fbpx

ବ୍ଲଡ ସୁଗାରର ଏହି ସ୍ତର ନେଇପାରେ ଜୀବନ, ଜାଣନ୍ତୁ କିପରି ବର୍ତ୍ତିବେ

ଆଜିକାଲି ଡାଇବେଟିସ୍ ବା ମଧୁମେହ ରୋଗକୁ ସାଧାରଣ ରୋଗ ଭାବରେ ବିବେଚନା କରାଯାଏ । ବୟସ୍କ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ଛୋଟ ପିଲା ପର୍ଯ୍ୟନ୍ତ ପ୍ରାୟ ଅଧିକାଂଶ ଲୋକେ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । ତେବେ ଶରୀରରେ ବ୍ଲଡ ସୁଗାର ଅର୍ଥାତ୍ ରକ୍ତରେ ଗ୍ଲୁକୋଜର ମାତ୍ରା କମ ବେଶି କାରଣରୁ ଜଣେ ବ୍ୟକ୍ତି ଡାଇବେଟିସ୍ ରୋଗରେ ଆକ୍ରାନ୍ତ ହୋଇଥାଏ । ଯାହାଫଳରେ ଏହାକୁ ନିୟନ୍ତ୍ରଣରେ ରଖିବା ରୋଗୀ ପାଇଁ ନିତ୍ୟାନ୍ତ ଜରୁରୀ ହୋଇଥାଏ । ନେଚେତ୍ ଏହି ବ୍ଲଡ ସୁଗାରର ସ୍ତର କମ୍ ବେଶି କାରଣରୁ ରୋଗୀର ଜୀବନ ମଧ୍ୟ ଯାଇପାରେ । ତେବେ ଆମେ ଆଜି ଆପଣଙ୍କୁ କହିବୁ ଶରୀରରେ ବ୍ଲଡ ସୁଗାରର କେଉଁ ସ୍ତର ଆପଣଙ୍କ ଜୀବନ ପ୍ରତି ବିପଦ ଆଣିପାରେ । ଯାହାଫଳରେ ଜଣେ ରୋଗୀର ମୃତ୍ୟୁ ମଧ୍ୟ ହେବାରେ ସମ୍ଭାବନା ଥାଏ ।

ବ୍ଲଡସୁଗାର ଏହି ସ୍ତର ଜୀବନ ପ୍ରତି ଆଣିପାରେ ବିପଦ: ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ଶରୀରରେ ବାରମ୍ବାର ବ୍ଲଡସୁଗାରର ସ୍ତର ପରିବର୍ତ୍ତନ ଜଣେ ମଧୁମେହ ରୋଗିର ଜୀବନ ପ୍ରତି ବିପଦ ସୃଷ୍ଟି କରେ । ତେବେ ଶରୀରେର ଯଦି ବ୍ଲଡସୁଗାରର ସ୍ତର ୧୨୫ mg/ DL ଠାରୁ ଅଧିକ ରୁହେ ତେବେ ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ । ଫଳରେ ଜଣେ ରୋଗୀର ଜୀବନ ଯିବାର ମଧ୍ୟ ଭୟ ଥାଏ । କାରଣ ବ୍ଲଡ ସୁଗାର ଅର୍ଥାତ୍ ରକ୍ତରେ ଗ୍ଲୁକୋଜର ମାତ୍ରା ବଢିବା ଦ୍ୱାରା ଏହା ଶରୀରରେ ଇନସୁଲିନ୍ କୁ କକମାଇ ଦିଏ । ଫଳରେ ଚିନ୍ତା ବଢିବା ସହ , ହରମୋନାଲ ଚେଞ୍ଚ, ଏବଂ ନିଦରେ ଅଭାବ ହୋଇଥାଏ । ଯାହାକି ଜଣେ ଡାଇବେଟିସ ରୋଗୀ ପାଇଁ ବିପଜ୍ଜନକ ହୋଇଥାଏ ।

ସେହିପରି ଯଦି ରକ୍ତରେ ଗ୍ଲୁକୋଜର ସ୍ତର କମିଯାଏ ଏହା ମଧ୍ୟ ଜଣେ ରୋଗୀପାଇଁ କ୍ଷତିକାରକ ହୋଇଥାଏ । ଫଳରେ ରୋଗୀଠାରେ ଚିଡିଚିଡାପଣ, କହିବାରେ ଅସୁବିଧା, ମୁଣ୍ଡ ବୁଲାଇଦେବା ପରି ଲକ୍ଷଣ ଦେଖା ଦେଇଥାଏ । ଯାହାକି ଜଣେ ରୋଗୀକୁ ବିପଦରେ ପକାଇଥାଏ । ତେଣୁ ଶରୀରେର ବ୍ଲଡ ସୁଗାରର ସ୍ତର ୪୦ mg/ DLରୁ କମ୍ ରହିବା ଅନୁଚିତ୍ ।

କିପରି ବର୍ତ୍ତିବେ:

୧-ଶରୀରରେ ବ୍ଲଡ ସୁଗାର ସ୍ତରକୁ ନିୟନ୍ତ୍ରଣରେ ରଖିବା ପାଇଁ ନିଜର ଡେଲି ରୁନିନ୍ ଏବଂ ଖାଦ୍ୟ ପେୟ ଉପରେ ଧ୍ୟାନ ଦିଅନ୍ତୁ । ଏପରି ଖାଦ୍ୟ ସେବନ କରନ୍ତୁ ଯେଉଁଥିରେ କାର୍ବୋହାଇଡ୍ରେଡର ସ୍ତର କେତେ ମାତ୍ରାରେ ରହିଛି ତାହା ଆପଣଙ୍କୁ ଜଣାଥିବ ।

୨- ଘରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ସେବନ କରନ୍ତୁ ।

୩- ଯଥେଷ୍ଟ ପରିମାଣର ଶୁଅନ୍ତୁ । କାରଣ ଶୋଇବା ଦ୍ୱାରା ଶରୀର ସୁସ୍ଥ ରୁହେ ଏବଂ ରକ୍ତରେ ଇନସୁଲିନ୍ ସ୍ତର ମଧ୍ୟ ନିୟନ୍ତ୍ରଣରେ ରୁହେ ।

୪- ନିଜ ଡେଲି ଲାଇଫର ଏକ ରୁଟିନ ପ୍ରସ୍ତୁତ କରନ୍ତୁ । ଏଥିସହିତ ସେହି ରୁଟିନ୍ ଅନୁସାରେ ଖାଦ୍ୟଗ୍ରହମ କରନ୍ତୁ ।

୫- ସମୟ ସମୟ ମଧ୍ୟରେ ଇନସୁଲିନର ସ୍ତର ଯାଞ୍ଚ କରନ୍ତୁ । ଏହାକୁ ଖାଦ୍ୟ ପୂର୍ବରୁ ଏବଂ ଖାଦ୍ୟପେର ଯାଞ୍ଚ କରନ୍ତୁ ।

Get real time updates directly on you device, subscribe now.