୟାରେ ପ୍ରଶାସନ ଏବଂ ସରକାର ସମ୍ପୂର୍ଣ୍ଣ ଭାବେ ନିୟୋଜିତ ରହିବେ। ଅନ୍ୟପକ୍ଷରେ, ତିନିଟି ମୂର୍ତ୍ତି ମଧ୍ୟରୁ ଗୋଟିଏକୁ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ପାଇଁ ଚୟନ କରାଯାଉଥିଲା । ବର୍ତ୍ତମାନ ଏହାକୁ ଫାଇନାଲ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ପ୍ରହଲଦ ଯୋଶୀ ସେହି ମୂର୍ତ୍ତିର ଫଟୋ ଏବେ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ସୋମବାର ରାତିରେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ଫଟୋ ସେୟାର କରିଛନ୍ତି। ଫଟୋ ସେୟାର କରି ସେ କହିଛନ୍ତି ଯେ, ‘ଅଯୋଧ୍ୟାରେ ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ମୂର୍ତ୍ତି ଚୟନ ଶେଷ ହୋଇଛି। ଆମ ଦେଶର ପ୍ରସିଦ୍ଧ ଶିଳ୍ପୀ ଯୋଗୀରାଜ ଅରୁଣଙ୍କ ଦ୍ୱାରା ନିର୍ମିତ ପ୍ରଭୁ ରାମଙ୍କ ପ୍ରତିମୂର୍ତ୍ତି ଅଯୋଧ୍ୟାରେ ସ୍ଥାପନ କରାଯିବ।

ଅନ୍ୟପକ୍ଷରେ, ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ସମାରୋହର ଏକ ସପ୍ତାହ ପୂର୍ବରୁ ଆୟୋଜକମାନେ ଜାନୁଆରୀ ୧ ରୁ ପୂଜାପାଠ ହୋଇଥିବା ‘ଅକ୍ଷତ’ ବଣ୍ଟନ କରିବା ଆରମ୍ଭ କରିଛନ୍ତି, ଯାହା ଜାନୁୟାରୀ ୧୫ ପର୍ଯ୍ୟନ୍ତ ଚାଲିବ। ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି ଯେ, ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ୨୨ ଜାନୁୟାରୀ ରାତି ୧୨.୨୦ ରେ କରାଯିବ। ଏହି ଉତ୍ସବକୁ ଏକ ଉତ୍ସବ ଭାବରେ ଗ୍ରହଣ କରିବାକୁ ସେ ଦେଶର ଲୋକଙ୍କୁ ଅନୁରୋଧ କରିଛନ୍ତି।

 

Get real time updates directly on you device, subscribe now.