fbpx
BJD
BJD SKY
BJD SKY

ପକ୍ଷୀ ବି ପ୍ରବେଶ କରିବାକୁ ପାଇବନି ବାଟ; ଅଭେଦ୍ୟ ଦୁର୍ଗରେ ପରିଣତ ହେଲା ଅଯୋଧ୍ୟା, ଏହିପରିି କରାଯାଇଛି ସୁରକ୍ଷା ବ୍ୟବସ୍ଥା

ଅଯୋଧ୍ୟା: ୨୨ ଜାନୁୟାରୀ ଅର୍ଥାତ୍ କାଲି ରାମ ନଗରୀ ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମଲଲଶଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଶୁଭ ମୁହୂର୍ତ୍ତକୁ ଆଉ ମାତ୍ର କିଛି ଘଣ୍ଟା ବାକି ରହିଛି । ଏହି ସମାରୋହକୁ ନେଇ ପ୍ରସ୍ତୁତି ଜୋରଦାର ରହିଛି ଓ ସୁରକ୍ଷା ବ୍ୟବସ୍ଥାକୁ ପୁରା କଡାକଡି କରିଦିଆଯାଇଛି । ଏବେ ରାମ ନଗରୀ ଅଯୋଧ୍ୟାକୁ ଏକ ଅଭେଦ୍ୟ ଦୁର୍ଗରେ ପରିଣତ କରିଦିଆଯାଇଛି ।

ମିଳିଥିବା ସୂଚନା ଅନୁସାରେ ଅଯୋଧ୍ୟାର ସୁରକ୍ଷାରେ ବ୍ଲାକକ୍ୟାଟ୍ କମାଣ୍ଡୋ, ଯୁଦ୍ଧାସ୍ତ୍ର ଗାଡି ଓ ଡ୍ରୋନ ନିୟୋଜିତ କରାଯାଇଛି । ସରଜୁ ନଦୀ ନିକଟରେ ଏନଡିଆରଏଫ୍ ଟିମ୍ ବି ନିୟୋଜିତ କରାଯାଇଛି । ଅଯୋଧ୍ୟାର ପ୍ରତି ଛକ ଓ ଗଳିରେ ପୋଲିସ ଓ କମାଣ୍ଡୋ ଜଗି ରହିଛନ୍ତି ଓ ବାହାର ଲୋକଙ୍‌କ ପ୍ରବେଶ ଉପରେ ସଂପୂର୍ଣ୍ଣ ଭାବରେ ନିଷେଧାଦେଶ ଲଗାଇ ଦିଆଯାଇଛି । କିଛି ଅଞ୍ଚଳରେ ଅଯୋଧ୍ୟାବାସୀଙ୍କର ବି ଆଇଡି କାର୍ଡ ଚେକ୍ କରାଯାଉଛି ।

ପୋଲିସ ବିଭାଗର ୩ ଡିଆଇଜି ସୁରକ୍ଷାରେ ନିୟୋଜିତ ହୋଇଛନ୍ତି । ଅନ୍ୟପକ୍ଷରେ ୧୭ ଆଇପିଏସ୍‌୍‌,୧୦୦ ପିପିଏସ୍‌, ୩୨୫ ଇନସ୍ପେକ୍ଟର, ୮୦୦ ସବଇନସ୍ପେକ୍ଟର, ୧୦୦୦ରୁ ଅଧିକ କନଷ୍ଟେବଲ ଅଯୋଧୟଙ୍କର ସୁରକ୍ଷାରେ ନିୟୋଜିତ ରହିଛନ୍ତି । ଅଯୋଧ୍ୟାକୁ ରେଡ୍ ଓ ୟଲୋ ଜୋନ୍‌ରେ ବିଭକ୍ତ କରାଯାଇଛି । ରେଡ୍ ଜୋନ୍‌ରେ ପିଏସିର ୩ ବାଟାଲିଅନ ନିଯୁକ୍ତ ହୋଇଛନ୍ତି । ସେହିପରି ୟଲୋ ଜୋନ୍‌ରେ ୭ ବାଟାଲିଅନ ନିଯୁକ୍ତ କରାଯାଇଛି । ପୋଲିସ ବ୍ୟତିତ ଘରୋଇ ସୁରକ୍ଷା ସଂସ୍ଥାକୁ ବି ଅଯୋଧ୍ୟା ସୁରକ୍ଷା ଦାୟିତ୍ୱ ଦିଆଯାଇଛି ।

ଏହା ବ୍ୟତିତ ସିଆରପିଏଫ୍ ଓ ପିଏସିକୁ ମନ୍ଦିର ସୁରକ୍ଷା କାର୍ଯ୍ୟରେ ନିୟୋଜିତ କରାଯାଇଛି । ଏହା ବ୍ୟତିତ ଉତ୍ତରପ୍ରଦେଶ ପୋଲିସ ଅତିରିକ୍ତ ଯବାନଙ୍କୁ ନିୟୋଜିତ କରାଯିବା ସହ ଏଆଇ, ସିସିଟିଭି ଓ ଡ୍ରୋନ୍ ଜରିଆରେ ସହର ଉପରେ ନଜର ରଖାଯାଉଛି ।

Get real time updates directly on you device, subscribe now.